କ୍ୱାରେଣ୍ଟାଇନ୍‌ କେନ୍ଦ୍ରର ପାଇଖାନା ସଫା କରୁଛନ୍ତି ସରପଞ୍ଚ, ଭିଡିଓ ଭାଇରାଲ

ଚୌଦ୍ୱାର-ଗୁରୁଡିଝାଟିଆ ୧୦/୫: ପ୍ରବାସୀଙ୍କ ପାଇଁ ପଞ୍ଚାୟତରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ୍‌ କେନ୍ଦ୍ର ଓ ପାଇଖାନାକୁ ସଫା କରୁଛନ୍ତି ଖୋଦ୍‌ ସରପଞ୍ଚ । ଏଭଳି ଏକ ଭିଡିଓ ଭାଇରାଲ ହେଲା ପରେ ସଂପୃକ୍ତ ସରପଞ୍ଚ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ସାଉଣ୍ଟୁଥିବା ବ୍ୟକ୍ତି ଜଣକ ହେଲେ ଆଠଗଡ଼ ନିର୍ବାଚନମଣ୍ଡଳୀ ଗୋବରା ପଞ୍ଚାୟତର ସରପଞ୍ଚ ପ୍ରଭାତ ଥାଟୋଇ ।

ଲକ୍‌ଡାଉନ୍‌ ସମୟରେ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଛନ୍ତି । ପ୍ରତି ପଞ୍ଚାୟତରେ ପ୍ରବାସୀଙ୍କ ପାଇଁ ଖୋଲାଯାଇଛି କ୍ୱାରେଣ୍ଟାଇନ୍‌ କେନ୍ଦ୍ର । ହେଲେ ଗୋବରା ପଞ୍ଚାୟତରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ୍‌ କେନ୍ଦ୍ରର ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ସରପଞ୍ଚ ଶ୍ରୀ ଥାଟୋଇ । ଏଠାରେ ଖୋଲାଯାଇଥିବା ୫୦ ଶଯ୍ୟା ବିଶିଷ୍ଟ କ୍ୱାରେଣ୍ଟାଇନ୍‌ କେନ୍ଦ୍ରକୁ ପ୍ରତିଦିନ ସଫା କରୁଛନ୍ତି । ଏଥିପାଇଁ ସେ କୌଣସି ଲୋକଙ୍କୁ ନିଯୁକ୍ତି ଦେବା ବଦଳରେ ନିଜେ ସଫେଇ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଏନେଇ ସରପଞ୍ଚ ଶ୍ରୀ ଥାଟୋଇଙ୍କୁ ଯୋଗାଯୋଗ କରିବାରୁ ଆଠଗଡ ନିର୍ବାଚନମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଏହି ସେବା କରୁଛନ୍ତି । ପଞ୍ଚାୟତବାସୀ ମୋତେ ଭୋଟ ଦେଇ ସେବା କରିବାକୁ ସୁଯୋଗ ଦେଇଛନ୍ତି । ତାଙ୍କ ପାଇଁ କିଛି କରି ପାରିଲେ ମୋ ଜୀବନ ହେବ ସାର୍ଥକ ହେବ ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


ସେମିଳିଗୁଡ଼ା ପୋଲିସକୁ ବଡ଼ ସଫଳତା, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ରାଉରକେଲା ସ୍କର୍ପିଓ ପୋଡି ଘଟଣା; ଗୋମାଂସ ଚାଲାଣ ସନ୍ଦେହରେ ଦୁର୍ବୃତ୍ତ ଜାଳିଥିଲେ ଗାଡି, ଡ୍ରାଇଭର ସମେତ ୪ ଗିରଫ

ମହିଳା ଟେନିସ୍‌ ତାରକା ‌ ସିମୋନା ହାଲେପଙ୍କୁ କରୋନା

କଟକ ସହର ପାଇଁ ଆଉ ଏକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା : ସ୍କିପ୍ସ ପ୍ରୋଜେକ୍ଟରେ ପ୍ରଥମ ଗ୍ରୀଡ୍ ଲୋକାର୍ପିତ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ନୀଳଗିରିକୁ ଝାଡଖଣ୍ଡି ହାତୀପଲଙ୍କ ଆଗମନ ଆଶଙ୍କା, ଦନ୍ତା ହାତୀ ଆସିବୁଲି ଫେରିଯିବା ପରେ ବଢିଲା ଚିନ୍ତା…