PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

ଚିଟଫଣ୍ଡରେ ଛନ୍ଦି ହୋଇଥିବା ଦୁଇ ପ୍ରଭାତଙ୍କ ପୁଅ ପାଇଲେ ଟିକଟ, ବିଜୟଶ୍ରୀଙ୍କ ଯାଗାରେ ଲଢ଼ିବେ ପୁଅ ବିଷ୍ଣୁବ୍ରତ

ଭୁବନେଶ୍ବର ୨୭।୩: ୩ୟ ଓ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବିଧାନସଭା ଆସନ ଗୁଡ଼ିକ ମଧ୍ୟରୁ ବିଜେଡ଼ି ଆଜି ୩୬ଟି ଆସନ ପାଇଁ  ପ୍ରାର୍ଥୀ ଘୋଷଣା କରିଛି। ୯ଟି ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇଛି। ୩୬ଟି ବିଧାନସଭା ଆସନ ମଧ୍ୟରୁ କଟକ, ଚୈାଦାର, ବାଙ୍କି ଓ ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ୩ ବିଧାୟକଙ୍କ ଟିକଟ କାଟି ସେମାନଙ୍କ ପୁଅମାନଙ୍କୁ ଟିକଟ ଦିଆଯାଇଛି। ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଚିଟପଣ୍ଡ ମାମଲାରେ ଛନ୍ଦି ହୋଇଥିବାରୁ ତାଙ୍କ ଟିକଟ କାଟି ସେହି ସ୍ଥାନରେ ପୁଅ ଦେବୀରଞ୍ଜନ ତ୍ରିପାଠୀଙ୍କୁ ପ୍ରାର୍ଥୀ କରାଯାଇଛି। ସେହିଭଳି କଟକ ଚୈାଦାର ବିଧାୟକ ପ୍ରଭାତ ବିଶ୍ବାଳ ମଧ୍ୟ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇଥିବାରୁ ତାଙ୍କୁ ଟିକଟ ନଦେଇ ଏହି ଆସନରେ ତାଙ୍କ ପୁଅ ସୈାଭିକ ବିଶ୍ବାଳଙ୍କୁ ପ୍ରାର୍ଥୀ କରାଯାଇଛି। ଆଜି ପ୍ରଭାତ ବିଶ୍ବାଳ କଟକରେ କହିଥିଲେ ଯେ, ଦଳର ସମ୍ମାନ ରକ୍ଷା କରିବା ପାଇଁ ସେ ନିର୍ବାଚନ ଲଢ଼ିବେ ନାହିଁ। ଏପରିକି ଯେଉଁ ପର୍ଯ୍ୟନ୍ତ ଚିଟଫଣ୍ଡ ମାମଲାରୁ ମୁକ୍ତ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପ୍ରଭାତ ବିଶ୍ବାଳ ଓ ପ୍ରଭାତ ତ୍ରିପାଠୀଙ୍କୁ ନବୀନ ନିବାସ ରେ ଦେଖିବାକୁ ମିଳିଥିଲା। ଏମାନେ ନିଜ ପୁଅ ପାଇଁ ଲବି କରୁଥିବା ଚର୍ଚ୍ଚା ହେଉଥିଲା। ବାସୁଦେବପୁରର ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ ମଧ୍ୟ ଏଥର ଟିକଟ ମିଳିନାହିଁ। ସେଠାରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ଦୀର୍ଘ ଦୁଇ ବର୍ଷ ତଳୁ ବିଜୟଶ୍ରୀ ରାଉତରାୟ ଭୋଟ ରାଜନୀତିରୁ ସନ୍ୟାସ ନେ​‌ବେ ବୋଲି ଘୋଷଣା କରିଥିଲେ।

ଅନ୍ୟ ଆସନଗୁଡ଼ିକ ମଧ୍ୟରେ ନୟାଗଡ଼ ଜିଲ୍ଲାର ରଣପୁର ବିଧାୟକ ରବିନାରାୟଣ ମହାପାତ୍ରଙ୍କ ଟିକଟ କଟିଛି। ସେଠାରେ ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି। ରାଜ୍ୟସଭା ସାଂସଦ ପ୍ରତାପ ଦେବଙ୍କୁ ପୁଣି ବିଧାନସଭା ନିର୍ବାଚନକୁ ଫେରାଇଆଣିଛି ଦଳ। ତାଙ୍କୁ ପୁଣି ଆଳିରୁ ପ୍ରାର୍ଥୀ କରାଯାଇଛି। ୨୦୧୪ ନିର୍ବାଚନରେ ପ୍ରତାପ ଦେବ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମାଙ୍କ ଠାରୁ ପରାଜିତ ହୋଇଥିଲେ। ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ ଭଦ୍ରକ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଆଜି ଘୋଷଣା ହୋଇଥିବା ୩୬ଟି ବିଧାନସଭା ଆସନ ମଧ୍ୟରେ ପ୍ରାର୍ଥୀ ଘୋଷଣା ହୋଇନାହିଁ। ସମ୍ଭବତଃ ମୁକ୍ତିକାନ୍ତଙ୍କୁ ଦଳ ଧାମନଗରରୁ ଟିକଟ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଥିବାରୁ କ୍ଷତିପୂରଣ ଆକାରରେ ତାଙ୍କ ପତ୍ନୀଙ୍କୁ ଭଦ୍ରକ ଲୋକସଭା ଆସନ ଉପହାର ଦେଇଛି।

ନୟାଗଡ଼ରୁ ଅରୁଣ ସାହୁ, ବ୍ରହ୍ମଗିରିରୁ ସଞ୍ଜୟ ଦାସ ବର୍ମା, ଆଠଗଡ଼ରୁ ନଣେନ୍ଦ୍ର ପ୍ରତାପ ସ୍ବାଇଁ, ମହାଙ୍ଗଜରୁ ପ୍ରତାପ ଜେନା, ବଡ଼ମ୍ବା ନରସିଂହପୁରରୁ ଦେବିପ୍ରସାଦ ମିଶ୍ର, ଭୋଗରାଇରୁ ଅନନ୍ତ ଦାସ, ଭଣ୍ଡାରି ପୋଖରୀରୁ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲୀରୁ ବ୍ୟେମୋକେଶ ରାୟ, ବିଂଝାରପୁରରୁ ପ୍ରମିଳା ମଲ୍ଲିକ, ସୁକିନ୍ଦାରୁ ପ୍ରୀତି ରଞ୍ଜନ ଘଢ଼େଇ, ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ, ପାଟକୁରାରୁ ବେଦପ୍ରକାଶ ଅଗ୍ରଓ୍ବାଲ, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ରାୟ, ସତ୍ୟବାଦିରୁ ଉମାକାନ୍ତ ସାମନ୍ତରାୟ, ଏକାମ୍ର ଭୁବନେଶ୍ବରରୁ ଅଶୋକ ଚନ୍ଦ୍ର ପଣ୍ଡା, କାମାକ୍ଷା ନଗରରୁ ପ୍ରଫୁଲ୍ଲ କୁମାର ମଲ୍ଲିକ, ଘଷିପୁରରୁ ବଦ୍ରିନାଥ ପାତ୍ର ପ୍ରମୁଖ ସେମାନଙ୍କ ଟିକଟ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି।

ଢ଼େଙ୍କାନାଳରୁ ସୁଶୀଳ କୁମାର ସାମଲ, ହିନ୍ଦୋଳରୁ ସୀମରାଣୀ ନାୟକ, ପରଜଙ୍ଗରୁ ଡା ନୃସିଂହ ଚରଣ ସାହୁ, ତାଳଚେରୁ ବ୍ରଜକିଶୋର ପ୍ରଧାନ, ଅନୁଗୁଳୁରୁ ରଜନୀକାନ୍ତ ସିଂ, କୁଚିଣ୍ଡାରୁ କିଶୋର ଚନ୍ଦ୍ର ନାୟକ, ଛେଣ୍ଡିପଦାରୁ ସୁଶାନ୍ତ ବେହେରା, ତେଲକୋଇଲିରୁ ପ୍ରେମାନନ୍ଦ ନାୟକ, ପାଟଣାରୁ ଜଗନ୍ନାଥ ନାୟକ, କେଉଁଝରରୁ ମାଧବ ସରଦାର, କରଞ୍ଜିଆରୁ ବାସ୍ତନୀ ହେମ୍ବ୍ରମରୁ ରେମୁଣାରୁ ସୁଧାଂଶୁ ଶେଖର ପରିଡ଼ା, ସିମୁଳିଆରୁ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସାଲେପୁରରୁ ପ୍ରଶାନ୍ତ ବେହେରା ମଧ୍ୟ ଟିକଟ ପାଇଛନ୍ତି।