ପ୍ରତିଦିନ ମାତ୍ର ୫୦ ଟଙ୍କା ସଞ୍ଚୟ କରି ସହଜରେ ହୋଇପାରିବେ କୋଟିପତି, ଖାଲି ଏହି ଉପାୟ ବୁଝିଯାଆନ୍ତୁ…

https://zeenews.india.com/
ନୂଆଦିଲ୍ଲୀ ୨୫/୧: ଧନୀ ହେବାକୁ କାହାର ବା ଇଛା ନାହିଁ । ପଇସା ସମସ୍ତଙ୍କୁ ପସନ୍ଦ । କିନ୍ତୁ ଏଥିପାଇଁ ସଠିକ୍ ଭାବେ କେହି ପ୍ଲାନିଂ କରନ୍ତି ନାହିଁ । ବିଶ୍ୱରେ ଯେତେ ବି ଧନୀ ଲୋକ ଅଛନ୍ତି ସମସ୍ତ କମ୍ ବୟସରୁ ନିବେଶ କରିବା ଶିଖି ଯାଇଥିଲେ । ୱାରେନ୍ ବଫେ ଏହାର ସବୁଠୁ ବଡ ଉଦାହରଣ । ସେ ମାତ୍ର ୧୧ ବର୍ଷ ବୟସରେ ନିବେଶ କରିବା ଆରମ୍ଭ କରିଦେଇଥିଲେ । ତାଙ୍କ ନିବେଶ ଟିପ୍ସ ସାରା ବିଶ୍ୱରେ ଗୁରୁମନ୍ତ୍ର ଭାବେ ପାଳନ କରାଯାଏ ।
କୋଟିପତି ହେବା ପାଇଁ ପ୍ରଥମ ଫର୍ମୁଲା ହେଲା ଆପଣ କମ୍ ବର୍ଷ ବୟସରୁ ସଞ୍ଚୟ ଓ ନିବେଶ ଆରମ୍ଭ କରିଦିଅନ୍ତୁ । କାରଣ ଯେତେ ଜଲଦି ଆପଣ ନିବେଶ ଆରମ୍ଭ କରିବେ ସେତେ ଫାଇଦା ପାଇପାରିବେ । ଆଜି ଆମେ ମ୍ୟୁଚୁଆଲ୍ ଫଣ୍ଡ୍ସରେ ଏସଆଇପି ଅର୍ଥାତ୍ ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ ଜରିଆରେ କୋଟିପତି କେମିତି ହେବେ ଆପଣଙ୍କୁ ଜଣାଇବୁ ।
୨୫ ବର୍ଷ ବୟସରେ ନିବେଶରେ କୋଟିପତି
ଧରନ୍ତୁ ଆପଣଙ୍କ ବୟସ ୨୫ ବର୍ଷ ଏବଂ ଆପଣ ପ୍ରତିଦିନ ୫୦ ଟଙ୍କା ସଞ୍ଚୟ କରି ମ୍ୟୁଚୁଆଲ ଫଣ୍ଡରେ ଏସଆଇପି ଜରିଆରେ ନିବେଶ କରିବା ଆରମ୍ଭ କରିଦେଲେ । ତେବେ ୬୦ ବର୍ଷ ବୟସ ସୁଦ୍ଧା ଆପଣ କୋଟିପତି ହୋଇପାରିବେ । ଅର୍ଥାତ୍ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ଲଗାତର ୫୦ ଟଙ୍କା ପ୍ରତିଦିନ ସଞ୍ଚୟ କରି ଏକ ବଡ ରାଶି ପାଇପାରିବେ ।
୫୦ ଟଙ୍କା ପ୍ରତିଦିନର ଅର୍ଥାତ୍ ମାସକୁ ୧୫୦୦ ଟଙ୍କା । ମ୍ୟୁଚୁଆଲ ଫଣ୍ଡା ୧୨-୧୫ ପ୍ରତିଶତ ରିଟର୍ଣ୍ଣ ଦେଇଥାଏ । ଧରନ୍ତୁ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ଲମ୍ବା ନିବେଶ ଅବଧିରେ ଆପଣଙ୍କୁ ୧୨.୫ ପ୍ରତିଶତ ରିଟର୍ଣ୍ଣ ମିଳିଲା ।
SIP ଆମାଉଣ୍ଟ ୧୫୦୦/ମାସିକ
ଆନୁମାନିକ ରିଟର୍ଣ୍ଣ ୧୨.୫%
ନିବେଶ ଅବଧି ୩୫ ବର୍ଷ
ସମୁଦାୟ ନିବେଶ ୬.୩ ଲକ୍ଷ ଟଙ୍କା
ସମୁଦାୟ ଭାଲ୍ୟୁ ୧.୨୬ କୋଟି ଟଙ୍କା