ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଏହି ସପ୍ତାହର ରାଶିଫଳ-କର୍ମରେ ଉନ୍ନତି ଓ ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି

ମେଷ: ସପ୍ତାହର ପ୍ରଥମ ଭାଗରେ ବାଣିଜ୍ୟ, କର୍ମ ଓ ଭାଗ୍ୟରେ ଉନ୍ନତି ଘଟିବ । ମଧ୍ୟଭାଗରେ ଅପବ୍ୟୟ,ଅପବାଦ ଓ ଅପଯଶର ଶିକାର ହେବେ । ଅଯଥା ଖର୍ଚ୍ଚାନ୍ତରେ ପଡିପାରନ୍ତି । ସପ୍ତାହର ଶେଷଭାଗରେ ଘାତଚନ୍ଦ୍ର ହେତୁ ସତର୍କ ରହିବେ । ଶୁଭରଙ୍ଗହଳଦିଆ, ସଂଖ୍ୟା-୩, ଆରାଧନା-ମା’ଚଣ୍ଡି ।

ବୃଷ: ରବି,ସୋମ,କର୍ମରେ ଉନ୍ନତି ଓ ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି ମିଳିପାରେ । ମଙ୍ଗଳ, ବୁଧ, ଗୁରୁ ବାଣିଜ୍ୟରେ ଉତ୍ତମ ଆୟ, ଆକସ୍ମିକ ଧନଲାଭ ଓ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ । ଶୁକ୍ର, ଶନି କର୍ମରେ ବିଳମ୍ବ, ଅଯଥା ଖର୍ଚ୍ଚାନ୍ତ, ଧନକ୍ଷତି, ପରିବାରରେ ବିବାଦ ରହିବ । ଶୁଭରଙ୍ଗ- ଧଳା, ସଂଖ୍ୟା-୨, ଆରାଧନା- ମା’ କମଳା ।

ମିଥୁନ: ରବି,ସୋମ ଘାତଚନ୍ଦ୍ର ହେତୁ ବାଣିଜ୍ୟରେ କ୍ଷତି, କର୍ମରେ ଅପଯଶ, ଶତ୍ରୁତା,ଗୁରୁଜନଙ୍କ ସହ ବିବାଦ ଦେଖା ଦେବ । ଶୁକ୍ର ଓ ଶନିବାରରେ ଆର୍ଥିକ ଅବସ୍ଥାରେ ଉନ୍ନତି, ବାଣିଜ୍ୟରେ ଉତ୍ତମ ଆୟ, କର୍ମରେ ସଫଳ,ପରିବାରରେ ଶାନ୍ତି ଓ ଆକସ୍ମିକ ଧନଲାଭ ହେବ । ଶୁଭରଙ୍ଗ- ମେରୁନ, ସଂଖ୍ୟା-୪, ଆରଧନା- ଭଗବାନ ବିଷ୍ଣୁ ।

 କର୍କଟ: ସପ୍ତାହର ପ୍ରଥମ ଭାଗରେ ଧନକ୍ଷତି,ବାଣିଜ୍ୟରେ କ୍ଷତି,କର୍ମରେ ବାଧାବିଘ୍ନ,ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ । ମଧ୍ୟ ଭାଗରେ ମାନସମ୍ମାନ,ଲାଭ, ପ୍ରମୋସନ ଓ ସହାୟତା ପାଇବେ । ଶେଷଭାଗରେ କର୍ମରେ ସଫଳତା ଓ ଉନ୍ନତି ଘଟିବ । ଶୁଭରଙ୍ଗ- ଧଳା, ସଂଖ୍ୟା-୭, ଆରାଧନା- ଭଗବାନ ଶିବ ।

ସିଂହ: ରବି, ସୋମ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ମୂଲ୍ୟବାନ ଧାତୁ କିମ୍ବା ବସନ ଭୂଷଣ କ୍ରୟ କରିବେ । ବାଣିଜ୍ୟରେ ଉତ୍ତମ ଆୟ, କର୍ମରେ ପ୍ରଶଂସା ପାଇବେ । ମଙ୍ଗଳ, ବୁଧ ଅଷ୍ଟମ ଚନ୍ଦ୍ର ହେତୁ ସତର୍କ ରହିବେ । ଗୁରୁ, ଶୁକ୍ର ଶନି ଭାଗ୍ୟରେ, ର୍କମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ଶୁଭରଙ୍ଗ- ଗୋଲାପୀ, ସଂଖ୍ୟା- ୬, ଆରାଧନା- ମା’ମାତଙ୍ଗୀ ।

କନ୍ୟା: ସପ୍ତାହର ପ୍ରଥମ ଭାଗରେ ରୋଗ, ଋଣ ଓ ଶତ୍ରୁ ମୁକ୍ତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ ଓ କର୍ମରେ ସଫଳତା ପାଇବେ । ଶେଷଭାଗରେ ଅଷ୍ଟମ ଚନ୍ଦ୍ର ହେତୁ ଧନକ୍ଷତି, ବାଣିଜ୍ୟରେ କ୍ଷତି, କର୍ମରେ ବାଧାବିଘ୍ନ ଓ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ- ସବୁଜ, ସଂଖ୍ୟା- ୧୨, ଆରାଧନା- ମା’ଷୋଡ଼ଶୀ ।

ତୁଳା: ରବି, ସୋମ ଯଶ ସମ୍ମାନ ଲାଭ, ବାଣିଜ୍ୟରେ ମଧ୍ୟମ ଆୟ, କର୍ମରେ ଆତ୍ମ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବାପାମା’ଙ୍କ କୃପା ଲାଭ ହେବ ଓ ସନ୍ତାନମାନେ ଆଜ୍ଞାଧୀନ ହେବେ । ମଙ୍ଗଳ,ବୁଧ, ଗୁରୁ ରୋଗ,ଋଣ ଓ ଶତ୍ରୁ ମୁକ୍ତ ହେବେ । ଶୁକ୍ର, ଶନି ମୂଲ୍ୟବାନ ଧାତୁ ଓ ବସନ ଭୂଷଣ କ୍ରୟ କରିବେ । ଶୁଭରଙ୍ଗ-ଧଳା, ସଂଖ୍ୟା-୪, ଆରଧନା-ମା’ଗାୟତ୍ରୀ ।

 ବିଛା: ସପ୍ତାହର ପ୍ରଥମ ଭାଗରେ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର,ବାଣିଜ୍ୟରେ କ୍ଷତି ଓ ମାଲିମକଦ୍ଦମାରେ ପଡିପାରନ୍ତି । ମଧ୍ୟଭାଗରେ ମାନ ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ଶେଷଭାଗରେ ବାଣିଜ୍ୟରେ ଉତ୍ତମ ଆୟ,କର୍ମରେ ସଫଳତା ପାଇବେ । ଶୁଭ ରଙ୍ଗଲାଲ, ସଂଖ୍ୟା- ୧୧, ଆରାଧନା- ବଗଳାମୁଖୀ ।

ଧନୁ: ରବି,ସୋମ ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି ମିଳିପାରେ । ମଙ୍ଗଳ,ବୁଧ,ଗୁରୁ ଘାତଚନ୍ଦ୍ର ହେତୁ ସତର୍କ ରହିବେ । ଶୁକ୍ର,ଶନି ପଞ୍ଚମ ଚନ୍ଦ୍ର ହେତୁ ବାଣିଜ୍ୟରେ ମଧ୍ୟମ ଆୟ,କର୍ମରେ ସଫଳତା,ବାପାମା’ଙ୍କ କୃପାଲାଭ ଓ ସନ୍ତାନମାନେ ଆଜ୍ଞାଧୀନ ହେବେ । ଶୁଭରଙ୍ଗ- ହଳଦିଆ, ସଂଖ୍ୟା- ୫, ଆରାଧନା- ମା’ତାରା ।

ମକର: ସପ୍ତାହର ପ୍ରଥମ ଭାଗରେ ଆର୍ଥିକ ସ୍ଥିତି ମଜବୁତ ହେବ । ବାଣିଜ୍ୟରେ ଉତ୍ତମ ଆୟ,ଆକସ୍ମିକ ଧନଲାଭ ଓ ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ମଧ୍ୟଭାଗରେ ଭାଇଭଉଣୀଙ୍କ ସହ ସଂପର୍କ ମଧୁର ହେବ । ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-୧୧, ଆରାଧନା- ମା’ଦୂର୍ଗା ।

କୁମ୍ଭ: ରବି, ସୋମସୁଖାଦ୍ୟ, ସୁବସନ ପ୍ରାପ୍ତି, ସ୍ୱଜନଙ୍କ ସହ ମଧୁର ସଂପର୍କ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ମଙ୍ଗଳ,ବୁଧ,ଗୁରୁ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ଶୁକ୍ର,ଶନି ନୂତନ ନିଯୁକ୍ତି ମିଳିପାରେ । ଶୁଭରଙ୍ଗ- କଳା, ସଂଖ୍ୟା- ୩, ଆରାଧନା- ମା’କାଳି ।

ମୀନ: ପ୍ରଥମ ଭାଗରେ ଅପବ୍ୟୟ,ଅପବାଦ ଓ ଅପଯଶର ଶିକା ହେବେ । ମଧ୍ୟଭାଗରେ ମନରେ ଉତ୍ସାହ ଓ ଉଦ୍ଦିପନା ଭାବ ପ୍ରକାଶ ପାଇବ । ଶେଷଭାଗରେ ବାଣିଜ୍ୟରେ ଉତ୍ତମ ଆୟ,ଆକସ୍ମିକ ଧନଲାଭ କିମ୍ବା କୌଣସି ବିଶେଷ ସୂତ୍ରରୁ ଧନ ମିଳିବ । ଶୁଭରଙ୍ଗ- ଲାଲ, ସଂଖ୍ୟା- ୯, ଆରାଧନା- ପ୍ରଭୁ ଜଗନ୍ନାଥ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.