PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ନୂଆବର୍ଷରେ ଏହି ୪ ବିକଳ୍ପରେ କରନ୍ତୁ ନିବେଶ, ମିଳିବ ଭଲ ମୁନାଫା

ନୁଆଦିଲ୍ଲୀ ୨୭/୧୨: ନୂଆ ବର୍ଷରେ ଯଦି ଆପଣ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ । ନିଜ ପଇସାର ମୂଲ୍ୟାଙ୍କନ କରି ଏହାକୁ ଭବିଷ୍ୟତ ପାଇଁ ନିବେଶ କରିବାର ଏହା ସଠିକ୍ ସମୟ । ନୂଆ ବର୍ଷରେ ନିବେଶ ପାଇଁ ଆପଣଙ୍କୁ ଅନେକ ବିକଳ୍ପ ଉପରେ ଧ୍ୟାନ ଦେବାକୁ ପଡିବ । ଆମେ ଆପଣଙ୍କୁ ଏମିତି କିଛି ବିକଳ୍ପ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ନିବେଶ କରି ୨୦୨୦ରେ ଅଧିକ ଫାଇଦା ପାଇପାରିବେ ।

୧ ଡେଟ୍ ଫଣ୍ଡ
ଡେଟ୍ ଫଣ୍ଡ ଫିକ୍ସ୍ଡ ଡିପୋଜିଟ୍ ତୁଳନାରେ ଅଧିକ ଟ୍ୟାକ୍ସ ରିଟର୍ଣ୍ଣ  କରିଥାଏ । ଏଥିରେ ଆବଶ୍ୟକ ପଡିଲେ ଆପଣ ନିଜର ପଇସା ବାହାର କରିପାରିବେ । ଫିକ୍ସ୍ଡ ଡିପୋଜିଟ୍ ଭଳି ଡେଟ୍ ଫଣ୍ଡରେ ମଧ୍ୟ ନିବେଶ ବିକଳ୍ପ ରହିଥାଏ । ଏଥିରେ ଗୋଟିଏ ଦିନରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତ ଅବଧି ରହିଛି । ଯଦି ଆପଣ ନିଜ ପଇସା ୧୫ ଦିନ ପାଇଁ ଲଗାଇବାକୁ ଚାହୁଁଛନ୍ତି ତେବେ ଓଭରନାଇଟ୍ ଫଣ୍ଡ ସବୁଠାରୁ ଭଲ ବିକଳ୍ପ । ୧୫ ଦିନରୁ ୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ପାଇଁ ଲିକ୍ୱିଡ୍ ଫଣ୍ଡ ହୋଇଥାଏ । ଏହି ଭଳି ୧ ବର୍ଷ, ୩ ବର୍ଷ ପାଇଁ ଅଳ୍ପକାଳୀନ ଡେଟ୍ ଫଣ୍ଡ ସବୁଠାରୁ ଭଲ ବିକଳ୍ପ ରହିଥାଏ ।

୨ ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡ
ଯଦି ଆପଣ ଲମ୍ବା ଅବଧି ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ । ଆର୍ଥିକ ଯୋଜନାକାରୀ କୁହନ୍ତି କି ଆପଣଙ୍କ ପୋର୍ଟପୋଲିଓରେ ଇକ୍ୱିଟି ନିବେଶର ଅନୁପାତ ଆପଣଙ୍କ ବୟସର ୧୦୦ରୁ କମ୍ ହେବା ଉଚିତ୍ । ଅର୍ଥାତ୍ ଯଦି ଆପଣଙ୍କୁ ୩୦ ବର୍ଷ ତେବେ ଆପଣଙ୍କ ଇକ୍ୱିଟିରେ ନିଜ ସମ୍ପତ୍ତିରେ ୧୦୦ ପ୍ରତିଶତରୁ ୩୦ ମାଇନସ୍ ୭୦ ପ୍ରତିଶତ ନିବେଶ କରିବା ଉଚିତ୍ । ଯେମିତି ଯେମିତି ଆପଣ ବୁଢା ହେବେ, ଧିରେ ଧିରେ ଇକ୍ୱିଟିରେ ଆପଣ ଚିନ୍ତା କମି କମି ଯିବ ।

୩ ଗୋଲ୍ଡ
ଗୋଲ୍ଡ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ । ଅବଶ୍ୟ ଏହା ଲମ୍ବା ଅବଧିରେ ଇକ୍ୱିଟି ଅପେକ୍ଷା ଉତ୍ତମ ପ୍ରଦର୍ଶନ କରିପାରେ ନାହିଁ । ଗୋଲ୍ଡକୁ ଏକ ସୁରକ୍ଷିତ ନିବେଶ ବୋଲି ସମସ୍ତେ ମାନନ୍ତି ଏଣୁ ଲୋକମାନେ ଆର୍ଥିକ ମନ୍ଦି ସମୟରେ ଗୋଲ୍ଡରେ ନିବେଶ କରିବାକୁ ଚାହାଁନ୍ତି ।

୪ ରିୟଲ ଇଷ୍ଟେଟ
ଏହା ଭାରତୀୟଙ୍କ ସବୁଠାରୁ ପ୍ରିୟ ନିବେଶ ବିକଳ୍ପ । ଯଦି ଆପଣ ଭଡା ଉଦ୍ଦେଶ୍ୟରେ ଏହାର ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିୟମିତ ଆୟ ମଧ୍ୟ ଦେବ । ଏମରଜେନ୍ସିରେ କରଜ ନେବା ପାଇଁ ସମ୍ପତ୍ତିକୁ ବନ୍ଧା ପକାଇହେବ । ଏକ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ୍ କିଣିବା କିମ୍ବା ଜମି କିଣିବା ବ୍ୟତୀତ କୌଣସି ବି ରିୟଲ ଇଷ୍ଟେଟ୍ ଇନଭେଷ୍ଟମେଣ୍ଟ ଟ୍ରଷ୍ଟରେ ନିବେଶ କରିପାରିବେ । ତେବେ ଆପଣ ରିୟଲ ଇଷ୍ଟେଟ୍ କମ୍ପାନୀମାନଙ୍କର ସେୟାର କିଣିପାରିବେ କିନ୍ତୁ ଏଥିରେ ରିସ୍କ ରହିଥାଏ ।