PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ : କୋଭିଡ-୧୯ ପାସ ଥିବା ବଲେରୋରେ ଆସିଥିଲେ ୫ ଦୁର୍ବୃତ୍ତ, ସାଙ୍ଗରେ ଆଣିଥିଲେ ମାରଣାସ୍ତ୍ର

ଦାରିଙ୍ଗବାଡ଼ି,୨୯/୫: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସୋନପୁର ସରପଞ୍ଚଙ୍କୁ ହତ୍ଯା ଉଦ୍ୟମ ହୋଇଛି । ତେବେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଦୁର୍ବୁତ୍ତ ମାନେ ଛତ୍ରଭଙ୍ଗ ଦେଇ ଚାଲି ଯାଇଛନ୍ତି । ଗୁରବାର ରାତି ପ୍ରାୟ ୮ଟା ବେଳେ ସରୋଜ କୁମାର ସିଂ ଓ କପିଳ ଦିଗାଲ ନାମକ ଦୁଇ ଜଣ ବ୍ୟକ୍ତି ସୋନପୁର ସରପଞ୍ଚ କେଶବସେନ ମୁଠାମାଝୀଙ୍କୁ ଘରୁ ବାହାରକୁ ଡାକିଥିଲେ । କେଶବସେନ ବାହାରକୁ ଆସିବା ପରେ ପାଖରେ ଥିବା ଏକ ବଲେରୋରୁ ବିଭିନ୍ନ ମାରଣାସ୍ତ୍ର ଧରିଥିବା ପାଞ୍ଚ ଜଣ ଅଜଣା ବ୍ୟକ୍ତି ବାହାରି ତାଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ । କେଶବ ଭୟରେ ଘର ଭିତରକୁ ପଶିଯିବା ସହ ସାହି ଲୋକଙ୍କୁ ସାହାଯ୍ୟ ପାଇଁ ଡାକ ପକାଇଥିଲେ ।

ଆଖପାଖ ଲୋକ ପହଞ୍ଚି ଯିବାରୁ ଦୁର୍ବୁତ୍ତ ମାନେ ଗାଡି ଛାଡିଦେଇ ସେଠାରୁ ଧାଇଁ ପଳାଇଥିଲେ । ତେବେ ଗ୍ରାମବାସୀମାନେ ଦୁର୍ବୁତ୍ତମାନେ ଆଣିଥିବା ଗାଡିକୁ ପୁଲିସ ଜିମା ଦେଇଥିଲେ । କେଶବସେନ ଦାରିଙ୍ଗବାଡି ଥାନାରେ ଦେଇଥିବା ଏତଲା ପ୍ରକାରେ ଦୁର୍ବୁତ୍ତ ମାନେ ଆସିଥିବା ବଲେରୋର ନଂ ବୋଲେରୋ ଗାଡ଼ି ନଂ- ଓଡ଼ି ୧୯ କେ ୩୩୨୫ । ଏହି ଗାଡିରେ ଓମଫେଡ ଓ ପୁମୁଲର ଲୋଗୋ ଥାଇ କୋଭିଡ-୧୯ ପାସ ଲାଗିଛି । ଏହା ପାସ ପୁରୀ ଜିଲ୍ଲା ଦୁଗ୍ଧ ଉତ୍ପାଦକ ସମବାୟ ୟୁନିଅନ ଇସ୍ୟୁ କରିଥିବା ଉଲ୍ଲେଖ ରହିଛି । ମୁଖ୍ୟ ଅଭିଯୁକ୍ତ ସରୋଜ ଜଣେ ଶିକ୍ଷକ ବୋଲି ଜଣାପଡିଛି । ସେ ପୂର୍ବରୁ ଅନେକ ଥର ସରପଞ୍ଚ କେଶବସେନଙ୍କୁ ମାରିବା ପାଇଁ ଧମକ ଦେଇଥିବା ଏତାଲାରେ ଦର୍ଶାଯାଇଛି । ଦାରିଙ୍ଗବାଡି ପୁଲିସ ଏ ମାମଲାରେ କେସ ନଂ ୮୯/୨୧ ରୁଜ୍ଜୁ କରି ତଦନ୍ତ ଚଳାଇ ଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ ଶିକ୍ଷକ ଜଣକ ସରପଞ୍ଚଙ୍କୁ ମାରିବା ଉଦ୍ୟମ କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ ।