PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଶନିବାର ରାଶିଫଳ

ତା.୧୫.୦୮.୨୦୨୦ରିଖ, କର୍କଟ ୩୧ ଦିନ, ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀ, ଶନିବାର । ଏକାଦଶୀ-ଦିବା ୨ଟା ୨୩ ମିନିଟ୍‌ ମୃଗଶିରା, ପ୍ରାତଃ ୬ଟା ୩୮ ମିନିଟ୍‌, ମିଥୁନ ଚନ୍ଦ୍ର-୬୦ ଦଣ୍ଡ ଅହୋରାତ୍ର । ସୂର୍ଯ୍ୟେଦୋୟ: ୫ଟା ୨୮ ମିନିଟ୍‌ ୧ ସେକେଣ୍ଡ । ର୍ସ୍ୟୂାସ୍ତ: ୬ଟା ୧୩ ମିନିଟ୍‌ ୨୩ ସେକେଣ୍ଡ । ମୃତେ ଏକପାଦ ଦିବା ୨ଟା ୨୩ ମିନିଟ୍‌ ଗତେ ଦ୍ୱିପାଦ ପୁଷ୍କର ଦୋଷ । ଦିବା ୨ଟା ୨୩ ମଧ୍ୟେ ଶିମ୍ବ ଓ ପରେ ପୋଇ ଖାଇବା ନିଷେଧ । ଖାଇଲେ ବ୍ରହ୍ମହତ୍ୟା ଦୋଷ । ଅଦ୍ୟ ପବିତ୍ର ସ୍ୱାଧୀନତା ଦିବସ ।

କାଲିର ରାଶିଫଳ
ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ । କର୍ମରେ ଉନ୍ନତି ଓ ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ । ଭ୍ରାତୃ ଓ ଭଗ୍ନିଙ୍କ ସହ ସମ୍ପର୍କ ନିବିଡ଼ ହେବ ଓ ସେମାନେ ଆନୁଗତ୍ୟ ସ୍ୱୀକାର କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ଭାତୃପ୍ରେମୀ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା: ଚଣ୍ଡୀ ପୁରାଣ ପାଠ ।

ବୃଷ : ଆର୍ଥିକ ଅବସ୍ଥା ବିଗିଡ଼ିଯିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ହାନି ଏବଂ କ୍ଷତିର ସମ୍ଭାବନା ରହିଛି । କର୍ମରେ ଅନାଗ୍ରହ ଓ ଆଳସ୍ୟତାଭାବ ପ୍ରକାଶ ପାଇବ । ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା େ·ରି ଏବଂ ମନରେ ଅସ୍ଥିରତାଭାବ ପ୍ରକାଶ ପାଇବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଉଦର ଯନ୍ତ୍ରଣା ପାଇବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୨, ଆରାଧନା-ଲକ୍ଷ୍ମୀ ମନ୍ତ୍ର ଜପ ।

ମିଥୁନ : ଯଶ, ସମ୍ମାନ ଓ ସାମାଜିକ ପ୍ରତି ।ରେ ବୃଦ୍ଧି ଘଟିବ । ମାନସିକ, ପାରିବାରିକ ଶାନ୍ତି ଓ ସମସ୍ତ କର୍ମରେ ପ୍ରଶଂସା ଏବଂ ସଫଳତା ପାଇବେ । ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ ସ୍ୱଜନ, ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ନିବିଡ଼ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌  କର୍ମରେ ଆଗ୍ରହୀ ହେବେ । ମହିଳାମାନେ ସାଙ୍ଗସାଥୀ ମେଳରେ ଦିନଟି କାଟିବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୮, ଆରାଧନା-ବିଷ୍ଣୁ ସହସ୍ରନାମ ପାଠ ।

କର୍କଟ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ଅଟକିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ପରିବାରର ବ୍ୟୟଭାର କମ୍‌ ରହିବ । ହୃତଧନ ଫେରିପାଇବେ । ନୂତନ ଗୃହ ନିର୍ମାଣ କରିବା ପାଇଁ ଦିନ ସ୍ଥିର କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନବାନ ହେବେ । ମହିଳାମାନେ ଗୃହ ଉପକରଣ କ୍ରୟ କରିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୯, ଆରାଧନା-ଚନ୍ଦ୍ର ପୁରାଣ ପାଠ ।

ସିଂହ : ନୂତନ ଭୂମି, ମୂଲ୍ୟବାନ ଧାତୁ କିମ୍ବା ଯାନବାହନ କ୍ରୟ କରିବା ପାଇଁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ କିଛି ବାଧାବିଘ୍ନ ଓ ସହକର୍ମୀଙ୍କ ବିରୋଧର ଶିକାର ହୋଇପାରନ୍ତି । ଘାତବାର ହେତୁ ବାଦବିବାଦରୁ ଦୂରେଇ ରହିବେ ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସା ପାଇବେ । ମହିଳାମାନେ ସଞ୍ଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-ଗୋଲାପି, ଶୁଭସଂଖ୍ୟା-୧୧, ଆରାଧନା-ଆଦିତ୍ୟ ହୃଦୟ ପାଠ ।

କନ୍ୟା: ଘାତବାର ଓ ଘାତଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ କର୍ମରେ ବାଧାବିଘ୍ନ ଏବଂ ଅଶାନ୍ତି ଦେଖାଦେବ । ବାଦବିବାଦ, ଯାନବାହନ ଆରୋହଣ, ଗ୍ୟାସ୍‌ ହିଟର ବ୍ୟବହାର କାଳରେ ସତର୍କ ରହିବେ ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ । ପରିବାରରେ ଅଶାନ୍ତି ଓ ମନରେ ବିରକ୍ତିଭାବ ପ୍ରକାଶ ପାଇବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌  କର୍ମରେ ଅବହେଳା କରିବେ । ମହିଳାମାନେ ଶାରୀରିକ ପୀଡ଼ା ପାଇବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୮, ଆରାଧନା: ଷୋଡ଼ଶୀ ।

ତୁଳା : ମାନ ସମ୍ମାନ ହାନି, ଅପମାନ ଓ ଅପଯଶ ପାଇପାରନ୍ତି । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ପଦସ୍ଥ କର୍ମ·ରୀଙ୍କ କ୍ରୋଧର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ ଓ ପରିବାରରେ ପରସ୍ପର ମଧ୍ୟରେ ବୁଝାମଣାର ଅଭାବ ରହିବ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୧, ଆରାଧନା- ରାମାୟଣ ପାଠ ।

ବିଛା : ଅଷ୍ଟମ ଚନ୍ଦ୍ର ହେତୁ ବିନା କାରଣରେ ବ୍ୟସ୍ତ ଓ ବିବ୍ରତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ପରିବାରର କୌଣସି ସଦସ୍ୟ କିମ୍ବା ବନ୍ଧୁବାନ୍ଧବଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌  କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଅସ୍ଥିରମନା ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା- ହନୁମାନ ।

ଧନୁ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି ଓ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ । ସ୍ତ୍ରୀସୌଖ୍ୟ ଓ ସ୍ତ୍ରୀହେତୁକ ଧନଲାଭର ସମ୍ଭାବନା ରହିଛି । ମୂଲ୍ୟବାନ ଧାତୁ କିମ୍ବା ବସନ ଭୂଷଣ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌  କର୍ମରେ ଅନାଗ୍ରହୀ ହେବେ । ମହିଳାମାନେ ସ୍ୱାମୀଅନୁରକ୍ତା ହେବେ  । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ଗାୟତ୍ରୀ ମନ୍ତ୍ର ଜପ ।

ମକର : ରୋଗ, ଋଣ,ଶତ୍ରୁ  ଏ ତିନୋଟିରୁ ମୁକ୍ତହେବାର ୋଗ ରହିଛି । ବାଣିଜ୍ୟ, ବ୍ୟବସାୟରେ ଆୟ ଠିକ୍‌ଠାକ୍‌ ରହିବ । କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ ଓ କର୍ମରେ ସଫଳତା ପାଇବେ । ମାନ ସମ୍ମାନ ଓ ସାମାଜିକ ପ୍ରତି ।ରେ ବୃଦ୍ଧି ଘଟିବ ଏବଂ ପରିବାରରେ ପରସ୍ପର ମଧ୍ୟରେ ଉତ୍ତମ ମୁଝାବଣା ରହିବ । ବିଦ୍ୟାର୍ଥୀ ପ୍ରଶଂସିତ ହେବେ । ମହିଳାମାନେ ଧାର୍ମିକ ର୍କ୍ୟାରେ ରୁଚି ରଖିବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୩, ଆରାଧନା-ରୁଦ୍ରାଭିଷେକ ।

କୁମ୍ଭ : ମାନ ସମ୍ମାନ ହାନି ଓ ଅପମାନ, ଅପଯଶ ପାଇପାରନ୍ତି । ସନ୍ତାନସନ୍ତତି ଅବଜ୍ଞା କରିବେ ଓ ତାଙ୍କ କର୍ମରେ ଦୁଶ୍ଚିନ୍ତାଗ୍ରସ୍ତ ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବ ଓ ପରିବାରରେ ଅଶାନ୍ତି ଦେଖାଦେବ । ବାଣିଜ୍ୟରେ ମଧ୍ୟମ ଆୟ ଓ କର୍ମସ୍ଥାନରେ ଅପଯଶ ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ  । ଶୁଭରଙ୍ଗ-ଫିକା ନୀଳ, ଶୁଭସଂଖ୍ୟା-୧୧, ଆରାଧନା-ସପ୍ତସତୀ ପାଠ ।

ମୀନ: ଆର୍ଥିକ ଅବସ୍ଥାରେ ଉନ୍ନତି  ଓ କର୍ମରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ରହିବ । ନୂତନ ।ନ କିମ୍ବା ଭୂମି କ୍ରୟ କରିପାରନ୍ତି । ପୁରାତନ ବନ୍ଧୁ ସାହ୍ୟା ଓ ସହଯୋଗ କରିବେ । ବିଦ୍ୟାର୍ଥୀ କର୍ମରେ ସୁଫଳ ପାଇବେ । ମହିଳାମାନେ ଅତିଥି ସତ୍କାର କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ଉଗ୍ରତାରା ।

ବିଶେଷ ସୂଚନା

ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।

ଋଷ୍ୟାଦି     :    ଓଁ ଅସ୍ୟ ଶ୍ରୀ ଶନିଶ୍ଚର ମହାମନ୍ତ୍ରସ୍ୟ,

            କାଶ୍ୟପ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ,

            ଅଦ୍ୟ ଦିବସ ଦିବସାଧିପତି,

            ଶନିଶ୍ଚର ଦେବତା ସୁପ୍ରୀତୟେ

            ମନ୍ତ୍ର ଜପେ ବିନିଯୋଗଃ  । (୧ ଥର)

ମନ୍ତ୍ର :            ଓଁ ଐଂ ହୀଂ ଶ୍ରୀଂ ଶନୈଶ୍ଚରାୟ ନମଃ  । (୧୦୮ ଥର)

            (ସକାଳେ ଓ ସନ୍ଧ୍ୟାରେ ୨ ଥର)   

ହିତବାଣୀ :     ସ୍ୱହସ୍ତ ଗ୍ରନ୍ତିତା ମାଳା

                ସ୍ୱହସ୍ତ ଧୃଶ୍ଚନ୍ଦନମ୍‌ ।

            ସ୍ୱହସ୍ତ ଲିଖିତଂ ସ୍ରୋତଂ

                ଶକ୍ରସ୍ୟାପି ଶ୍ରୀୟଂ ହରେତ୍‌ ।

ଭାବାର୍ଥ : ନିଜର ହାତରେ ଗୁନ୍ଥିଥିବା ମାଳା, ନିଜ ଦ୍ୱାରା ଘୋରା ହୋଇଥିବା ଚନ୍ଦନ ଓ ନିଜ ଦ୍ୱାରା ଲେଖ।।ଇଥିବା ସ୍ତୋତ୍ର ନିଜ କାମରେ ଲଗାଇଲେ ଇନ୍ଦ୍ରଙ୍କ ପରି ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଶ୍ରୀହୀନ ହୋଇାନ୍ତି ।

ଜ୍ୟୋତିର୍ବିଦ୍‌- କୈଳାସ ଦାଶ