ଅକ୍ଟୋବରରୁ ‘ଗଙ୍ଗୁବାଇ କାଠିଆୱାଡ଼ି’ର ସୁଟିଂ!

ସଞ୍ଜୟ ଲୀଲା ଭନ୍‌ସାଲିଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡ଼ି’ର ସୁଟିଂ ଗତ ମେ ମାସ ସୁଦ୍ଧା ଶେଷ ହେବାର ଥିଲା । କିନ୍ତୁ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ତାହା ସମ୍ଭବପର ହେଲାନାହିଁ । ସଦ୍ୟତମ ଖବର ଅନୁସାରେ ଭନ୍‌ସାଲି ଏବେ ପୁଣି ଥରେ ଏହାର ସୁଟିଂ ସେଟ୍‌କୁ ଫେରିବା ଲାଗି ଯୋଜନା କରୁଛନ୍ତି ।

ସେଥିଲାଗି ମୁଖ୍ୟ ଭୂମିକାରେ ଥିବା ଆଲିୟା ଭଟ୍ଟଙ୍କ ସହ ଆଲୋଚନା କରିଛନ୍ତି । ସବୁକିଛି ଠିକ୍‌ଠାକ୍‌ ରହିଲେ ଅକ୍ଟୋବର ମାସରୁ ଏହାର ସୁଟିଂ ଆରମ୍ଭ ହୋଇପାରେ । ଏ ସଂପର୍କରେ ଜଣେ ଘନିଷ୍ଠ ସୂତ୍ର କହିଛନ୍ତି, ‘କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ଆଲିୟାଙ୍କର ସୋଲୋ ସିନ୍‌ର ସୁଟିଂ ହେବ ।

ପରେ ବାକି ସିନ୍‌ ଗୁଡ଼ିକର ସୁଟିଂ ହେବ । ସେଥିଲାଗି ବର୍ତ୍ତମାନ ସୁଟିଂ ସେଟ୍‌କୁ ସାନିଟାଇଜ୍‌ କରାଯାଇଛି ।’ ହୁସେନ୍‌ ଜୈଦିଙ୍କ ପୁସ୍ତକ ‘ମାଫିଆ କ୍ୱିନ୍‌ସ ଅଫ୍‌ ମୁମ୍ବାଇ’ ଉପରେ ଫିଲ୍ମଟି ପର୍ଯ୍ୟବସିିତ । ଏଥିରେ ଆଲିୟାଙ୍କ ସହ ଶାନ୍ତନୁ ମାହେଶ୍ୱରୀ ଏବଂ ବିଜୟ ରାଜ୍‌ଙ୍କୁ ଦେଖିବାକୁ ମିଳିବ ।

   ସମ୍ବନ୍ଧିତ ଖବର


କେମିତି କଟିବ ଆଜି, ପଢନ୍ତୁ ନିଜର ଭାଗ୍ୟ ଭବିଷ୍ୟ…

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ

ସୋସିଆଲ ମିଡିଆରେ ନିଆଁ ଲଗାଇଲା କିମ୍ ଶର୍ମାଙ୍କ ବିକିନି ଅବତାର

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ