ରିଲିଜ ହେଲା ‘ସାଟେଲାଇଟ୍ ଶଙ୍କର’ର ଦମଦାର୍ ଟ୍ରେଲର

ମୁମ୍ବାଇ ୧୭/୧୦: ଅଭିନେତା ସୁରଜ ପଞ୍ଚୋଲିଙ୍କ ଅପକମିଂ ଫିଲ୍ମ ‘ସାଟେଲାଇଟ୍ ଶଙ୍କର’ର ଟ୍ରେଲର ରିଲିଜ ହୋଇଯାଇଛି । ଅନେକ ଥର ରିଲିଜ ଡେଟ୍ ବଦଳିବା ପରେ ଏବେ ଶେଷରେ ଫିଲ୍ମଟି ବକ୍ସ ଅଫିସରେ ଧମାଲ୍ ମଚାଇବା ପାଇଁ ପ୍ରସ୍ତୁତ ହୋଇଯାଇଛି । ଫିଲ୍ମର ଟ୍ରେଲର ବହୁତ ଦମଦାର ହୋଇଛି ।

ଏହି ଟ୍ରେଲରରେ କଶ୍ମୀରର ସୌନ୍ଦର୍ଯ୍ଯଠୁ ଆରମ୍ଭ କରି ବର୍ଡରରେ ତିକ୍ତତା ମଧ୍ୟ ନଜର ଆସୁଛି । ଏହା ସହିତ ଦେଶ ଭିତରେ କିଛି ସ୍ଥାନରେ ଲାଗୁଥିବା ଦ୍ୱନ୍ଦ ସମ୍ପର୍କରେ ମଧ୍ୟ ଦର୍ଶାଯାଇଛି । ତେବେ ସମସ୍ତଙ୍କୁ ଏକାଠି କରିବା ପାଇଁ ଜଣେ ସୈନିକ ଚେଷ୍ଟା କରୁଥିବା ନଜର ଆସୁଛି । ଦେଖନ୍ତୁ ଟ୍ରେଲର…

‘ସାଟେଲାଇଟ୍ ଶଙ୍କର’ର ମୁଖ୍ୟ ଭୂମିକାରେ ଆଦିତ୍ୟ ପଞ୍ଚୋଲିଙ୍କ ପୁଅ ସୁରଜ ପଞ୍ଚୋଲି ନଜର ଆସିବେ । କହିରଖୁଛୁ ଏହି ଫିଲ୍ମର ଅନେକ ପୋଷ୍ଟର ଓ ଟିଜର ରିଲିଜ ହୋଇଯାଇଛି । ଏହାକୁ ଫ୍ୟାନ୍ସ ବହୁତ ପସନ୍ଦ କରିଥିଲେ । ତେବେ ଏହି ଟ୍ରେଲର ସମସ୍ତଙ୍କୁ ବହୁତ ପସନ୍ଦ ଆସିଛି ।

ଏହି ଫିଲ୍ମକୁ ଇରଫାନ୍ କମଲ୍ ଡାଇରେକ୍ଟ କରିଛନ୍ତି । ମୁରାଦ ଖେତାନୀ ଓ ଅଶ୍ୱିନ୍ ୱର୍ଦ୍ଦେ ଏହାକୁ ପ୍ରଡ୍ୟୁସ୍ କରିଛନ୍ତି । ଫିଲ୍ମରେ ସୁରଜଙ୍କ ସହିତ ଅଭିନେତ୍ରୀ ମେଘା ଆକାଶ ନଜର ଆସିବେ । ଏହି ଫିଲ୍ମଟି ୧୫ ନଭେମ୍ବରରେ ରିଲିଜ ହେବ ।

   ସମ୍ବନ୍ଧିତ ଖବର


ଆଇସବାଥ୍ ପରେ ୧ କପ୍ ୟୁରିନ୍ ପିଅନ୍ତି ଏହି ଆମେରିକାନ୍ ସିଙ୍ଗର, ଭାଇରାଲ ହେଉଛି ତାଙ୍କର ଏହି ଭିଡିଓ

‘ତାନାଜୀ’ରେ ଭିନ୍ନ ଅବତାରରେ ନଜର ଆସିଲେ ଅଜୟ ଓ ସୈଫ୍, ଦେଖନ୍ତୁ ଦମଦାର୍ ଟ୍ରେଲର

ରିଲିଜ ହେଲା ‘ଗୁଡ୍ ନ୍ୟୁଜ୍’ର ଟ୍ରେଲର, ହସି ହସି ଗଡିବେ ଦର୍ଶକ

ଲେକ୍‌ସିଟି ଫିଲ୍ମ ଫେଷ୍ଟିଭାଲ୍‌ରେ ସମ୍ବଲପୁରୀ କ୍ଷୁଦ୍ର ପ୍ରମାଣିକ ସିନେମା ‘ଖଡ଼ିଛୁଆଁ’