ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଭାଲେନ୍‌ଟାଇନ୍ସରେ 'ଆଜ୍‌ କଲ୍‌', କାର୍ତ୍ତିକଙ୍କ ସହ ନଜର ଆସିବେ ସାରା

ମୁମ୍ବାଇ: ଇମ୍‌ତିଆଜ ଅଲିଙ୍କ ଅପ୍‌କମିଙ୍ଗ ଫିଲ୍ମକୁ ନେଇ ସାରା ଅଲି ଖାନ୍‌ ଏବେ ଚର୍ଚ୍ଚାରେ । ତାଙ୍କ ସହ ଖବରରେ ଅଛନ୍ତି କୋ-ଷ୍ଟାର୍‌ କାର୍ତ୍ତିକ ଆର୍ଯ୍ୟନ୍‌ । କାର୍ତ୍ତିକଙ୍କ ସହ ଡେଟ୍‌ କରିବାକୁ ଚାହୁଁଥିବା କଥା ନିକଟରେ ଏକ ସାକ୍ଷାତକାରରେ ସାରା କହିବା ପରେ ଉଭୟ କଳାକାରଙ୍କ ଉପରେ ବି-ଟାଉନ୍‌ର ନଜର ଥିଲା । ଏହି ଯୋଡ଼ିକୁ ନେଇ ଫିଲ୍ମ କରିବାକୁ ଫିଲ୍ମମେକର୍‌ ଆଗଭର ହେଲେ । ତେବେ ସତସତିକା କାର୍ତ୍ତିକସାରାଙ୍କୁ ନେଇ ଫିଲ୍ମ କରିବାକୁ ଯାଉଛନ୍ତି ଇମ୍‌ତିଆଜ ଅଲି । ସୁଟିଂ ବି ଚାଲିଛି । ନିକଟରେ ସାରା ଦିଲ୍ଲୀରେ ନିଜ ସିନ୍‌ର କିଛି ସୁଟିଂ ଶେଷ କରିଛନ୍ତି । ସେତିକି ନୁହେଁ, ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏ ନେଇ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ସୈଫ୍‌ ଅଲି ଖାନ୍‌-ଦୀପିକା ପାଦୁକୋନ ଷ୍ଟାରର୍‌ ‘ଲଭ୍‌ ଆଜ୍‌ କଲ୍‌’ର ଏଇଟି ସିକ୍ୱେଲ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ତେବେ ଏ ନେଇ କୌଣସି ପ୍ରକାର ଚୂଡ଼ାନ୍ତ ଘୋଷଣା ହୋଇନଥିଲା ।

ବର୍ତ୍ତମାନର ରିପୋର୍ଟ ଅନୁସାରେ, ଫିଲ୍ମମେକର୍‌ ଫିଲ୍ମର ଟାଇଟଲ୍‌ ରଖିଛନ୍ତି ‘ଆଜ୍‌ କଲ୍‌’ । ‘ଲଭ୍‌ ଆଜ୍‌ କଲ୍‌’ର ଏହା ସିକ୍ୱେଲ୍‌ ହୋଇପାରେ ବୋଲି ଜଣାପଡୁଛି । ସିକ୍ୱେଲ୍‌ କି ନୁହେଁ, ତାହା ବଡ଼ କଥା ନୁହେଁ । ସାରା-କାର୍ତ୍ତିକଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ନେଇ ସମସ୍ତେ ଉତ୍ସାହିତ । ଆସନ୍ତା ଭାଲେନ୍‌ଟାଇନ୍ସ ଡେ’ରେ ଫିଲ୍ମ ରିଲିଜ୍‌ ହେବ ବୋଲି ଶୁଣିବାକୁ ମିଳୁଛି । ‘ସିମ୍ବା’ ପରେ ସାରାଙ୍କ ଅଭିନୟ ଦକ୍ଷତାକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଖୁବ୍‌ଶୀଘ୍ର ଆଗଧାଡ଼ିର ନାୟିକାଙ୍କ ରେସ୍‌ରେ ସେ ସାମିଲ ହେବେ ବୋଲି ସବୁଠି ଚର୍ଚ୍ଚା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.