ସର୍ଜିକାଲ ଷ୍ଟ୍ରାଇକ-୨; ୨୦ ମିନିଟର ଏହି ଅପରେସନରେ ଡ୍ରୋନ୍ ବ୍ୟବହାର କରାଯାଇଥିଲା

ନୂଆଦିଳ୍ଳୀ,୨୬।୨: ଭାରତୀୟ ବାୟୁସେନା ମଙ୍ଗଳବାର ନିୟନ୍ତ୍ରଣ ରେଖା ପାର୍ କରି ପାଖାପାଖି ୨୫୦ରୁ ୩୦୦ ଆତଙ୍କବାଦୀଙ୍କୁ ନିହତ କରିବା ଘଟଣା ଏବେ ସମଗ୍ର ଦେଶବାସୀଙ୍କୁ ଆଶ୍ବସ୍ତ କରିଛି। ଇଟାର ଜବାବ ପଥରରେ ଦେଇ ପ୍ରତିଶୋଧ ନେଇଛି ଭାରତ। ପୁଲଓ୍ବାମା ଆକ୍ରମଣରେ ୪୦ଯବାନ୍ ସହିତ ହେବା ପରେ ପୁରା ଦେଶ​‌ରେ ଶୋକର ଛାୟା ଖେଳି ଯାଇଥିଲା। ମଙ୍ଗଳବାର ମଧ୍ୟରାତ୍ରରେ ଭାରତୀୟ ବାୟୁସେନା ବୋମା ପକାଇ ପାକିସ୍ତାନୀ ଆତଙ୍କବାଦୀମାନଙ୍କର ସମସ୍ତ ଶିବିରକୁ ଧ୍ବଂସ କରି ଦେଇଥିବା ଘଟଣା ଏବେ ଦେଶବାସୀଙ୍କ ପାଇଁ ଖୁସି ଆଣି ଦେଇଛି। ଏହି ସର୍ଜିକାଲ ଷ୍ଟ୍ରାଇକ-୨କୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ କଥା-

-ଭାରତୀୟ ସେନା ବିମାନ ପାକିସ୍ତାନର ବାଳାକୋଟରେ ପ୍ରବେଶ କରି ପ୍ରଥମେ ପେଲୋଡ ରିଲିଜ୍ କରିଥିଲା।

-୨୦ମିନିଟ୍ ଧରି ଅପରେସନ୍ ଚାଲିଥିଲା ବୋଲି ସୂଚନା ରହିଛି।

-ନିୟନ୍ତ୍ରଣ ରେଖାଠାରୁ ୫୦କିମି ଦୂରରେ ଥିବା ବାଲାକୋଟଠାରେ ଏହି ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା।

-ଭାରତୀୟ ବାୟୁସେବା ମିରେଜ୍ ଜେଟ୍ ଶେଷ ଥର ପାଇଁ ୧୯୭୧ ମସିହା ଯୁଦ୍ଧରେ ବ୍ୟବହାର କରିଥିଲା।

-ସର୍ଜିକାଲ ଷ୍ଟ୍ରାଇକ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୂଚିତ କରିଥିଲେ।

-ଅପରେସନରେ ଡ୍ରୋନ୍ ବି ବ୍ୟବହାର କରାଯାଇଥିଲା।

-ଏହି ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମେହେମୁଦ କ୍ବାରେସି ଏକ ଜରୁରିକାଳୀନ ବୈଠକ ଡକାଇଛନ୍ତି।

   ସମ୍ବନ୍ଧିତ ଖବର


ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର