ଚଳିତ ସପ୍ତାହର ରାଶିଫଳ-ଆକସ୍ମିକ ଧନଲାଭ ଓ ଆୟର ପନ୍ଥା ସୁଗମ ହେବ ଏହି ରାଶିର

ମେଷ: ସପ୍ତାହର ପ୍ରଥମ ଭାଗରେ କର୍ମରେ ଓ ବାଣିଜ୍ୟରେ ଉନ୍ନତି କରିବେ । ମଧ୍ୟଭାଗରେ ଆକସ୍ମିକ ଧନଲାଭ ଓ ଆୟର ପନ୍ଥା ସୁଗମ ହେବ । ଶେଷଭାଗରେ ଅପବ୍ୟୟ, ଅପବାଦ ଓ ଅପଯଶ ପାଇବେ । ଶନିବାର ଘାତଚନ୍ଦ୍ର ହେତୁ ସତର୍କ ରହିବେ । ଶୁଭରଙ୍ଗ- ଲାଲ, ସଂଖ୍ୟା-୬, ଆରାଧନା- ମା’ଚଣ୍ଡି ।

ବୃଷ: ଏ ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ରବି ଓ ସୋମବାର ନୂତନ ର୍କମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ମଙ୍ଗଳ ଓ ବୁଧବାର ବାଣିଜ୍ୟରେ ଉତ୍ତମ ଆୟ ଓ ଆକସ୍ମିକ ଧନଲାଭ । ଗୁରୁ, ଶୁକ୍ର ଓ ଶନିବାର ପଦସ୍ତ କର୍ମଚାରୀଙ୍କ କୃପା ଓ ସହଯୋଗ ପାଇବେ । ଶୁଭରଙ୍ଗ- ଧଳା, ସଂଖ୍ୟା-୪, ଆରାଧନା- ମା’ କମଳା ।

ମିଥୁନ: ସପ୍ତାହର ପ୍ରଥମ ଭାଗରେ କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ସୋମବାର, ମଙ୍ଗଳବାର ଘାତଚନ୍ଦ୍ର ହେତୁ ସତର୍କ ରହିବେ । ବୁଧବାର, ଗୁରୁବାର ନୂତନ ନିଯୁକ୍ତି କିମ୍ବା ନୂତନ କର୍ମାରମ୍ଭ କରିପାରନ୍ତି । ଶୁକ୍ର ଓ ଶନିବାର ବାଣିଜ୍ୟରେ ଉତ୍ତମ ଆୟ ଓ ପନ୍ଥା ସୁଗମ ହେବ । ଶୁଭରଙ୍ଗ- ସବୁଜ, ସଂଖ୍ୟା-୮, ଆରଧନା- ଭଗବାନ ବିଷ୍ଣୁ ।

କର୍କଟ: ସପ୍ତାହର ପ୍ରଥମ ଭାଗରେ ମାନସିକ ଅସ୍ତିରତା, ଶାରୀରିକ ପୀଡ଼ା ଓ ସମସ୍ତକର୍ମରେ ବିଘ୍ନ ଓ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ମଧ୍ୟଭାଗରେ ଭାଗ୍ୟରେ ଉନ୍ନତି ଓ ବ୍ୟବସାୟରେ ଆୟ ଉତ୍ତମ ହେବ । ଶେଷଭାଗରେ କର୍ମରେ ଉନ୍ନତି ଓ ନୂତନ କର୍ମାରମ୍ଭ କରିପାରନ୍ତି । ଶୁଭରଙ୍ଗ- ଧଳା, ସଂଖ୍ୟା-୭, ଆରାଧନା- ମା’ ଭୁବନେଶ୍ୱରୀ ।

ସିଂହ: ରବିବାର ଘାତଚନ୍ଦ୍ର ହେତୁ ସତର୍କ ରହିବେ । ସୋମବାର, ମଙ୍ଗଳବାର ସ୍ତ୍ରୀ ହେତୁକ ଧନଲାଭ ଓ ମୂଲ୍ୟବାନ ଧାତୁ କ୍ରୟ କରିବେ । ବୁଧବାର, ଗୁରୁବାର କର୍ମରେ ବାଧାବିଘ୍ନ ଓ ଶାରୀରିକ ପୀଡ଼ା ଓ ପରିବାରରେ ଅଶାନ୍ତି ଦେଖାଦେବ । ବାଣିଜ୍ୟରେ ଉତ୍ତମ ଆୟ କର୍ମରେ ସଫଳତା ଶୁଭରଙ୍ଗ- ଗୋଲାପୀ, ସଂଖ୍ୟା- ୩, ଆରାଧନା- ମା’ ମାତଙ୍ଗୀ ।

କନ୍ୟା: ସପ୍ତାହର ପ୍ରଥମ ଭାଗରେ ମାନ ସମ୍ମାନ, କର୍ମରେ ସଫଳତା ଓ ବାପାମା’ଙ୍କ କୃପା ଲାଭ କରିବେ । ମଧ୍ୟଭାଗରେ ରୋଗ,ଋଣ ଓ ଶତ୍ରୁ ଏ ତିନୋଟିରୁ ମୁକ୍ତି ପାଇବେ । ଶେଷଭାଗରେ ସ୍ତ୍ରୀ ହେତୁକ ଧନଲାଭ, ବାଣିଜ୍ୟରେ ଉତ୍ତମ ଆୟ ଓ ପରିବାରରେ ଶାନ୍ତି ବଜାୟ ରହିବ । ଶୁଭରଙ୍ଗ- ମେରୁନ, ସଂଖ୍ୟା- ୪, ଆରାଧନା- ମା’ଷୋଡ଼ଶୀ ।

ତୁଳା: ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ପ୍ରଥମଭାଗରେ ମାନସିକ, ପାରିବାରିକ ଶାନ୍ତି ଓ କର୍ମରେ ପ୍ରଶଂସିତ ହେବେ । ମଧ୍ୟଭାଗରେ ସମସ୍ତ କର୍ମରେ ସଫଳତା, ବାଣିଜ୍ୟରେ ଉତ୍ତମ ଆୟ । ଶେଷଭାଗରେ ଆକସ୍ମିକ ଧନଲାଭ ଓ ବସନ ଭୂଷଣ କ୍ରୟ କରିପାରନ୍ତି । ଶୁଭରଙ୍ଗ-ନୀଳ, ସଂଖ୍ୟା- ୨, ଆରଧନା-ପ୍ରଭୁ ଶ୍ରୀରାମ ।

ବିଛା: ପ୍ରଥମ ଭାଗରେ ସ୍ୱଜନ ପ୍ରିୟଜନଙ୍କ ସହ ଅପ୍ରିୟତା, ବାଣିଜ୍ୟରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ହୋଇପାରେ । ମଧ୍ୟଭାଗରେ କର୍ମରେ ପ୍ରଶଂସିତ, ବାଣିଜ୍ୟରେ ଲାଭ । କର୍ମରେ ଆଶାତିତ ସଫଳତା, ବାଣିଜ୍ୟରେ ଉତ୍ତମ ଆୟ, ପରିବାରରେ ଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ଶୁଭ ରଙ୍ଗ- ହଳଦିଆ, ସଂଖ୍ୟା- ୩, ଆରାଧନା- ମା’ ଚଣ୍ଡି ।

ଧନୁ: ସୋମ,ମଙ୍ଗଳବାରରେ ଆର୍ଥିକ ଅବସ୍ଥାରେ ଉନ୍ନତି, ଭାଇ ଭଉଣୀଙ୍କ ସହ ସଂପର୍କ ଓ ନୂତନ ନିଯୁକ୍ତି ମିଳିପାରେ । ଗୁରୁବାର ଘାତଚନ୍ଦ୍ର ହେତୁ ସତର୍କ ରହିବେ । ଶୁକ୍ରବାର ଓ ଶନିବାରରେ ପରିବାରରେ ଶାନ୍ତି, କର୍ମରେ ପ୍ରଶଂସିତ ଓ ସନ୍ତାନମାନଙ୍କ କର୍ମରେ ଗର୍ବିତ ହେବେ । ଶୁଭରଙ୍ଗ- ଲାଲ, ସଂଖ୍ୟା- ୭, ଆରାଧନା- ମା’ ତାରା ।

ମକର: ସପ୍ତାହର ପ୍ରଥମ ଭାଗରେ ଧନଲାଭ ଓ ବ୍ୟବସାୟରେ ଉତ୍ତମ ଆୟ ହେବ । ମଧ୍ୟଭାଗରେ କର୍ମରେ ଉନ୍ନତି ଓ ନୂତନ ନିଯୁକ୍ତି ମିଳିପାରେ । ସପ୍ତାହର ଶେଷଭାଗରେ ବାଣିଜ୍ୟରେ କ୍ଷତି, କର୍ମରେ ବିଘ୍ନ ଓ ସ୍ୱଜନରେ ମତାନ୍ତର ହେବ । ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-୧୧, ଆରାଧନା- ମା’ଦୂର୍ଗା ।

କୁମ୍ଭ: ରବି,ସୋମ,ମଙ୍ଗଳବାରରେ ସୁଖାଦ୍ୟ,ସୁବସନ ପ୍ରାପ୍ତି, କର୍ମରେ ସଫଳତା ପାଇବେ । ବୁଧ,ଗୁରୁବାରରେ ଆର୍ଥିକ ସ୍ଥିତି ମଜବୁତ ହେବ । ଶୁକ୍ର ଓ ଶନିବାରରେ କର୍ମରେ ସଫଳତା,ବାଣିଜ୍ୟରେ ଉତ୍ତମ ଆୟ, ପରିବାରରେ ଶାନ୍ତି ରହିବ । ଶୁଭରଙ୍ଗକଳା, ସଂଖ୍ୟା- ୩, ଆରାଧନା- ମା’କାଳି ।

ମୀନ: ସପ୍ତାହର ପ୍ରଥମ ଭାଗରେ ଘାତଚନ୍ଦ୍ର ହେତୁ ସତର୍କ ରହିବେ । ମଧ୍ୟଭାଗରେ ସ୍ୱଜନ ଓ ପ୍ରିୟଜନଙ୍କ ସହ ସୁସମ୍ପର୍କ, ବାଣିଜ୍ୟରେ ଅଧିକ ଆୟ ଓ କର୍ମରେ ସଫଳତା ପାଇବେ । ଶେଷଭାଗରେ ଆର୍ଥିକ ଅବସ୍ଥାରେ ଉନ୍ନତି, କର୍ମରେ ସଫଳତା ଓ ପରିବାରରେ ଶାନ୍ତି ଅତୁଟ ରହିବ । ଶୁଭରଙ୍ଗ- ହଳଦିଆ, ସଂଖ୍ୟା- ୯, ଆରାଧନା- ପ୍ରଭୁ ଜଗନ୍ନାଥ ।