ପ୍ରମୁଖ ଖବର
  • ଟାଟା ମୋଟର୍ସ ଚାକିରି ଦେବା ନାଁ ଠକଇେ ମାମଲା: ଅଦାଲତରେ ହାଜର ହେବେ ପ୍ରଦିପ ପାଣିଗ୍ରାହୀ
  • ||
  • ନିର୍ବାଚନ ଲଢ଼ିପାରିବେନି କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ୍,,ଦୋସୀ ସାବ୍ୟସ୍ତ ଉପରେ ଲାଗିନି ରୋକ୍
  • ||
  • ଶଙ୍ଖ ଭବନରେ ବର୍ଷା ପ୍ରିୟଦର୍ଶିନୀ, ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ORHDC ଦୁର୍ନୀତି ମାମଲା : ମହମ୍ମଦ ମୋକିମଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ, ଭିଜିଲାନ୍ସକୁ ନୋଟିସ୍
  • ||
  • ମାଲେସିଆରେ ନୌସେନାର ୨ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୦ ମୃତ
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁର ପୂର୍ବତନ ବିଧାୟିକା ଡ. ରାସେଶ୍ବରୀ ପାଣିଗ୍ରାହୀ
  • ||
  • ମାହାଙ୍ଗା ଡବଲ୍‌ ମର୍ଡର ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ବନ୍ୟାରେ ଭାସିଲା ଚୀନ୍‌: ବିପଦ ସଙ୍କେତ ଉପରେ ୪୪ ନଦୀ, ୪ ମୃତ, ହଜାରେରୁ ଅଧିକ ସ୍କୁଲ ବନ୍ଦ
  • ||
  • ଆଇପିଏଲରେ ସୁପର କିଙ୍ଗ୍‌ସ- ସୁପର ଜାଏଣ୍ଟ୍‌ସ ମଧ୍ୟ ଲଢ଼େଇ, ପୂର୍ବ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ CSK
  • ||
  • ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଜି ସୁପ୍ରିମକୋର୍ଟରେ ମହମ୍ମଦ ମୋକିମ୍‌ଙ୍କ ଭାଗ୍ୟ ପରୀକ୍ଷା
  • ||
  • ହେ ପ୍ରଭୁ! ରକ୍ଷା କର..ଆହୁରି ଭୟାନକ ହେବ ଗ୍ରୀଷ୍ମ ପ୍ରବାହ, ୨୬ରେ ତାତିର ବିସ୍ଫୋରଣ ଆଶଙ୍କା
  • ||

ସାର୍କୋଫାଗି-ସିକନ୍ଦରଙ୍କ ସମୟର ୪୦୦ ସମାଧି ୧୮୦୦ ବର୍ଷ ପୁରୁଣା

ତୁର୍କୀରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ପଥର କାଟି ନିର୍ମିତ ହୋଇଥିବା ୪୦୦ ସମାଧି ଆବିଷ୍କାର କରିଛନ୍ତି । ଏହି ସମାଧି ସ୍ଥଳ ପ୍ରାୟ ୧୮୦୦ ବର୍ଷ ପୁରୁଣା । ଏଗୁଡ଼ିକର କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ରକଳା ଦେଖିବାକୁ ମିଳିଛି । କିଛି ବହୁମୂଲ୍ୟ ବସ୍ତୁ ମଧ୍ୟ ମିଳିଛି, ଯାହାକୁ ଲୋକେ ଭଣ୍ଡାର କହୁଛନ୍ତି । ରୋମାନ ସାମ୍ରାଜ୍ୟ ସମୟର ପଥର କାଟି ଏହି ସମାଧି ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି । ତୁର୍କୀର ଏଜିୟନ୍‌ ସାଗରଠାରୁ ପୂର୍ବରେ ପ୍ରାୟ ୧୮୦ କିମି ଦୂରରେ ସ୍ଥିତ ଐତିହାସିକ ସହର ବ୍ଲନ୍‌ଡୋସଠାରେ ଏହି ପଥର ନିର୍ମିତ ସମାଧି ମିଳିଛି । ସିକନ୍ଦରଙ୍କ ରାଜତ୍ୱ କାଳରେ ଏହି ସହର ନିର୍ମାଣ ହୋଇଥିଲା ।

ଏହି ଗୁମ୍ଫାଗୁଡ଼ିକରେ ସାର୍କୋଫାଗି ନାମକ ପ୍ରକ୍ରିୟା କାର୍ଯ୍ୟକାରୀ ହେଉଥିଲା । ଅର୍ଥାତ ମୃତ ଜୀବ ଓ ମନୁଷ୍ୟଙ୍କୁ ଏଥିରେ ରଖାଯାଉଥିଲା । ଅନେକ ପିଢ଼ି ଧରି ଏପରି ହେଉଥିଲା । ଏହି ଖନନ କାର୍ଯ୍ୟର ମୁଖ୍ୟ ପ୍ରତ୍ନତତ୍ତ୍ୱବିତ୍‌ ତୁର୍କୀର ୟୁସାକ ୟୁନିଭର୍ସିଟିର ବିରୋଲ କହିଛନ୍ତି, ବ୍ଲନ୍‌ଡୋସ୍‌ର ଏହି ସମାଧି ଉପରେ
ପରିବାରମାନଙ୍କର ଆଧିପତ୍ୟ ଥିଲା । ଅର୍ଥାତ ଗୋଟିଏ ବା ତା’ଠୁ ଅଧିକ ସମାଧି ଗୋଟିଏ ପରିବାରର ଏବଂ ବାକି ଅନ୍ୟ ପରିବାରର ।


କୌଣସି ପରିବାରରେ କାହାର ମୃତ୍ୟୁ ହେଲେ, ସେମାନଙ୍କ ଅନ୍ତିମ ସଂସ୍କାର ଏଠାରେ କରାଯାଉଥିଲା । ତା’ପରେ ଏହାକୁ ବନ୍ଦ କରି ଦିଆଯାଉଥିଲା । ଏପର୍ଯ୍ୟନ୍ତ ଏଠାରେ ଦୁଇଟି ମନ୍ଦିର, ଏକ ଥିଏଟର, ଏକ ସାର୍ବଜନୀନ ସ୍ନାନାଗାର, ଏକ ଜିମ୍‌, ଏକ ବାସିଲିକା, ସହରର କାନ୍ଥ, ଏକ ବଡ଼ କବାଟ, ରୋମାନ ସାମ୍ରାଜ୍ୟର ହୀରା ହେରୁନର ସମାଧି ଏବଂ ପଥର କାଟି ନିର୍ମିତ ହୋଇଥିବା ସମାଧି ସ୍ଥଳ ଆବିଷ୍କାର କରାଯାଇଥିବା ବିରୋଲ କହିଛନ୍ତି । ଭିନ୍ନ ଭିନ୍ନ ପ୍ରକାର ପଥର କାଟି ସମାଧି ସ୍ଥଳ ନିର୍ମାଣ କରାଯାଇଛି । ୪୦୦ ସମାଧି ମଧ୍ୟରୁ ୨୪ଟିରେ ପେଣ୍ଟିଂ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.