PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

୧୯ରେ ଓଡ଼ିଶା ଆସିବେ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା, ୨୦ରେ ରାଗିଣୀ, ୨୧ରେ ଆସିବେ ଖୁସ୍‌ବୁ

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ଆସନ୍ତା ୧୯ ତାରିଖରେ ଓଡ଼ିଶା ଆସୁଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା । ବାଲେଶ୍ୱର ଓ କଟକରେ କଂଗ୍ରେସ ପାଇଁ ପ୍ରଚାର କରିବେ ଶର୍ମିଷ୍ଠା । ଶର୍ମିଷ୍ଠା ୨୦୧୪ରେ କଂଗ୍ରେସରେ ଯୋଗ ଦେବା ସହିତ ଦିଲ୍ଲୀରେ ବିଧାନସଭା ପ୍ରାର୍ଥୀ ହୋଇଥିଲେ । ସେହିପରି ୨୦ ତାରିଖରେ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରାଗିଣୀ ନାୟକ ପ୍ରଚାର ପାଇଁ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି ମୁଖପାତ୍ର୍ର ପଦ୍ମାକର ଗୁରୁ ସୂଚନା ଦେଇଛନ୍ତି । ଅପରପକ୍ଷେ ୨୧ ତାରିଖରେ ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ଖୁସ୍‌ବୁ ପ୍ରଚାର ପାଇଁ ଆସିବେ । ବାଲେଶ୍ୱର ଓ ଭଦ୍ରକରେ କଂଗ୍ରେସ ପାଇଁ ପ୍ରଚାର କରିବା ସହିତ ଭୁବନେଶ୍ୱରରେ ରୋଡ୍‌ ସୋ କରିବେ ବୋଲି ଶ୍ରୀ ଗୁରୁ କହିଛନ୍ତି ।