ଭାରତ ଦ୍ୱାରା ‘ବ୍ରହ୍ମାସ୍ତ୍ର’ ପ୍ରୟୋଗରେ ବିଳମ୍ବ: ‘ କାର୍ଟୋସାଟ୍‌-୩’ର ପ୍ରେରଣ ଖୁବ ଶୀଘ୍ର

ନୂଆଦିଲ୍ଲୀ ୧୨/୯: ଭାରତ ଖୁବ ଶୀଘ୍ର ମହାକାଶରେ ନିଜର ‘ ବ୍ରହ୍ମାସ୍ତ୍ର’ ପ୍ରୟୋଗ କରିବାକୁ ଯାଉଛି । ଭାରତ ଏପରି ଏକ ଗୁଇନ୍ଦା ଉପଗ୍ରହ ନିର୍ମାଣ କରିଛି ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗୁଇନ୍ଦା କ୍ୟାମେରା ଭାବେ ବିବେଚିତ ହେବ । ଏହାକୁ ହିଁ ଏବେ ଭାରତର ବ୍ରହ୍ମାସ୍ତ୍ର ବୋଲି କୁହାଯାଉଛି । ‘ କାର୍ଟୋସାଟ୍‌-୩’ ନାମକ ଏହି ଉପଗ୍ରହକୁ ମହାକାଶରେ ସ୍ଥାପିତ କରାଯିବା ପରେ ଭାରତର ଶତ୍ରୁ ଦେଶଗୁଡିକର ଚିନ୍ତା ବଢ଼ିଯିବ । କାରଣ ସେମାନଙ୍କର ପ୍ରତିଟି ଗତିବିଧି ଉପରେ ଭାରତ ତୀକ୍ଷ୍ନ ନଜର ରଖିପାରିବ ।

ଭାରତ ଆସନ୍ତା ମାସରେ ଏହି ଉପଗ୍ରହକୁ ମହାକାଶରେ ଅବସ୍ଥାପିତ କରିବା ପାଇଁ ଯୋଜନା କରିଥିଲା । ମାତ୍ର ଏବେ ଏଥିରେ ମାସେ ବିଳମ୍ବ ହେବ ବୋଲି କୁହାଯାଉଛି । ନିକଟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଅଧ୍ୟକ୍ଷ କେ ଶିବନ ସୂଚନା ଦେଇଥିଲେ ଯେ ଚନ୍ଦ୍ରଯାନ-୨ ପରେ ଭାରତ ଖୁବ ଶୀଘ୍ର ଆଉ ଏକ ବଡ଼ଧରଣର ଲଞ୍ଚ କରିବାକୁ ଯାଉଛି । ତାଙ୍କର ଇସାରା କାର୍ଟୋସାଟ୍‌-୩ ଆଡକୁ ଥିଲା । ଭାରତ ଏପର୍ଯ୍ୟନ୍ତ ଏହି ଶ୍ରେଣୀର ୮ଟି ଉପଗ୍ରହ ପ୍ରେରଣ କରିସାରିଛି । କାର୍ଟୋସାଟ୍‌-୩ ଏଧରଣର ୯ମ ଉପଗ୍ରହ ହେବ ।

କାର୍ଟୋସାଟ୍‌-୩ର କ୍ଷମତା
ଏହି ଉପଗ୍ରହରେ ଏଭଳି କ୍ୟାମେରା ଲାଗିଛି ଯାହାକି ମହାକାଶରୁ ପୃଥିବୀ ପୃଷ୍ଠରେ ଥିବା ଅତି କ୍ଷୁଦ୍ର ବସ୍ତୁର ବି ସ୍ପଷ୍ଟ ଫଟୋ ଉଠାଇପାରିବ । ଭୂମି ଠାରୁ ଏକ ଫୁଟରୁ ବି କମ୍‌ ଉଚ୍ଚତା ଅର୍ଥାତ ୯.୮୪ ଇଞ୍ଚ ବିଶିଷ୍ଟ(୦.୨୫ ମିଟର) ଯେକୌଣସି ବସ୍ତୁର ଏହା ଫଟୋ ଉଠାଇପାରିବ । ଏମିତିକି ଜଣେ ବ୍ୟକ୍ତିର ହାତରେ ଥିବା ଘଡିରେ କେତେଟା ବାଜିଛି, ତାହା ବି ଇସ୍ରୋ ଏହି ଉପଗ୍ରହ ସାହାଯ୍ୟରେ କହିଦେଇପାରିବ । ବିଶ୍ୱର ଅନ୍ୟ କୌଣସି ଦେଶ ପୂର୍ବରୁ ଏଭଳି ଶକ୍ତିଶାଳୀ ଗୁଇନ୍ଦା ଉପଗ୍ରହ ନିର୍ମାଣ କରିନାହାନ୍ତି । ଆମେରିକାର ଏକ ଘରୋଇ କଂପାନି ଡିଜିଟାଲ ଗ୍ଲୋବ୍‌ ଦ୍ୱାରା ପ୍ରେରିତ ଜିୟୋଆଇ-୧ ଉପଗ୍ରହ ୧୬.୧୪ ଇଞ୍ଚ ବିଶିଷ୍ଟ ବସ୍ତୁର ଫଟୋ ଉଠାଇବାକୁ ସକ୍ଷମ ଅଟେ । ତେଣୁ ଭାରତର ଏହି ଗୁଇନ୍ଦା ଉପଗ୍ରହ ବିଶ୍ୱର ଅନ୍ୟ ସମସ୍ତ ଗୁଇନ୍ଦା ଉପଗ୍ରହକୁ ପଛରେ ପକାଇ ଦେବ ।

ଭାରତ ପୂର୍ବରୁ ଗୁଇନ୍ଦା ଉପଗ୍ରହକୁ ପିଓକେରେ ସର୍ଜିକାଲ ଷ୍ଟ୍ରାଇକ୍‌ ପାଇଁ ବ୍ୟବହାର କରିଥିଲା । ଭାରତ ମଧ୍ୟ ଏହା ସାହାଯ୍ୟରେ ପାକ୍‌ ଓ ଚୀନ୍‌ ସଂଲଗ୍ନ ସୀମା ଏବଂ ଆତଙ୍କବାଦୀ ଶିବିର, ଶତ୍ରୁ ରାଷ୍ଟ୍ରର ପରମାଣୁ ତଥା ସାମରିକ ପ୍ରତିଷ୍ଠାନଗୁଡିକ ଉପରେ ନଜର ରଖୁଛି । କାର୍ଟୋସାଟ୍‌-୩ ପ୍ରେରଣ କରାଯିବା ପରେ ଭାରତର ଏ ପ୍ରକାର କ୍ଷମତା ଆହୁରି ବଢ଼ିଯିବ ବୋଲି ଅନୁମାନ କରାଯାଉଛି ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now