ରାଜନୀତିରେ ଏଣ୍ଟ୍ରି ମାରିବେ ସାରା ଅଲ୍ଲୀ ଖାନ୍

ମୁମ୍ବାଇ ୧୫।୪: ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଇତି ମଧ୍ୟରେ ଦୁଇଟି ହିନ୍ଦୀ ସିନେମା ‘କେଦାରନାଥ୍’ ଓ ‘ସିମ୍ବା’ରେ ନାୟିକା ଭାବେ ନଜର ଆସିସାରିଛନ୍ତି। ଉଭୟ ସିନେମା ବକ୍ସ ଅଫିସ୍ରେ ମଧ୍ୟ ସୁପରହିଟ୍ ହୋଇଛି। ଖାଲି ସେତିକି ନୁହେଁ ସାରାଙ୍କ ଅଭିନୟ ଦକ୍ଷତାକୁ ନେଇ ମଧ୍ୟ ପ୍ରଶଂସା ଜୋର୍ ଧରିଛି। ସାରା ବଲିଉଡରେ ପ୍ରବେଶ କରିବା ପୂର୍ବରୁ ଭଲ ପାଠ ବି ପଢୁଥିଲେ। ସେ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ଇତିହାସ ଏବଂ ରାଜନୀତି ବିଜ୍ଞାନରେ ଡିଗ୍ରି ହାସଲ କରିଛନ୍ତି।

ଜଣେ ସଫଳ ଅଭିନେତ୍ରୀ ହେବା ପରେ ସେ କ’ଣ କରିବାକୁ ଚାହାଁନ୍ତି ବୋଲି ଯେତେବେଳେ ସାରା ଅଲ୍ଲୀ ଖାନ୍କୁ ପ୍ରଶ୍ନ କରାଯାଇଥିଲା, ‘ରାଜନୀତିରେ ଯୋଗ ଦେବାକୁ ଚାହେଁ’ ବୋଲି ଉତ୍ତର ଦେଇଥିଲେ। ସାରା ଅଲ୍ଲୀ ଖାନ୍ ଭବିଷ୍ୟତରେ ରାଜନୀତି କ୍ଷେତ୍ରରେ ପାଦ ଥାପିବେ।

ଏବେ ସେ ଇମତିଆଜ୍ ଅଲ୍ଲୀଙ୍କ ନୂଆ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ସାରାଙ୍କ ବିପକ୍ଷରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ୍। ଏହା ଇମତିଆଜଙ୍କ ପୂର୍ବ ସୁପରହିଟ୍ ଫିଲ୍ମ ‘ଲଭ ଆଜକଲ୍’ର ସିକ୍ୱେଲ୍ ବୋଲି ଶୁଣିବାକୁ ମିଳୁଛି। ତା’ପରେ ସେ ବରୁଣ ଧଓ୍ଵନଙ୍କ ସହିତ ‘କୁଲି ନଂ ୧’ର ରିମେକ୍ରେ କାମ କରିବେ।
