PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ପତ୍ନୀଙ୍କୁ ଧୋକା ଦେଇ ଗିରଫ ହେଲେ ସରପଞ୍ଚ

ଭୁବନେଶ୍ୱର ୩୧/୧୨: ପ୍ରଥମେ ଗୁଣିଗାରେଡି଼ ଯୋଗେ ରୋଗ ଭଲ କରିବା ବାହାନାରେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲେ । ତାଙ୍କୁ ବାହା ହୋଇ ୭ବର୍ଷ ଏକାଠି ରହିଲେ । ପରେ କିନ୍ତୁ ନିଜକୁ କ୍ୟାନ୍ସର ରୋଗୀ ବୋଲି ବାହାନା କରି ପତ୍ନୀଙ୍କ ଠାରୁ ଦୂରେଇ ଗଲେ । ଏପଟେ ଅନ୍ୟଜଣେ ଯୁବତୀଙ୍କୁ ବାହା ହେଲେ । ଏଭଳି ଜଣେ ପ୍ରତାରକ ସରପଞ୍ଚଙ୍କୁ ଧରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ସେ ହେଲେ ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ଗାଁର ସରପଞ୍ଚ ଅନ୍ତର୍ଯାମୀ ସାହୁ(୪୫) । ଏନେଇ ପ୍ରଥମ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅନ୍ତର୍ଯାମୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଅଭିଯୋଗ ଅନୁଯାୟୀ, ଅନ୍ତର୍ଯାମୀ ସରପଞ୍ଚ ଥିବା ପୂର୍ବରୁ ଗାଁରେ ଗୁଣିଗାରେଡି଼ କରୁଥିଲେ । ଭଣ୍ଡ ବାବା ବନି ଲୋକଙ୍କୁ ଚୂନ ଲଗାଉଥିଲେ । କେନ୍ଦୁଝର ଜିଲ୍ଲାର ଯୁବତୀ ମାମୁନି(ଛଦ୍ମନାମ) କିଛି ବର୍ଷ ତଳେ ରୋଗାକ୍ରାନ୍ତ ଅବସ୍ଥାରେ ତାଙ୍କ ଶରଣାଗତ ହୋଇଥିଲେ । ମାମୁନିଙ୍କୁ ଭଲ କରିବା ବାହାନାରେ କିଛି ସପ୍ତାହ ସେଠାରେ ରହିବା ପାଇଁ ତାଙ୍କୁ ପ୍ରସ୍ତାବ ଦେଇଥିଲେ । ପରେ ମାମୁନିଙ୍କୁ ଅନ୍ତର୍ଯାମୀ ପ୍ରେମଜାଲରେ ଫସାଇଥିଲା । ତାଙ୍କୁ ଭୁବନେଶ୍ୱର ଆଣି ନାଲ୍‌କୋ ଛକସ୍ଥିତ ତାରେଣୀ ମନ୍ଦିରରେ ବିବାହ କରି ଡମଣା ଛକ ଅରବିନ୍ଦ ବସ୍ତିରେ ଭଡ଼ାଘରେ ରଖିଥିଲେ । ମଝିରେ ମଝିରେ ଏଠାକୁ ଆସି ମାମୁନିଙ୍କ ସହିତ ରହୁଥିଲେ । ୨୦୧୭ ମସିହାରେ ଅନ୍ତର୍ଯାମୀ ସେଠାକାର ସରପଞ୍ଚ ବନିଗଲେ ।

ଏହାପରେ ସେ ମାମୁନିଙ୍କ ଠାରୁ ଦୂରେଇବା ଆରମ୍ଭ କଲେ । ମାମୁନିଙ୍କୁ କହିଥିଲେ, ମତେ କ୍ୟାନ୍ସର ହୋଇଛି ବୋଲି ଡାକ୍ତର କହୁଛନ୍ତି । ମୁଁ ଆଉ ବେଶି ଦିନ ବଞ୍ଚିବନି । ତୁ ଅନ୍ୟ କେଉଁଠି ବାହା ହୋଇ ଯା । ଏମିତି କହି ମାମୁନିଙ୍କ ଠାରୁ ଦୂରେଇବା ପରେ ଅନ୍ତର୍ଯାମୀ ୬ ମାସ ତଳେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଧୁମ୍‌ଧାମ୍‌ରେ ବାହା ହୋଇଥିଲେ । ଏକଥା ମାମୁନି ଫୋନ୍‌ ଯୋଗେ ପଚାରିବା କ୍ଷଣି ଅନ୍ତର୍ଯାମୀ ରାଗିଯାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ସେ ଅକ୍ଟୋବର ୨୨ ତାରିଖରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ।