ରଙ୍ଗୀନ ଡ୍ରେସରେ ସୋସିଆଲ ମିଡିଆରେ ନିଆଁ ଲଗାଇଲେ ସାରା

ମୁମ୍ବାଇ ୨୧/୧: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଏବେ ମାଳଦୀପରେ ଛୁଟି କଟାଉଛନ୍ତି । ସେ ଇନଷ୍ଟାଗ୍ରାମରେ ନିଜ ଫ୍ୟାନ୍ସଙ୍କ ପାଇଁ ଟ୍ରିପର କିଛି ଫଟୋ ସେୟାର କରିଛନ୍ତି । ସାରାଙ୍କ ଭ୍ୟାକେସନ ଫଟୋ ଦେଖିବା ପରେ ତାଙ୍କ ଫ୍ୟାନ୍ସ ତାଙ୍କ ଲୁକର ଖୁବ୍ ପ୍ରଶଂସା କରୁଛନ୍ତି ।

ସାରା ସେୟାର କରିଥିବା ଫଟୋରେ ସେ ବାଲିରେ ଠିଆ ହୋଇଛନ୍ତି । ତାଙ୍କ ପଛରେ ସମୁଦ୍ର ନଜର ଆସୁଛି । ଅଭିନୟ କଥା କହିବା ତ ସାରା ନିକଟରେ ଓଟିଟିରେ ରିଲିଜ ହୋଇଥିବା ଫିଲ୍ମ କୁଲି ନମ୍ବର ୱନରେ ବରୁଣ ଧୱନଙ୍କ ସହିତ ନଜର ଆସିଥିଲେ ।
ଆଗାମୀ ଦିନରେ ସେ ‘ଅତରଙ୍ଗୀ’ରେ ନଜର ଆସିବେ । ଏହି ଫିଲ୍ମରେ ଅକ୍ଷୟ କୁମାର, ଧନୁଷ ଓ ନିମ୍ରତ କୌର ମଧ୍ୟ ମୁଖ୍ୟ ଭୁମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ୍ ରୟ ।