ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

କର୍କଟକୁ ହରାଇ ନିଶ୍ଚୟ ଫେରିଆସିବି’- ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର । ଅସୁସ୍ଥତା ନେଇ ପ୍ରଥମ ଥର ପାଇଁ ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଏବେ ଯଦିଓ ସେ ବିଶ୍ରାମ ନେଉଛନ୍ତି । ସୁଟିଂରୁ ନିଜକୁ ଦୂରେଇ ରଖିଛନ୍ତି । ତେବେ ଏହାରି ମଝିରେ ଥରେ ବିଖ୍ୟାତ ହେୟାର ଷ୍ଟାଇଲିଷ୍ଟ ଆଲିମ ହାକିମଙ୍କ ସ୍ୟାଲୋଁରେ ପହଞ୍ଚି ଯାଇଥିଲେ ।

ନିଜେ ସେଠାକାର ଏକ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ସେହିଠାରେ ହିଁ ସଞ୍ଜୁ ବାବା ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସେ ନିଶ୍ଚିତ ଭାବେ ଫ୍ଲୋର୍‌କୁ ଫେରିବେ । କ୍ୟାନସର୍‌କୁ ହରାଇଦେବେ । ଭିଡିଓରେ ତାଙ୍କୁ କହୁଥିବାର ଦେଖିବାକୁ ମିଳୁଛି ଯେ “ମୁଁ ସଞ୍ଜୟ ଦତ୍ତ । ଏତେଦିନ ପରେ ସ୍ୟାଲୋଁ ଆସି ବେଶ୍‌ ଭଲ ଲାଗୁଛି । କେଶ କାଟିଲି ।” ଏହାପରେ ମୁଣ୍ଡର ପାଖରେ ଏକ ଦାଗ ଦେଖାଇ କହୁଛନ୍ତି, ‘ଦେଖନ୍ତୁ, ଏହା ଅଳ୍ପଦିନ ତଳେ ପାଇଥିବା ଏକ କ୍ଷତ । କିନ୍ତୁ ମୁଁ ଏହାକୁ ଜୟ କରି ଫେରି ଆସିବି ।

ଖୁବ୍‌ ଶୀଘ୍ର କ୍ୟାନସର୍‌କୁ ହରାଇ ସୁସ୍ଥ ହୋଇଯିବି ।’ ଗତ ଅଗଷ୍ଟ ମାସରେ ସଞ୍ଜୁ ବାବାଙ୍କର ଫୁସ୍‌ଫୁସ୍‌ କ୍ୟାନସର୍‌ ଧରା ପଡ଼ିଥିଲା । ଶାରୀରିକ ଅବସ୍ଥା ଟିକେ ଉନ୍ନତ ହେଲା ପରେ ସ୍ତ୍ରୀ ମାନ୍ୟତା ଓ ଦୁଇ ପିଲାଙ୍କୁ ଧରି ଦୁବାଇ ବୁଲିବା ପାଇଁ ଯାଇଥିଲେ ସଞ୍ଜୁ ବାବା । ଯଦିଓ ଏବେ ସେ ମୁମ୍ବାଇରେ । ନିଜକୁ ସଂପୂର୍ଣ୍ଣ ଫିଟ୍‌ ମନେ କଲେ ‘ସମଶେରା’ ଫିଲ୍ମର ସୁଟିଂ ଆରମ୍ଭ କରିବେ । ଏହା ସହିତ ‘କେଜିଏଫ୍‌’ ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛନ୍ତି ।

   ସମ୍ବନ୍ଧିତ ଖବର


ସୁର Vs ସମ୍ବିତ – ଏମିତି ଚେତାବନୀ ଦେଲେ ସୁର କହିଲେ ଆତ୍ମାକୁ ବାଧିଲା.. ୧୫ ଦିନ ସମୟ ଦେଲୁ ନହେଲେ

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍

ତୃତୀୟ ପର୍ଯ୍ୟାୟରେ ଏମସ୍‌ର ଡାକ୍ତର ନେଲେ କୋଭାକ୍ସିନ୍‌ ଟିକା- କହିଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ

ସୋଆ ରେ ପୂର୍ବାଂଚଳ ପ୍ରାକ୍ ସାଧାରଣତନ୍ତ୍ର ଦିବସ ଏନ୍‌ଏସ୍‌ଏସ୍ ପ୍ୟାରେଡ କ୍ୟାମ୍ପ ଉଦ୍‌ଯାପିତ

କରୋନାକୁ ପରାସ୍ତ କଲେ ୯୭ ବର୍ଷୀୟ -ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସୁସ୍ଥ ହୋଇ ଘରକୁ ଫେରିଲେ