PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ଭାରତୀୟ ମହିଳା ହକି ଟିମ୍‌ ଜର୍ମାନୀ ଠାରୁ ୨-୦ରେ ହାରିଲା
  • ||
  • ଆନନ୍ଦପୁର : ଗାଧୋଇବା ବେଳେ ଅଘଟଣ, କେନାଲରେ ବୁଡ଼ି ଯୁବକ ମୃତ
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ଆତଙ୍କରାଜ, ୨ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ନୂଆଦିଲ୍ଲୀ: ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ, ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ
  • ||
  • କୋରାପୁଟ: ଭ୍ୟାନରୁ ୧.୮ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ଜୟପୁର ସଦର ପୋଲିସ, ଜଣେ ଗିରଫ
  • ||
  • ସମ୍ବଲପୁର: ବଲାଙ୍ଗୀର ଏନ୍‌ଏଚ୍‌ ଲୁଟ ଘଟଣା, ୬ କୁଖ୍ୟାତ୍ ଟ୍ରକ୍ ଲୁଟେରାଙ୍କୁ ଗିରଫ କଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ
  • ||
  • ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨ ଗେଟ୍‌, ମୋଟ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦିୟୁରପ୍ପା
  • ||
  • ଭୁବନେଶ୍ୱର : ତୃତୀୟ ଲହରୀ ଆସିବାର ଏପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ, ସ୍ଥିତି ଦେଖି ଅନ୍‌ଲକ୍‌ ନିଷ୍ପତ୍ତି : ଡିଏମ୍‌ଇଟି
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର ସଦନରେ ଅଗ୍ନିକାଣ୍ଡ, ନିଆଁଲିଭା କାର୍ଯ୍ୟରେ ୪ଟି ଦମକଳ ଗାଡ଼ ନିୟୋଜିତ
  • ||
  • ସାଲେପୁର: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ସ୍ଵାମୀ-ସ୍ତ୍ରୀ ଗୁରୁତର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ୧୬୩୭ ଜଣ କରୋନା ପଜିଟିଭ ଚିହ୍ନଟ
  • ||
  • ଭୁବନେଶ୍ୱର: ଖୋଲିଲା ସ୍କୁଲ, ପାଠପଢ଼ା ଆରମ୍ଭ କଲେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ
  • ||
  • ଭୋଗରାଇ : ନଦୀ ଘାଟକୁ ପାଣି ଆଣିବାକୁ ଯାଇ ଭାସିଗଲା ନାବାଳକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • କାର୍ଗିଲ ବିଜୟ ଦିବସ : ପାକିସ୍ତାନକୁ ଧୂଳି ଚଟାଇ କାର୍ଗିଲ ଶିଖରରେ ତ୍ରିରଙ୍ଗା ଉଡ଼ାଇଥିଲେ ଭାରତର ବୀର ଯବାନ
  • ||
  • ଭୁବନେଶ୍ୱର : ଆଜି ବାଲେଶ୍ୱରକୁ ଛାଡ଼ି ସବୁଠି ଟିକାକରଣ, ରାଜ୍ୟର ୧୩୦୨ କେନ୍ଦ୍ରରେ ଦିଆଯିବ ଟିକା
  • ||
  • ଆଠଗଡ଼ : ଶ୍ରାବଣ ମାସର ପ୍ରଥମ ସୋମବାର, ଭକ୍ତଶୂନ୍ୟ ବାବା ଧବଳେଶ୍ଵରଙ୍କ ପୀଠ
  • ||
  • ଅନଗୁଳ : ବିଳମ୍ବିତ ରାତିରେ ଘର ପୋଡ଼ିଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୫୭୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କମୁଛି ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୬୩୭ ଜଣ କରୋନା ପଜିଟିଭ୍
  • ||

ଆରମ୍ଭ ହୋଇନି ଖରା, ଶୁଖିଲା ପଡ଼ିଛି ସତୀନଦୀ ଜଳଭଣ୍ଡାର: ୪ ଦିନ ହେଲା ଜଳକଷ୍ଟ ଭୋଗୁଛନ୍ତି ସହରବାସୀ

ଜୟପୁର,୩୧ା୧(ବ୍ୟୁରୋ): ଆରମ୍ଭ ହୋଇନି ଖରାମାସ । ସହରରେ ଦେଖାଦେଲାଣି ଜଳକଷ୍ଟ । ଏହାର ମୂଳ କାରଣ ହେଉଛି ୪ ଦିନ ହେଲା ଶୁଖିଲା ପଡ଼ିଛି ସତୀନଦୀ ଜଳଭଣ୍ଡାର । ଫଳରେ ସହରର ଅଧିକାଂଶ ୱାର୍ଡବାସୀ ପାଇପ୍‌ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି । ସକାଳ ୬ଟାରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରକୁ ପାଣି ଯୋଗାଣ ହୋଇଆସୁଥିଲା । ଏବେ ତାହାର ତୀବ୍ର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ପାଣି ଯୋଗାଣ କ୍ଷେତ୍ରରେ ୪ ଦିନ ହେଲା ସମସ୍ୟା ସୃଷ୍ଟି ହୋଇଥିବା ବେଳେ ବିଭାଗ ପକ୍ଷରୁ ଉପଭୋକ୍ତାଙ୍କୁ କୌଣସି ସୂଚନା ପ୍ରଦାନ କରାଯାଉ ନାହିଁ । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜୟପୁର ସହରକୁ ପାନୀୟ ଜଳଯୋଗାଣ ହେଉଛି । ସତୀନଦୀ ଜଳଭଣ୍ଡାରରୁ ପାଣି ଉଠାଯାଇ ପ୍ରଥମେ ଏହାକୁ ବିଶୋଧନ କରାଯାଏ । ପରେ ସହରକୁ ଆବଶ୍ୟକତା ଅନୁସାରେ ଯୋଗାଣ ହୋଇଥାଏ । ପ୍ରତିଦିନ ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ସହରାଞ୍ଚଳକୁ ଜଳଯୋଗାଣ କରିଥାଏ ବିଭାଗ । କିନ୍ତୁ ୪ ଦିନ ହେବ ପାଣି ପାଉନାହାନ୍ତି ଅଧିକାଂଶ ସହରବାସୀ । ପାଣି ଯୋଗାଣ ହେଉଛି ନା ନାହିଁ, ଆଉ ଯଦି ହେଉଛି ତାହେଲେ କେଉଁ ଅଞ୍ଚଳକୁ କେଉଁ ସମୟରେ ତାହାର କୌଣସି ଆଗୁଆ ସୂଚନା ପ୍ରଦାନ କରାଯାଉ ନାହିଁ । ଅଧିକ ସମସ୍ୟା ଭୋଗୁଛନ୍ତି ସହରର ତଳି ଅଞ୍ଚଳ ପାୱାର ହାଉସ କଲୋନି, ଜୟନଗର, ହାଟପଦା ଏବଂ ମାଦଳା ସାହି ଅଞ୍ଚଳର ଲୋକେ । ଯେଉଁମାନଙ୍କ କୂଅ କିମ୍ବା ନଳକୂଅ ନାହିଁ ସେମାନେ ୪ ଦିନ ହେଲା ଗାଧେଇବା ତ ଦୂରର କଥା, ପିଇବା ପାଣି ମୁନ୍ଦାଏ ଲାଗି ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ପୂର୍ବ ସୂଚନା ମିଳୁନଥିବାରୁ ପାଣି ଆସିବ ବୋଲି ଚାତକ ଭଳି ଚାହିଁ ଚାହିଁ ଶେଷରେ ନିରାଶ ହେଉଛନ୍ତି । କେତେକ ଷ୍ଟାଣ୍ଡପୋଷ୍ଟରେ ଗରାଏ ପାଣି ଲାଗି ମହିଳାମାନେ ଆଜି ଘଣ୍ଟା ଘଣ୍ଟା ଅପେକ୍ଷା କରିଥିବା ଦେଖିବାକୁ ମିଳିଛି ।
ଏ ସମ୍ପର୍କରେ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଚିରଞ୍ଜୀବୀ ମହାଳି କହିଛନ୍ତି, ଜଳଭଣ୍ଡାରରେ ପାଣି ନଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ଅପରକୋଲାବ ପ୍ରକଳ୍ପରେ ବିଦ୍ୟୁତ୍‌ ଉôପାଦନ ହେବା ପରେ ନିଷ୍କାସିତ ପାଣିକୁ ସତୀନଦୀ ଜଳଭଣ୍ଡାରରେ ଗଚ୍ଛିତ ରଖାଯାଇଥାଏ । ସେଠାରୁ ପ୍ରତିଦିନ ସକାଳ ୫ଟାରେ ମୋଟର ସହାୟତାରେ ଉଠାଯାଇ ସହରକୁ ଯୋଗାଣ ହୋଇଥାଏ । କିନ୍ତୁ ୪ ଦିନ ହେବ ପାଣି ବହୁତ କମ୍‌ ରହୁଛି । ଯାହାଫଳରେ ପାଣି ଉଠାଯାଇ ପାରୁନାହିଁ । ପାଣି ମହଜୁଦ ହେବା ପରେ ସକାଳ ୮ଟାରୁ ୯ଟାରେ ମଧ୍ୟର ମୋଟର ଲଗାଯାଇ ପାଣି ଉଠାଯାଉଛି । ତଥାପି ଆବଶ୍ୟକ ପାଣି ଉଠୁନଥିବାରୁସମସ୍ୟା ଦେଖାଦେଇଛି । ଏହା ପରେ ମଧ୍ୟ ବିଭାଗ ପକ୍ଷରୁ ଠିକ୍‌ ସମୟରେ ପାଣି ଯୋଗାଇବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଶ୍ରୀ ମହାଳି । ଜଳବିଦ୍ୟୁତ ପ୍ରକଳ୍ପ ଅଧିକାରୀ ଏମ୍‌.ଆର ବିଶ୍ୱାଳ କହିଛନ୍ତି, ପ୍ରତିଦିନ କେତେ ମେଗାୱାଟ ବିଦ୍ୟୁତ ଉôପାଦନ କରାଯିବ, ସେ ସମ୍ପର୍କରେ ଉଚ୍ଚକର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥାନ୍ତି । ସେମାନଙ୍କ ନିର୍ଦ୍ଦେଶରେ ବିଦ୍ୟୁତ ଉôପାଦନ କରାଯାଇଥାଏ । କିଛି ଦିନ ହେବ ୬୦ରୁ ୮୦ ମେଗାଓଦ୍ୱାଟ ବିଦ୍ୟୁତ ଉôପାଦନ ହେଉଛି । ଏବେ ତିନୋଟି ଟରବାଇନ୍‌ରୁ ବିଦ୍ୟୁତ କମ୍‌ ବିଦ୍ୟୁତ ଉôପାଦନ କରାଯାଉଥିବାରୁ ଜଳଭଣ୍ଡାରେର ପାଣି କମ୍‌ ରହୁଛି । ବର୍ତ୍ତମାନ ଜମିକୁ ପାଣି ଦରକାର ପଡୁଥିବାରୁ ବିଦ୍ୟୁତ ଉôପାଦନ ବଢାଇବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି । ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ବିଦ୍ୟୁତ ଉôପାଦନ ବଢିପାରେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ସୂଚନାଥାଉକି, ଅପରକୋଲାବ ଜଳବିଦ୍ୟୁତ ପ୍ରକଳ୍ପରେ ୨୩ ତାରିଖରେ ୬୮.୫୦, ୨୪ ତାରିଖରେ ୭୬.୯୨, ୨୫ ତାରିଖରେ ୮୬, ୨୬ ତାରିଖରେ ୮୮.୯୬, ୨୭ ତାରିଖରେ ୬୬.୯୯, ୨୮ ତାରିଖରେ ୮୬, ୨୯ ତାରିଖରେ ୬୪.୮୩ ଏବଂ ୩୦ ତାରିଖରେ ମାତ୍ର ୬୧.୦୮ ମେଗାୱାଟ ବିଦ୍ୟୁତ ଉôପାଦନ ହୋଇଛି । ଅପରକୋଲାବରେ ରହିଛି ୪ଟି ଟରବାଇନ । ଗୋଟିଏ ଗୋଟିଏ ଟାରବଇନ ଦିନକୁ ୮୦ ମେଗାୱାଟ ପର୍ଯ୍ୟନ୍ତ ବିଦ୍ୟୁତ ଉôପାଦନ କ୍ଷମତା ରଖିଛି । ପାଣି ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସହରବାସୀ । ନହେଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।