କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ୍‌ କଲେ ଦଙ୍ଗଲ ଗର୍ଲ

ମୁମ୍ବାଇ ୨୭/୪: କରୋନା ଭାଇରସ୍‌ ମହାମାରୀ ବିଶ୍ୱକୁ ବର୍ତ୍ତମାନ ସ୍ଥିର ଅବସ୍ଥାକୁ ଆଣିଛି । ଏହି ଜଟିଳ ସମୟରେ ଘରେ ରହିବା ସବୁଠୁ ଜରୁରୀ ହୋଇପଡ଼ିଛି । କିଛି ଲୋକ ଏବେ ବି ନିଜ ଘରଠୁ ଦୂରରେ ରହି କରୋନା ସହ ଲଢୁଛନ୍ତି । ସେମାନଙ୍କର ଏହି ପଦକ୍ଷେପକୁ ସମ୍ମାନ ଜଣାଇଛନ୍ତି ଦଙ୍ଗଲ ଗର୍ଲ ସାନ୍ୟା ମଲହୋତ୍ରା । ଆମକୁ ସୁରକ୍ଷିତ ରଖିବା ପାଇଁ ନିଜ ଜୀବନକୁ ବିପଦରେ ପକାଇଥିବା ସମସ୍ତ ଆଗଧାଡ଼ିର କରୋନା ଯୋଦ୍ଧା, ଡାକ୍ତର, ନର୍ସ ଓ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀଙ୍କ ପ୍ରୟାସ ଏବଂ ଦେଶ ଓ ନାଗରିକଙ୍କ ପ୍ରତି ସେମାନଙ୍କ କର୍ତ୍ତବ୍ୟବୋଧକୁ ସାନ୍ୟା ସାଲ୍ୟୁଟ୍‌ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଏ ସମସ୍ତ କର୍ମୀ ଓ ଯୋଦ୍ଧାଙ୍କୁ ଆମେ ସମସ୍ତେ ନିଶ୍ଚିତ ଭାବେ ସମର୍ଥନ କରିବା ଉଚିତ ଏବଂ ଦେଶ ସମ୍ପୂର୍ଣ୍ଣ ଏହି ମହାମାରୀରୁ ମୁକ୍ତ ନ ହେବା ପର୍ଯ୍ୟନ୍ତ ଘରେ ରହିବା ଉଚିତ ।

ଏହି ଜଟିଳ ସମୟରେ ଆମେ ଏକ ହୋଇ କାମ କରିବା ଉଚିତ ଏବଂ ଏହି ସମସ୍ୟାର ମୂଳୋତ୍ପାଟନ ନିମନ୍ତେ ମିଳିତ ଭାବେ ଲଢ଼େଇ କରିବା ଉଚିତ । ଏହି ପରିସ୍ଥିତିରେ ‘ୟୁନାଇଟେଡ୍‌ ୱି ଷ୍ଟାଣ୍ଡ, ଡିଭାଇଡେଡ୍‌ ୱି ଫଲ୍‌’ କଥନ ଉପଯୁକ୍ତ ମନେହୁଏ । ତେଣୁ ଆମେ ଏକ ହେବା ଆବଶ୍ୟକ । ଏହି ସକ୍ତିଶାଳୀ ବାର୍ତ୍ତା ମାଧ୍ୟମରେ ସକାରାତ୍ମକ ଢଙ୍ଗରେ ସାନ୍ୟା ନିଜର ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଛନ୍ତି । ସୋସିଆଲ ମିଡିଆ ୟୁଜର୍‌ ତାଙ୍କ ବାର୍ତ୍ତାକୁ ଖୁବ୍‌ ପ୍ରଶଂସା କରୁଛନ୍ତି । ସାନ୍ୟାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ଶକୁନ୍ତଳା ଦେବୀ’, ଯେଉଁଥିରେ ସେ ଅନୁପମା ବାନାର୍ଜୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ସେ ବିଦ୍ୟା ବାଲନଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି । ଗୁନୀତ ମୋଙ୍ଗାଙ୍କ ‘ପଗ୍‌ଲେଟ୍‌’ ଓ ଅନୁରାଗ ବାସୁଙ୍କ ‘ଲୁଡୋ’ରେ ମଧ୍ୟ ସେ ମୁଖ୍ୟ ଭୂମିକାରେ ନଜର ଆସିବେ ।

   ସମ୍ବନ୍ଧିତ ଖବର


ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ

ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା –ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ କରୋନା

କରୋନା କାଳରେ ଏହି ଦେଶର ଲୋକମାନେ ବୁଲିବୁଲି ଖୋଜୁଛନ୍ତି ‘ବିଶେଷ ଜିନିଷ’, ଯଦି ମିଳିଯିବ ତେବେ…

ଦୁର୍ଗାଙ୍କ ପୂଜାରେ ଦୁର୍ଗାଙ୍କ ବଦଳରେ ପୂଜା ପାଉଛନ୍ତି ମା ନୀଳବର୍ଣ୍ଣା ସରସ୍ଵତୀ, ଏଠି ଦଶହରାରେ ପୂଜା ପାଆନ୍ତି ମା ସରସ୍ବତୀ…

ପୁଣି ୧୫ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୨୯କୁ ବୃଦ୍ଧି