ବର୍ଷା ହେଲେ ବି ଖେଳ ଚାଲିବ, BCCI ତିଆରି କରିଛି ଏମିତି ଏକ ବିଶ୍ୱର ସବୁଠୁ ବଡ଼ ଷ୍ଟାଡ଼ିୟମ

ଅହମ୍ମଦାବାଦ୍‌ ୧୪/୨ : ଏବେ ଆଉ ବର୍ଷାକୁ ଡ଼ର ନାହିଁ । ଅଧାରୁ ବନ୍ଦ ହେବ ନାହିଁ କ୍ରିକେଟ ମ୍ୟାଚ୍‌ । ଯେତେ ବର୍ଷା ହେଲେବି ଖେଳ ଚାଲୁ ରହିବ । ଏମିତି ଏକ ଷ୍ଟାଡ଼ିୟମ ତିଆରି କରିଛି ବିସିସିଆଇ। ଏଥିପାଇଁ ୭ଶହ କୋଟି ଟଙ୍କା ବଜେଟ୍‌ରେ ତିଆରି ହୋଇଛି ଏହି ଷ୍ଟାଡ଼ିୟମ। ଏହାର ନାଁ ରହିଛି ସର୍ଦ୍ଦାର ପଟେଲ୍‌ ଷ୍ଟାଡ଼ିୟମ ।

ସୂଚନା ମୁତାବକ , ୨୪ ଫେବ୍ରୁୟାରୀରେ  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଶ୍ୱର ସବୁଠୁ ବଡ଼ ଏହି କ୍ରିକେଟ୍‌ ଷ୍ଟାଡ଼ିୟମର ଉଦ୍ଘାଟନ କରିବାକୁ ଯାଉଛନ୍ତି। ଏହି ଷ୍ଟାଡ଼ିୟମଟି ଅହମ୍ମଦାବାଦର ମୋଟେରାରେ ନିର୍ମାଣ ହୋଇଛି।

ପୂର୍ବରୁ ଖବର ଆସୁଥିଲା କି , ଏହି ଷ୍ଟାଡ଼ିୟମର ଉଦ୍‌ଘାନ ସରିବା ପରେ ଏଠାରେ ଏସିଆ ଓ ୱର୍ଲ୍ଡ ଇଲେଭନ୍‌ର ମ୍ୟାଚ୍‌ ଖେଳାଯାଇପାରେ। କିନ୍ତୁ ଏବେ ସଦ୍ୟ ସୂଚନା ଅନୁଯାୟୀ , ବିସିସିଆଇ ଏହାର ରିଭ୍ୟୁ କରିବ ଏବଂ ଏହାପରେ ଏହା ଉପରେ ନିଷ୍ପତ୍ତି ନିଆଯିବ। ଏହି ଷ୍ଟାଡ଼ିୟମରେ ଫ୍ଲଡ଼୍ ଲାଇଟ୍‌ର ସୁବିଧା ରହିଛି । କିନ୍ତୁ ବର୍ତ୍ତମାନ ପାଇଁ କୌଣସି ଅନ୍ତରାଷ୍ଟ୍ରିୟ  ମ୍ୟାଚ୍‌ ବା ଡେ-ନାଇଟ୍‌ ଟେଷ୍ଟ ଖେଳାଯିବାର ପ୍ଲାନିଂ ନାହିଁ ।

ଆସନ୍ତୁ ଜାଣିବା ଉକ୍ତ ଷ୍ଟାଡ଼ିୟମ ସହ ଜଡ଼ିତ କିଛି ଖାସ୍‌ ତଥ୍ୟ
୧- ପାଖାପାଖି ୭ଶହ କୋଟି ଟଙ୍କାରେ ଷ୍ଟାଡ଼ିୟମଟି ତିଆରି ହୋଇଛି ।

୨- ଏହି ପୁରା ପ୍ରୋଜେକ୍ଟକୁ ତିଆରି କରିବା ପାଇଁ ୩ ବର୍ଷ ସମୟ ଲାଗିଛି । ୨୦୧୭ ଜାନୁୟାରୀରେ ଏହାର କାମ ଆରମ୍ଭ ହୋଇ ଫେବ୍ରୁୟାରୀ  ୨୦୨୦ରେ ଶେଷ ହୋଇଛି।

୩- ଏହି ଷ୍ଟାଡ଼ିୟମରେ ୧ଲକ୍ଷ ୧୦ ହଜାର ଦର୍ଶକ ବସି ଦେଖିପାରିବାର ସୁବିଧା ରହିଛି।

୪- ଏଠାର ବହୁତ ଡ୍ରେସିଂ ରୁମ୍‌ ରହିଛି, ଯାହାକି ଏକା ସାଥିରେ ଏଠାରେ ୪ଟି କ୍ରିକେଟ୍‌ ଟିମ୍‌ ରହିପାରିବେ ।

୪- ଏହି କ୍ରିକେଟ୍‌ ମୈଦାନରେ  ୧୧ଟି ପିଚ୍‌ ରହିଛି । ଏହି ପିଚ୍‌ ଲାଲ୍‌ ଓ କଳା ମାଟିରେ ତିଆରି ହୋଇଛି ।

୫- ଏହି ଷ୍ଟାଡ଼ିୟମରେ ପ୍ରଥମ ଥର ପାଇଁ ଏଲ୍‌ଇଡି ଫ୍ଲଡ଼୍ ଲାଇଟ୍‌ର ବ୍ୟବହାର କରାଯାଉଛି ଏବଂ ୯୦ ମିଟର ଉଚ୍ଚରେ ଫ୍ଲଡ୍‌ ଲାଇଟ୍‌ ଲାଗିଛି । ଯାହାକି ୨୫ ମହଲା ଉଚ୍ଚ କୋଠା ସହ ସମାନ।

୬- ବର୍ଷା ଜଳ ନିଷ୍କାସନ ପାଇଁ ଏହି ଷ୍ଟାଡ଼ିୟମ ତଳେ ଏକ ସର୍ଫେସ୍‌ ଡ୍ରେନେଜ୍‌ ସିଷ୍ଟମ୍‌ ତିଆରି କରାଯାଇଛି । ଏହା ସାହାଯ୍ୟରେ ବର୍ଷାହେଲେ ୩୦ ମିନିଟ୍‌ରେ ଗ୍ରାଉଣ୍ଡକୁ ପୁଣି ପ୍ରସ୍ତୁତ କରିହେବ ।

୭- ଉକ୍ତ ଷ୍ଟାଡ଼ିୟମରେ କ୍ରିକେଟ ବ୍ୟତୀତ ,  ହକି , ଖୋ ଖୋ , କବାଡ଼ି ,  ଭଲିବଲ୍‌ , ବାସ୍କେଟ୍‌ ବଲ୍ , ଟେନିସ୍‌ , ନେଟ୍‌ବଲ୍ , ବ୍ୟାଡ୍‌ମିଣ୍ଟନ ମ୍ୟାଚ୍‌ ବି ଖେଳାଯାଇପାରିବ ।

୮- ଏହି ଷ୍ଟାଡ଼ିୟମ ଭିତରେ ମଧ୍ୟ ଫିଜିଓ ଥେରାପି ସିଷ୍ଟମ ଓ ହାଇଡ୍ରୋ ଥେରାପି ସିଷ୍ଟମ ମଧ୍ୟ  ରଖାଯାଇଛି। ଯାହାକି ଖେଳ ସମୟରେ କୌଣସି ଖେଳାଳି ଆହତ ହେଲେ ତୁରନ୍ତ ଚିକିତ୍ସା ପାଇପାରିବେ ।

୯ –ଏଠାରେ ଗାଡ଼ି ପାର୍କିଂ ପାଇଁ ଭଲ ସୁବିଧା କରାଯାଇଛି। ଏକା ସହ ୪ହଜାର କାର୍‌ ଓ ୨୦ହଜାର ବାଇକ୍‌ ରହି ପାରିବାର ବନ୍ଦୋବସ୍ତ ହୋଇଛି ।

ଏବେ ଏହି ସର୍ଦ୍ଦାର ପଟେଲ୍‌ ଷ୍ଟାଡ଼ିୟମରେ କେବଳ ମ୍ୟାଚ୍‌ ଖେଳା ଯିବାର ବାକି ରହିଛି । ଷ୍ଟାଡ଼ିୟମର ସ୍ୱତନ୍ତ୍ରତା ବିଷୟରେ ଜାଣି ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଲାଣି ।  

   ସମ୍ବନ୍ଧିତ ଖବର


କରୋନା ଯୋଗୁଁ ଜୁନ୍‌ ପର୍ଯ୍ୟନ୍ତ ଭାରତୀୟ ହକି ଦଳକୁ ବିଶ୍ରାମ

ନଟ୍ ଆଉଟ୍!.. ଏଣିକି ଅନ୍‌ଲାଇନ୍‌ରେ ପାଠପଢ଼ା

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଠିକୁ ଗାଭାସ୍କଙ୍କ ୫୯ ଲକ୍ଷର ସହାୟତା

ଲକଡାଉନ୍ ସମୟରେ କେମିତି ମାନସିକ ଶାନ୍ତି ବଜାୟ ରଖିବେ ? ବିଶେଷଜ୍ଞ ଦେଲେ ମତ