ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା

ଖୋର୍ଦ୍ଧା ୨୯।୧୦ : ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀ ମାମଲାରେ ସାରୁଅ ମଲ୍ଲିକ ସାହି ପୋଖରୀ ନିକଟରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍। କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ସରଜମିନ୍‌ ତଦନ୍ତ ଚାଲିଛି। କ୍ରାଇମବ୍ରାଞ୍ଚ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରୁଛି। ସାରୁଅ ମହିଳା ସମିତି ପରିସରକୁ ଅନୁଧ୍ୟାନ କଲା ଟିମ୍। କ୍ରାଇମବ୍ରାଞ୍ଚ ସହ ବାଘମାରୀ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛି।

ସୂଚନାଯୋଗ୍ୟ ଯେ, ବେଗୁନିଆ ବ୍ଲକ୍‌ ସାରୁଅ ଅଞ୍ଚଳରେ ରାଜୁତି କରୁଥିଲା ଓଟିଭି କମ୍ପାନୀ । ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଏବଂ କ୍ଷମତାର ଅପବ୍ୟବହାର କରି ନିଜ କବ୍ଚାରେ ଏକର ଏକର ଜମିକୁ ଭୋଗଦଖଲ କରୁଥିଲା । ପ୍ରତିବାଦକାରୀ ଲୋକଙ୍କୁ ଥାନାରେ ମିଥ୍ୟା ମକଦ୍ଦମାର ଭୟ ଦେଖାଇ ଦଳିତ ଆଦିବାସୀଙ୍କ ଜମିକୁ ଚଞ୍ଚକତା କରି ଶାଗମାଛରେ ମୂଲ୍ୟରେ କିଣିବା ସମେତ ସେଠାରେ ଷ୍ଟୁଡ଼ିଓ ନିର୍ମାଣ କରିଥିଲା ।

ଏ ନେଇ ଜୟମଙ୍ଗଳ, ଗୌଡ଼ପୁଟ ଏବଂ ସାରୁଅ ଅଞ୍ଚଳର କେତେକ ଗ୍ରାମବାସୀ ଥାନାରେ ଏବଂ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ତଦନ୍ତ ସମୟରେ ଓଟିଭି ଜମି କେଳେଙ୍କାରୀ ଘଟଣାର ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ଗତ ୧୫ ତାରିଖରେ କୃତ୍ରିମ ଜଳାଶୟ ଅବରୋଧ ଘଟଣାରେ ଓଟିଭି କର୍ତ୍ତୃପକ୍ଷ ନିର୍ମାଣ କରିଥିବା ମହିଳା ସମିତି ପାଚେରୀ ପ୍ରଶାସନ ଭାଙ୍ଗିଦେଇଥିଲା । ବିନା ନୋଟିସ୍‌ରେ ପ୍ରଶାସନ ପାଚେରୀ ଭାଙ୍ଗିବା ପ୍ରତିବାଦରେ ସାରୁଅ ଗ୍ରାମସ୍ଥିତ ମହିଳା ବିକାଶ ସମିତି ଓଟିଭି ସପକ୍ଷରେ ବାହାରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲା ।

କିନ୍ତୁ ଓଟିଭି ଜମି କେଳେଙ୍କାରୀ ଘଟଣା ଜାଣିବା ପରେ ମହିଳା ବିକାଶ ସମିତି ସଭାପତିଙ୍କ ସମେତ ଅନ୍ୟ ପାଞ୍ଚ ଜଣ ଓଟିଭି କର୍ତ୍ତୃପକ୍ଷ ହାତ ଛାଡ଼ିଦେଇଥିବା ଜଣାପଡ଼ିଛି । ଜମିି କେଳେଙ୍କାରୀ ଘଟଣାକୁ ନେଇ ସାରୁଅ ଅଞ୍ଚଳରେ ବହୁ ଲୋକ ଓଟିଭି ହାତ ଛାଡ଼ିଦେଇଥିବା ବେଳେ ମହିଳା ବିକାଶ ସମିତିର ୬ ଜଣ ଇସ୍ତଫା ଦେବା ଘଟଣା ଓଟିଭି ପାଦତଳୁ ମାଟି ଖସିଖସି ଯାଉଥିବା ଆଲୋଚନା ହେଉଛି ।

   ସମ୍ବନ୍ଧିତ ଖବର


ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

ଯନ୍ତ୍ରଣାରେ ଛଟପଟ ସାଧାରଣ ଜନତା, ଧକଉଛି ଏନ୍‌ଏଚ୍‌ ପ୍ରକଳ୍ପ

ଏଣିକି ମେଧାବୀଙ୍କୁ ଲାପଟପ୍‌ ବଦଳରେ ମିଳିବ ଟଙ୍କା, ୧୫ ହଜାର ଛାତ୍ରଛାତ୍ରୀ ପାଇବେ ଏତିକି ଟଙ୍କା

ମାଛ ଚାଷରେ ମହିଳା ଏସ୍‌ଏଚ୍‌ଜିଙ୍କ ସଫଳତା: ଲକ୍‌ଡାଉନ୍‌ରେ ୨୧ ହଜାର କ୍ବିଣ୍ଟାଲ ଉତ୍ପାଦନ

ସଫଳତାର ଶୀର୍ଷରେ ସ୍ବାତୀ