ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଚଳିତ ବର୍ଷ କୁମ୍ଭ, ମକର ଓ ଧନୁ ରାଶି ଉପରେ ଶନି ସାଢେସାତିର ପ୍ରଭାବ, ଜାଣନ୍ତୁ କିଭଳି ପାଇବେ ରକ୍ଷା

ଚଳିତ ବର୍ଷ ୩ଟି ରାଶି ଉପରେ ଶନି ସାଢେସାତିର ପ୍ରଭାବ ପଡିବାକୁ ଯାଉଛି। ଏହି ରାଶି ଗୁଡିକ ହେଲେ ମକର, ଧନୁ ଏବଂ କୁମ୍ଭ। ସାଢେସାତି ଆରମ୍ଭ ହେଲେ ଏହାର ପ୍ରଥମ ପ୍ରଭାହବ ୧୦୦ ଦିନ ପର୍ଯ୍ୟନ୍ତ ମଣିଷ ଉପରେ ରହିଥାଏ, ଯାହାକି ଖୁବ୍ କଷ୍ଟଦାୟକ ହୋଇଥାଏ। ଶନିର ଆରମ୍ଭ ଏହି ସମୟରେ ପୀଡା ଦାୟକ ହୋଇଥାଏ ଓ ବ୍ୟକ୍ତି ଶନିଦେବଙ୍କ ସାଢେସାତୀ ନାମରେ ଭୟଭୀତ ହୋଇପଡିଥାଏ। ଏହାଛଡା ୪୦୦ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ପାଣୀର ଡାହଣ ହାତରେ ରହିଥାଏ। ଯାହା ସବୁବେଳେ ସବୁ କାର୍ଯ୍ୟ​‌ରେ ସଫଳତା ଦେଇଥାଏ। ଭାରତର ବହୁ ବଡ ବଡ ନେତା ସାଢେସାତିର ଏହି ସମୟରେ ସର୍ବୋଚ୍ଚ ଶିଖର ପର୍ଯ୍ୟନ୍ତ ପହଁଞ୍ଚି ଯାଇଥାନ୍ତି।   କେବଳ ସେତିକି ନୁହେଁ କିଛି ସଂକଳ୍ପ-କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇଥାଏ।

wp:gallery {"ids":[80541]} /wp:gallery

୬୦୦ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ମଣିଷର ଗୋଡରେ ରହିଥାଏ, ଯାହାର  ଫଳସ୍ବରୂପ ବ୍ୟକ୍ତି ଦେଶ-ବିଦେଶ ଯାତ୍ରା କରିଥାଏ। ସମାଜରେ ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ବଢିଥାଏ। ଏହା ସହିତ ବେପାର ଏବଂ ଚାକିରି ଆଦିରେ ଉନ୍ନତି ହୋଇଥାଏ।  ଏହାପରେ ପୁଣିଥରେ ୪୦୦ ଦିନ ପାଇଁ ଶନି ସାଢେସାତିର ପ୍ରଭାବ ମଣିଷର ହାତରେ ରହିଥାଏ, ଯାହାକି ଖୁବ୍ କଷ୍ଟଦାୟକ ରହିଥାଏ। ଏହି ସମୟରେ ମଣିଷ ନିଷ୍ପତ୍ତି ନେବାରେ ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି ହୋଇଥାଏ। ନିରାଶା ଏବଂ ଚିନ୍ତା ନିହାତି ରହିବ।

wp:gallery {"ids":[80544]} /wp:gallery

ଏହାପରେ ୩୦୦ ଦିନ ପର୍ଯ୍ୟନ୍ତ ମଣିଷର ମସ୍ତକରେ ଶନି ସାଢେସାତି ରହିଥାଏ। ଫଳସ୍ବରୂପ ପ୍ରାଣୀର କାର୍ଯ୍ୟ, ବାଣିଜ୍ୟରେ ଉନ୍ନତି ସାମାଜିକ ପ୍ରତିଷ୍ଠା, ପଦ ଓ ଗାରିମାର ବୃଦ୍ଦି ହୋଇଥାଏ। ସଫଳତା ଏବଂ ଶୁଭଫଳ ମିଳିଥାଏ। ଏହାପରେ ୨୦୦ ଦିନ ପାଇଁ ମଣିଷର ଆଖିର ସାଢେ ସାତିର ପ୍ରଭାବ ରହିଥାଏ। ଏହି ସମୟରେ ଜପ-ତପ, ପୂଜା-ପାଠ ପୁଣ୍ୟ ଆଦି ଭଲ କାମ କରିବା ଦ୍ବାରା ପରିବାରରେ ମାଙ୍ଗଳିକ କାର୍ଯ୍ୟରୁ ସୁଖ ମିଳିଥାଏ।

wp:gallery {"ids":[80545]} /wp:gallery

ଏସବୁ ପରେ ୨୦୦ ଦିନ ପର୍ଯ୍ୟନ୍ତ ସାଢେସାତିର ଅନ୍ତିମ ଚରଣ ରହିଥାଏ। ଏହି ସମୟରେ ଜୀବାତ୍ମାର ପାଚନ ନଳୀରେ ସାଢେସାତିର ପ୍ରଭାବ ରହିଥାଏ। ଶନି ସାଢେସାତିର ପ୍ରକୋପରୁ ମୁକ୍ତି ପାଇବା ପାଇଁ ମହାଦଶା, ଅନ୍ତର୍ଦଶା, ସୁକ୍ଷ୍ମଦଶା କିମ୍ବା ପ୍ରାଣଦଶା ଥିଲେ ଗୋଚରରେ  ଅଶୁଭ ହୋଇଥାଏ। ଏସବୁରୁ ରକ୍ଷା ପାଇଁ ପିପ୍ପଳି ଗଛ ସହିତ ଅନ୍ୟ ଫଳ ଗଛ ଲଗନ୍ତୁ। ଏହା ସହିତ ଶନି ସ୍ରୋତ, ଶନି କବଚ କିମ୍ବା ଏହାର ବୈଦିକ ମନ୍ତ୍ର ଜାପ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.