ଇରାନରେ କରୋନାର ଭୟଙ୍କର ସ୍ଥିତି : ଖୋଳା ଗଲା ଗଣ କବର, ମୃତଦେହ ଗୁଡିକ ଉପରେ ପକାଯାଉଛି ଚୂନ

ନୂଆଦିଲ୍ଲୀ,୧୩।୩: ଇରାନରେ କରୋନା ଭାଇରସରେ ୧୦,୦୭୫ ଲୋକ ସଂକ୍ରମିତ ହୋଇଛନ୍ତି। ଏହି କାରଣରୁ ଏବେ ଦେଶରେ ଏପର୍ଯ୍ୟନ୍ତ ୪୨୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଦେଶର ସବୁଠାରୁ ଅଧିକ କରୋନା ପ୍ରଭାବିତ ଅଞ୍ଚଳ ହେଉଛି କୋମ୍ ସହର। ଇରାନରେ କରୋନା ପ୍ରକୋପ ଏବେ ଅଧିକ ହୋଇଯାଇଛି ଯେ, ଏବେ ଦେଶରେ ଗଣ କବର ଖୋଳାଯାଉଛି। ମହାକାଶରୁ ଏହାର ସାଟେଲାଇଟ୍  ଫଟୋ ନିଆଯାଇଛି, ଯାହାକୁ ପାଶ୍ଚାତ୍ୟ ଦେଶର ଗଣମାଧ୍ୟମରେ ପ୍ରକାଶ କରାଯାଇଛି।

ଦ ଗାର୍ଜିୟନରେ ପ୍ରକାଶିତ ଖବର ଅନୁସାରେ, କରୋନା ଭାଇରସ୍ ମହାମାରୀ ଭିତରେ ଇରାନର କୋମ ସହରରେ ଏକ ଶୂନଶାନ୍ ସ୍ଥାନରେ କବର ଖୋଳା ଯାଉଛି। ଏହି ଖବର ସବୁଠାରୁ ପ୍ରଥମେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ କରାଯାଇଥିଲା। ରାଜଧାନୀ ତେହରାନଠାରୁ ୧୪୫ କିଲୋମିଟର ଦୂରରେ ଥିବା କୋମ ସହରରେ ଥିବା ସବୁଠାରୁ ବଡ କବରିସ୍ତାନ ବେହେସ୍ତ-ଇ-ମସୁମେହରେ ଏହି ଗଣ କବର ଖୋଳାଯାଇଛି।

୨୧ ଫେବୃଆରୀରୁ ଏହାକୁ ଖୋଳିବା ଆରମ୍ଭଗ କରାଯାଇଥିବା ବେଳେ ଏବେ ଦ୍ରୁତ ଗତିରେ ଏହାର କାମକୁ ବଢାଇ ଦିଆଯାଇଛି।  ପ୍ରାୟ ୩୦୦ ଫୁଟ୍ ଲମ୍ବାରେ ଶତାଧିକ କବର ଖୋଳା ଯାଇ ରଖାଯାଇଛି। ଇରାନ ସରକାରଙ୍କୁ ଯେବେଠାରୁ ଜଣାପଡିଥିଲା କୋମ ସହରରେ ୫୦ ଲୋକଙ୍କର ମୃତ୍ୟୁ କରୋନା କାରଣରୁ ହୋଇଛି ସେବେଠାରୁ ଏହି କବର ଖୋଳିବା ଆରମ୍ଭ ହୋଇଥିଲା।

ଡେଲି ମେଲରେ ପ୍ରକାଶିତ ଖବର ଅନୁସାରେ, କରୋନା ଭାଇରସରେ ମୃତ ଲୋକଙ୍କୁ କୋମ ସହରରେ ଥିବା ଏହି କବର ଗୁଡିକ ଉପରେ ଚୂନ ପକାଯାଉଛି। ଯାହାଫଳରେ କବର ଭିତରେ ମୃତଦେହ ଗୁଡିକ ଶୀଘ୍ର ନଷ୍ଟ ହୋଇଯିବ। ଇରାନ ଅଧିକାରୀମାନେ ମଧ୍ୟ ଏହା ସ୍ବୀକାର କରିଛନ୍ତି ଯେ, ତାଙ୍କ ଦେଶରେ ଯାହାକୁ ବି କବର ଦିଆଯାଏ ତାଙ୍କ ଉପରେ ଚୂନ ପକାଯାଇଥାଏ। ଏହା ଏକ ସାଧାରଣ ପକ୍ରିୟା।

ଇରାନର ଉପ-ସ୍ବାସ୍ଥ୍ୟମନ୍ତ୍ରୀ ଇରାଜ ହୋରିଚି ଏହି କଥାକୁ ଖଣ୍ଡନ କରିଥିଲେ। ସେ କହିଥିଲେ, ଏହି କବର କରୋନା ଭାଇରସରେ ମୃତକଙ୍କ ପାଇଁ ଖୋଳାଯାଉନି। ଯେଉଁ ଦିନ ଗଣମାଧ୍ୟମ ସାମନାରେ ଇରାଜ ଏହା କହୁଥିଲେ ସେତେବେଳେ ତାଙ୍କର ମଥାରୁ ଝାଳ ବହିବା ସହିତ ଯୋରଦାର କାଶ ହେଉଥିଲା। ତା ପରଦିନ ଜଣାପଡିଥିଲା ଇରାଜ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି।

ଇରାନର କୋମ ସହରରେ ଖୋଳା ଯାଉଥିବା କବରର ଫଟୋ ମେକ୍ସସୋର ଟେକ୍ନୋଲୋଜିଜ୍ ଜାରି କରିଛି। ସୋସିଆଲ ମିଡିଆରେ କୋମରେ ଖୋଳା ଯାଉଥିବା କବର ଗୁଡିକର ଭିଡିଓ ମଧ୍ୟ ଦେଖିବାକୁ ମିଳିଛି। ଲୋକମାନେ ମଧ୍ୟ ଏହା ବିଷୟରେ କଥା ହେଉଛନ୍ତି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ କରୋନା ଭାଇରସ ସହ ଲଢେଇ ପାଇଁ ସବୁ

   ସମ୍ବନ୍ଧିତ ଖବର


ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ,ଏହି ସବୁ ଦେଶରେ ଦିଆଯାଏ ଅତି ଭୟଙ୍କର ଦଣ୍ଡ

ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା