ସାରଦା ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇପାରନ୍ତି ରାଜୀବ କୁମାର

ନୂଆଦିଲ୍ଲୀ ୧୪/୯: ସାରଦା ଚିଟ୍‌ଫଣ୍ଡ ମାମଲାରେ କୋଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଗିରଫ କରିପାରେ । ତାଙ୍କୁ ଶନିବାର ହାଜର ହେବାକୁ ସିବିଆଇ ପକ୍ଷରୁ ଆଜି ନୋଟିସ ଜାରି କରାଯାଇଛି । ସେ ସାରଦା ଚିଟ୍‌ଫଣ୍ଡ ସଂକ୍ରାନ୍ତ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ କଲିକତା ହାଇକୋର୍ଟ ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ଲଗାଇଥିବା ରହିତାଦେଶକୁ ଆଜି ହଟାଇ ଦେଇଛନ୍ତି । ସିବିଆଇ ତାଙ୍କୁ ହାଜର ହେବାକୁ ଦେଇଥିବା ନୋଟିସକୁ ରଦ୍ଦ କରିବା ଲାଗି ସେ କରିଥିବା ଅନୁରୋଧକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ତାଙ୍କୁ ସିବିଆଇ ଅଯଥାରେ ଟାର୍ଗେଟ କରୁଛି ବୋଲି ସେ ଦର୍ଶାଇଥିବା ଯୁକ୍ତିକୁ ହାଇକୋର୍ଟ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି । ଯାହାଫଳରେ ସିବିଆଇ ଯେକୌଣସି ସମୟରେ ତାଙ୍କୁ ଗିରଫ କରିବାର ସମ୍ଭାବନା ରହିଛି ।

ପୂର୍ବରୁ ସିବିଆଇ ତାଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି କରିସାରିଛି । ତେଣୁ ସେ କୌଣସି ଭାବେ ଆଉ ବାହାରକୁ ଖସିଯାଇପାରିବେ ନାହିଁ । ସାରଦା ଚିଟ୍‌ଫଣ୍ଡର ତଦନ୍ତ ପାଇଁ ଯେଉଁ ଏସ୍‌ଆଇଟି ଗଠନ କରାଯାଇଥିଲା ରାଜୀବ କୁମାର ତାର ମୁଖ୍ୟ ଥିଲେ । ସେ ସଂଗ୍ରହ କରିଥିବା ପ୍ରମାଣପତ୍ରକୁ ନଷ୍ଟ କରିବା ସହ କଲ୍‌ ଡିଟେଲ୍ସ ରେକର୍ଡକୁ ହେରଫେର କରିଥିଲେ । ସାରଦା ମାମଲାରେ ଶାସକ ତୃଣମୂଳ କଂଗ୍ରେସର କିଛି ନେତା ସମ୍ପୃକ୍ତ ଥିବାରୁ ସେମାନଙ୍କୁ ବଞ୍ଚାଇବା ଲାଗି ସେ ଏଭଳି କରିଥିବା ଅଭିଯୋଗ ହୋଇଛି ।

ରାଜୀବ କୁମାର ତଦନ୍ତରେ ସହଯୋଗ କରୁ ନଥିବା ଦର୍ଶାଇ ସିବିଆଇ ସୁପ୍ରିମକୋର୍ଟରେ ଫେରାଦ ହୋଇଥିଲା । ଶେଷରେ କୋର୍ଟଙ୍କ ନିର୍ଦ୍ଦେଶରେ ସିଲଂ ଠାରେ ସିବିଆଇ ତାଙ୍କୁ ୫ଥର ଜେରା କରିସାରିଛି । ବର୍ତ୍ତମାନ ହାଇକୋର୍ଟ କଟକଣା ହଟାଇଥିବାରୁ ସିବିଆଇ ତାଙ୍କୁ ନିଜ ହେପାଜତକୁ ନେଇ ଜେରା କରିବାକୁ ଚାହୁଁଛି । ସୂଚନାଯୋଗ୍ୟ ଯେ ଅଧିକ ସୁଧର ପ୍ରତିଶ୍ରୁତି ଦେଇ ସାରଦା ଗ୍ରୁପ ଜମାକାରୀଙ୍କ ଠାରୁ ୨,୫୦୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

   ସମ୍ବନ୍ଧିତ ଖବର


ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…

ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ