PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

‘ସରି ଆମ୍ମା ଆବ୍ବା, ମୁଁ ନାକ କାଟି ଦେଲି’, ସୈଫ ଏବଂ ଅମୃତା ସିଂଙ୍କୁ କାହିଁକି କ୍ଷମା ମାଗିଲେ ସାରା ? ଭିଡ଼ିଓ ଭାଇରାଲ୍

ମୁମ୍ବାଇ ୪।୮: ଖୁବ୍ କମ୍ ସମୟ ମଧ୍ୟରେ ନବାବ ପରିବାରର ଝିଅ ସାରା ଅଲି ଖାନ୍ ଚଳଚ୍ଚିତ୍ର ଜଗତରେ ଏକ ଭିନ୍ନ ପରିଚୟ ଏବଂ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସାରା ଅଲି ଖାନ ୨୦୧୮ରେ ଫିଲ୍ମ ‘କେଦାରନାଥ’ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ କିଛି ବିଶେଷ ପ୍ରଦର୍ଶନ କରିପାରିନଥିଲା, କିନ୍ତୁ ସାରା ନିଶ୍ଚିତ ଭାବରେ ଲୋକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ଚଳଚ୍ଚିତ୍ର ପରି, ସାରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ସେ ନିଜର ଥଟ୍ଟା ଏବଂ ଅନନ୍ୟ ଶୈଳୀରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଭୁଲନ୍ତି ନାହିଁ ।

ନିକଟରେ ସାରା ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସାରା ତାଙ୍କ ପିତାମାତା ତଥା ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି। କେବଳ ଏତିକି ନୁହେଁ, ସାରା ଏପରିକି କହିଥିଲେ ଯେ ମୁଁ ନାକ କାଟି ଦେଲି।

ସାରା ଅଲି ଖାନ ସେୟାର କରିଥିବା ଭିଡିଓରେ ତାଙ୍କ ନାକରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ସାରା ଲେଖିଛନ୍ତି, ‘କ୍ଷମା କରିବେ ଆମ୍ମା, ଆବ୍ବା ଏବଂ ଇଗି। ମୁଁ ନାକ କାଟି ଦେଲି ।’ ସାରାଙ୍କ ଏହି ଭିଡିଓ ଏବଂ ଏହା ସହିତ ଲେଖାଯାଇଥିବା ଅଜବ କ୍ୟାପସନ୍ ଦେଖି ପ୍ରଶଂସକମାନେ ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନାକ କାଟିବାର ଅର୍ଥ ହେଲା ଯେ, ତାଙ୍କ ନାକରେ ଆଘାତ ଲାଗିଛି ଏବଂ ରକ୍ତ ବାହାରୁଛି। ଏହି କଥାକୁ ସାରା ଏକ ମଜାଳିଆ ଢ଼ଙ୍ଗରେ କହିଛନ୍ତି। ସାରାଙ୍କ ଏହି ଭିନିଓ ମଜାଦାର ତ ନିଶ୍ଚୟ କିନ୍ତୁ କିଛି ଫ୍ୟାନ୍ସ ଏହାକୁ ଦେଖି ଚକିତ ହୋଇଯାଇଛନ୍ତି।