କଂଗ୍ରେସରେ ମିଶିନାହାନ୍ତି ବୋଲି ସ୍ପଷ୍ଟ କଲେ ସପ୍ନା ଚୌଧୁରୀ, ପୁରୁଣା ଫଟୋକୁ ସାମ୍ନାକୁ ଅଣାଯାଇଛି

ନୁଆଦିଲ୍ଲୀ ୨୪/୩: ସପ୍ନା ଚୌଧୁରୀ କଂଗ୍ରେସରେ ମିଶିବା ନେଇ ମନା କରିଛନ୍ତି । ସେ ରବିବାର ଏକ ପ୍ରେସ୍ କନଫରେନ୍ସ କରି ସଫେଇ ଦେଇଛନ୍ତି ଯେ ୟୁପି ପ୍ରଦେଶ କଂଗ୍ରେସ ଅଧ୍ଯକ୍ଷ ରାଜ୍ ବବରଙ୍କ ସହିତ ତାଙ୍କର କୌଣସି ସାକ୍ଷାତ ହୋଇନି । ସେ କହିଛନ୍ତି ଯେ ଭବିଷ୍ୟତରେ କଂଗ୍ରେସ ସହିତ ମିଶିବାର କୌଣସି ଯୋଜନା ମଧ୍ଯ ନାହିଁ । ସପ୍ନା କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ଭାଇରାଲ ହୋଇଥିବା ଫଟୋଟି ବହୁତ ପୁରୁଣା । ସେ କହିଛନ୍ତି ଯେ ସେ କୌଣସି ପାର୍ଟି ପାଇଁ ପ୍ରଚାର କରିବେନି । ତାଙ୍କର ପୁରୁଣା ଫଟୋକୁ ସାମ୍ନାକୁ ଅଣାଯାଇଛି । ତାଙ୍କ ନାଁରେ ନକଲି ଟ୍ୱିଟର ଆକାଉଣ୍ଟ ଚଲାଯାଉଛି ବୋଲି ସେ କହିଛନ୍ତି । ସେ ଟ୍ୱିଟର ଚଲାନ୍ତି ନାହିଁ ବୋଲି ସଫା ମନା କରିଦେଇଛନ୍ତି ।

ଶନିବାର ଖବର ଆସିଥିଲା ଯେ ଡାନ୍ସର ତଥା ସିଙ୍ଗର ସପ୍ନା ଚୌଧୁରୀ କଂଗ୍ରେସରେ ମିଶିଛନ୍ତି । ଚର୍ଚ୍ଚା ହେଉଥିଲା ଯେ କଂଗ୍ରେସ ତାଙ୍କୁ ହରିୟାଣାରୁ ନିର୍ବାଚନ ଲଢାଇବ । ଏପରିକି ଏହା ଶୁଣିବାକୁ ମିଳୁଥିଲା ଯେ କଂଗ୍ରେସ ମଥୁରାରୁ ହେମାମାଳିନୀଙ୍କ ଅପୋଜିଟରେ ତାଙ୍କୁ ଠିଆ କରାଇବ । ତେବେ ସନିବାର ବିଲମ୍ବିତ ରାତିରେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଯେଉଁଥିରେ ମଥୁରାରୁ ମହେଶ ପାଠକଙ୍କୁ ଟିକେଟ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ

ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ

ନଭେମ୍ବରରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ତା ପୂର୍ବରୁ କରି ନିଅନ୍ତୁ ଜରୁରୀ କାମ