PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

‘ସାହାଯ୍ୟ ନୁହେଁ, ସମ୍ମାନର ଆବଶ୍ୟକତା ଅଛି’ : ନେହା କକ୍କର ପାଞ୍ଚ ଲକ୍ଷ ଟଙ୍କା ଦେବା ପରେ ଏମିତି କହିଲେ ପ୍ରଖ୍ୟାତ ଗୀତିକାର ସନ୍ତୋଷ ଆନନ୍ଦ

ମୁମ୍ବାଇ ୨୭।୨ : ‘ଏକ୍‌ ପ୍ୟାର କା ନଗମା ହୈ’, ‘ଜିନ୍ଦେଗୀ କି ନା ତୁଟେ ଲଡ଼ି’, ‘ମୋହବ୍ବତ ହୈ କୟା ଚିଜ୍‌’, ‘ମେଘାରେ ମେଘାରେ ମତ ଜା ତୁ ପରଦେଶ’, ‘ମୈ ନା ଭୁଳୁଙ୍ଗା’, ‘ଇନ୍‌ ରସ୍ମୋ କୋ ଇନ୍‌ କସମୋ’ ଭଳି ଅନେକ ଲୋକପ୍ରିୟ ଗୀତର ଗୀତିକାର ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ସନ୍ତୋଷ ଆନନ୍ଦଙ୍କ ପାଖରେ ବର୍ତ୍ତମାନ କୌଣସି କାମ ନାହିଁ।  ୮୧ ବର୍ଷ ବୟସରେ ନିଃସଙ୍ଗ ଜୀବନ ବିତାଉଥିବା ସନ୍ତୋଷ ଆନନ୍ଦଙ୍କ ପାଖରେ ଆର୍ଥିକ ସମ୍ବଳ ବୋଲି ବି କିଛି ନାହିଁ। ସନ୍ତୋଷ ଆନନ୍ଦ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏବେ ବହୁତ ଦୂରରେ।

ବଲିଉଡର ଅନେକ ସୁପରହିଟ୍ ଗୀତ ଗାଇଥିବା ସନ୍ତୋଷ ଆନନ୍ଦ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିକଟରେ ଗୀତିକାର ସନ୍ତୋଷ ଆନନ୍ଦ ଏବଂ ନେହା କକ୍କରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ସନ୍ତୋଷ ଆନନ୍ଦ ଟିଭି ରିଏଲିଟି ସୋ ଇଣ୍ଡିଆନ୍‌ ଆଇଡଲ-୧୨ ସେଟ୍‌ରେ ଆସି ପହଞ୍ଚିଥିଲେ। ଏହି ସେଟ୍‌ରେ ସେ ନିଜର ଯନ୍ତ୍ରଣାଦାୟକ କାହାଣୀ ଶୁଣାଇଥିଲେ। ତାଙ୍କର ଏହି କଠିନ କାହାଣୀ ଶୁଣିବା ପରେ ସୋର ଜଜ୍‌ ତଥା କଣ୍ଠଶିଳ୍ପୀ ନେହା କକ୍କର ଭାବପ୍ରବଣ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ସେ ସନ୍ତୋଷ ଆନନ୍ଦଙ୍କ ଆର୍ଥିକ ସହାୟତା କରିବା ପାଇଁ ୫ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ। ଯେଉଁଥିରେ ଲୋକମାନେ ବି ଅନୁଭବ କରିଥିଲେ ଯେ ସନ୍ତୋଷ ଆନନ୍ଦଙ୍କ ଆର୍ଥିକ ଅବସ୍ଥା ଠିକ୍‌ ନାହିଁ। କିନ୍ତୁ ଗୀତିକାର ଏହାକୁ ଅସ୍ୱୀକାର କରିଥିଲେ।

ତେବେ ଏହି ଟଙ୍କାକୁ ଗୀତିକାର ପ୍ରଥମେ ନେବାକୁ ମନା କରିଦେଇଥିଲେ କିନ୍ତୁ ପରେ ନେହା କକ୍କର ତାଙ୍କୁ ମନାଇବାରେ ସେ ରାଜି ହୋଇଥିଲେ। ତେବେ ଏହାକୁ ନେଇ ଗୀତିକାର କହିଛନ୍ତି ଯେ, ଜଣେ କଳାକାରଙ୍କୁ ଇଜ୍ଜତ ଏବଂ ସମ୍ମାନର ଆବଶ୍ୟକତା ରହିଛି। ସେ ଆହୁରି କହିଛନ୍ତି, ମୋ ଘର ଠିକ ଭାବେ ଚାଲିଛି । ନେହା ବହୁତ ସୁନ୍ଦର ବ୍ୟକ୍ତି। ଯେତେବେଳେ ସେ ମୋତେ ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କଲେ ମୁଁ କହିଲି, ମୁଁ ଏହାକୁ ନେଇ ପାରିବି ନାହିଁ । ମୁଁ ଜଣେ ସ୍ବାଭିମାନୀ ମଣିଷଟିଏ। ମୁଁ କେବେ କାହାଠାରୁ ଟଙ୍କା ମାଗି ନାହିଁ କି କେବେ ଟଙ୍କା ମାଗିବି ନାହିଁ । ମୁଁ କେବେ କାହାଠାରୁ ସାହାଯ୍ୟ ମାଗି ନାହିଁ । ମୁଁ କବି ସମ୍ମିଳନୀରେ ଯୋଗ ଦେଇ ସେଥିରୁ ଟଙ୍କା ରୋଜଗାର କରେ ।’

ଗୀତିକାର ଆହୁରି କହିଛନ୍ତି କି, ‘ମୋର କୌଣସି ଅସୁବିଧା ନାହିଁ, ତେବେ ମୁଁ କାହିଁକି ସାହାଯ୍ୟ ମାଗିବି ? ନେହା ମୋତେ କାହିଁକି ଏହି ଉପହାର ଦେଇଛନ୍ତି ମୁଁ ଜାଣେ ନାହିଁ । ‘ଆପଣ ଭାବିବେ ଏହି ଟଙ୍କା ଆପଣଙ୍କ ନାତୁଣୀ ଦେଇଛି’, ଯଦି ନେହା ଏହା କହିନଥାନ୍ତେ ତେବେ ମୁଁ ଏହି ଟଙ୍କାକୁ କେବେବି ଗ୍ରହଣ କରିନଥାନ୍ତି। ଏବଂ ଏହା ପରେ ଲୋକମାନେ ଏହି ସବୁ କଥା କହିବା ଆରମ୍ଭ କରିଦେବେ ଯାହା ସତ୍ୟ ନୁହେଁ । ମଞ୍ଚକୁ ଡାକିଲେ, ସମ୍ମାନ ଦିଆଗଲା, କେବଳ‌ ଏତିକି ହିଁ ମୋ ପାଇଁ ଯଥେଷ୍ଟ ଥିଲା। ସମ୍ମାନ ଏବଂ ସାହାଯ୍ୟ ମଧ୍ୟରେ ପାର୍ଥକ୍ୟ ଅଛି । କାରଣ ମୋର ସାହାଯ୍ୟ ଦରକାର ନାହିଁ, ମୋତେ ସମ୍ମାନ ଦରକାର। ‘

ସୂଚନାଯୋଗ୍ୟ ଯେ, ୨୦୧୪ରେ ସନ୍ତୋଷ ଆନନ୍ଦଙ୍କର ଏକମାତ୍ର ପୁଅ ତାଙ୍କ ପତ୍ନୀଙ୍କ ସହ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ। କିନ୍ତୁ ତାଙ୍କର କୁନି ଝିଅ ଏଥିରୁ ବଞ୍ଚିଯାଇଥିଲା। ଆଖି ଆଗରେ ଯବାନ ପୁଅ, ବୋହୂଙ୍କ ମୃତ୍ୟୁ ଦେଖି ଭାଙ୍ଗି ପଡ଼ିଥିଲେ ସନ୍ତୋଷ ଆନନ୍ଦ। ପୁଅ ବୋହୂଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଏକା ହୋଇଯାଇଥିବା ବେଳେ ବରିଷ୍ଠ ଗୀତିକାରଙ୍କ ହାତରେ କୌଣସି କାମ ନାହିଁ।