ବାଲିକୁଦା-ଏରସମାରେ ଶକ୍ତି ବଢାଇଲା ବିଜେଡ଼ି, ହାତ ଛାଡ଼ି ଶଙ୍ଖ ଧରିଲେ ସାରଦା

ଭୁବନେଶ୍ୱର,୧୧ ।୪(ବ୍ୟୁରୋ): ଜଗତସିଂହପୁର ବରିଷ୍ଠ କଂଗ୍ରେସ ନେତା ସାରଦା ପ୍ରସନ୍ନ ଜେନା ହାତ ଛାଡ଼ି ଆଜି ଶଙ୍ଖ ଧରିଛନ୍ତି । ସେ ତାଙ୍କର ସମର୍ସକଙ୍କୁ ମଧ୍ୟ ଶଙ୍ଖ କ୍ୟାମ୍ପକୁ ଆଣିବାରେ ସଫଳ ହୋଇଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ସମସ୍ତେ ବିଜେଡ଼ିରେ ମିଶିଥିବା କହିଛନ୍ତି । ଏରସମା ବ୍ଲକ ବାମଦେଇପୁର କଂଗ୍ରେସ ସରପଞ୍ଚ ଗୋପୀନାଥ ସାମନ୍ତରାୟ, ନୂଆଗାଁ ସେବା ସମବାୟ ସମିତି ସଭାପତି ନାରାୟଣ ବର୍ଦ୍ଧନ, ଜଗତସିଂହପୁର ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସମୀର ରଞ୍ଜନ ସ୍ୱାଇଁ, ବ୍ଲକ ଓବିସି ସେଲ୍ ସଭାପତି ପ୍ରମୋଦ ରାଉତ, ଢିଙ୍କିଆ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁ, ପୂର୍ବତନ ସରପଞ୍ଚ କେଦାର କନୱର, ପୂର୍ବତନ ସମିତି ସଭ୍ୟ ପ୍ରମୋଦ ତରେଇ ପ୍ରମୁଖ ନବୀନ ନିବାସ ଆସି ନବୀନଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଜୋନ୍ କଂଗ୍ରେସ କମିଟି ସମ୍ପାଦକ ତଲାନ ମହାନ୍ତି, ପୂର୍ବତନ ସମିତି ସଭ୍ୟ ଅଧିକାରୀ ପ୍ରଶାନ୍ତ ଦାସ, ଅଶ୍ୱିନୀ ଦାସ, ଅମ୍ବିକି ପଞ୍ଚାୟତ କଂଗ୍ରେସ କମିଟି ସଭାପତି ପବିତ୍ର ଦାସ, ପୂର୍ବତନ ସରପଞ୍ଚ ଉର୍ମିଳା ମଲ୍ଲିକ, ଦିଲ୍ଲୀପ ବିଶ୍ୱାଳ, ଜଗତସିଂହପୁର ଜିଲ୍ଲା କଂଗ୍ରେସ ସମ୍ପାଦକ ପ୍ରମୋଦ ମହାନ୍ତି, ଏରସମା ଜୋନ୍ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିକ୍ରମ ମହାପାତ୍ର, ସମ୍ପାଦକ ଅନନ୍ତ ନାରାୟଣ ସ୍ୱାଇଁ, ଯୁବ କଂଗ୍ରେସର ମନୋଜ ବେଉରା, ସଂଗ୍ରାମ ମଲ୍ଲ, ପାଣି ପଞ୍ଚାୟତ ସଂପାଦକ ସର୍ବେଶ୍ୱର ବେଉରା, ଦିଲ୍ଲୀପ କୁମାର ବିଶ୍ୱାଳ, ଏସ୍ସି ସେଲ୍ ବଲ୍ଲଭ ସେଠୀଙ୍କ ସମେତ ୫୦୦ରୁ ଅଧିକ କର୍ମୀ ଆଜି କଂଗ୍ରେସ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
ଆଜିର ମିଶ୍ରଣ କାର୍ଯ୍ୟକ୍ରମରେ ବାଲିକୁଦା-ଏରସମା ବିଧାୟକ ପ୍ରାର୍ଥୀ ରଘୁନନ୍ଦନ ଦାସ, ସାଂସଦ ପ୍ରାର୍ଥୀନୀ ଡା. ରାଜଶ୍ରୀ ମଲ୍ଲିକ, ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ, ଜଗତସିଂହପୁର ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, ବାଲକିୁଦା-ଏରସମା ନର୍ବିାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ତନ୍ମୟ ସ୍ୱାଇଁଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।