ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

ଛପରା,୩୦।୧୦: ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବୋହୂ ତଥା ତେଜପ୍ରତାପ ପତ୍ନୀ ଐଶ୍ବର୍ଯ୍ୟା ଏବେ ନିର୍ବାଚନ ପ୍ରଚାରରେ ବାହାରିଛନ୍ତି। ତେବେ ସେ ନିଜ ଶାଶୁଘର ଲୋକଙ୍କ ପାଇଁ ନୁହେଁ ତାଙ୍କ ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ଭୋଟ ମାଗିବାକୁ ଆସିଛନ୍ତି। ଐଶ୍ବର୍ଯ୍ୟା ତାଙ୍କ ଉପରେ ହୋଇଥିବା ଅନ୍ୟାୟ ବିରୋଧରେ ଲଢିବା ପାଇଁ ଲୋକଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି। ଚନ୍ଦ୍ରିକା ରାୟ ପରସା ବିଧାନସଭାରୁ ଜେଡିୟୁର ପ୍ରାର୍ଥୀ ଅଛନ୍ତି, ଯେଉଁଥିପାଇଁ ଐଶ୍ବର୍ଯ୍ୟା ଭୋଟ ମାଗୁଛନ୍ତି।

ଉଲ୍ଲେଖନୀୟ ଯେ, ଐଶ୍ବର୍ଯ୍ୟାଙ୍କ ଅସନ୍ତୋଷ ଲାଲୁଙ୍କ ପରିବାର ସହିତ ରହିଛି, ଯାହାକୁ ନେଇ ସେ ଲାଲୁ ପରିବାରର ସଦସ୍ୟଙ୍କୁ ନିର୍ବାଚନରେ ହରାଇବାକୁ ଅପିଲ କରିଛନ୍ତି। ବାହାଘରର ମାତ୍ର ୬ ମାସ ଭିତରେ ଏଶ୍ବର୍ଯ୍ୟାଙ୍କୁ ଛାଡପତ୍ର ଦେବା ପାଇଁ ତେଜପ୍ରତାପ ଆବେଦନ କରିଥିଲେ। କେବଳ ସେତିକି ନୁହେଁ ଅନ୍ୟପକ୍ଷେ ଐଶ୍ବର୍ଯ୍ୟା ଲାଲୁଙ୍କ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ସେମାନେ ତାଙ୍କୁ ନିର୍ଯ୍ୟାତନା ଦେଇଛନ୍ତି। ରାବ୍ରି ଦେବୀ ତାଙ୍କ ଝିଅ ମିସା ଭାରତୀ ଏବଂ ତାଙ୍କ ସ୍ବାମୀ ତେଜପ୍ରତାପଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ଏହାପରେ ତେଜପ୍ରତାପ ଓ ଐଶ୍ବର୍ଯ୍ୟା ଅଲଗା ହୋଇଯାଇଥିଲେ।  ନିକଟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଦ ଛୁଇଁ ଐଶ୍ବର୍ଯ୍ୟା ସକ୍ରିୟ ରାଜନୀତିକୁ ଆସିବାର ସଙ୍କେତ ଦେଇଥିଲେ ଓ ଶୁକ୍ରବାର ଐଶ୍ବର୍ଯ୍ୟା ନିଜେ ଭୋଟ ମାଗିବାକୁ ମଧ୍ୟ ଲୋକଙ୍କ ଭିତରକୁ ଆସିଥିଲେ।

ଦୀର୍ଘ ଦିନ ପରେ ଲାଲୁଙ୍କ ବୋହୂ ଐଶ୍ବର୍ଯ୍ୟା ସକ୍ରିୟ ରାଜନୀତିକୁ ଆସିପାରନ୍ତି। ତେବେ ଏହାକୁ ନେଇ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ହୋଇପାରି ନାହିଁ। ଗତ ୨୧ ଅକ୍ଟୋବରରେ ଯେତେବେଳେ ସେ ନିଜର ବାପା ଚନ୍ଦ୍ରିକା ରାୟଙ୍କୁ ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ମଞ୍ଚ ସେୟାର କରିଥିଲେ, ତାକୁ ସକ୍ରିୟ ରାଜନୀତିରେ ପ୍ରବେଶ କରିବାର ସଙ୍କେତ ଭାବରେ ଦେଖାଯାଇଥିଲା।

   ସମ୍ବନ୍ଧିତ ଖବର


ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ