ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

SBIର ଏହି ଖାତାଧାରୀଙ୍କ ପାଇଁ ସତର୍କ ସୂଚନା – ଟଙ୍କା ଉଠାଇଲେ ଲାଗିବ ଟ୍ୟାକ୍ସ , ଜାଣନ୍ତୁ ଟ୍ୟାକ୍ସରୁ ରକ୍ଷା ପାଇବାର ଉପାୟ

ନୂଆଦିଲ୍ଲୀ – ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଏସ୍‌ବିଆଇରେ ରହିଛି ତ ଏହି ଏହି ଖବର ଆପଣଙ୍କ ପାଇଁ ନିଶ୍ଚୟ ଜାଣିବା ଜରୁରି ଅଟେ। ବ୍ୟାଙ୍କ ନିଜର ଖାତାଧାରୀଙ୍କ ପାଇଁ ସତର୍କ ସୂଚନା ଜାରି କରି ଟ୍ୱିଟରରେ କିଛି ପ୍ରମୁଖ ସୂଚନା ପ୍ରଦାନ କରିଛି। ଗ୍ରାହକଙ୍କୁ ଆଲର୍ଟ କରି ବ୍ୟାଙ୍କ କହିଛି ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇଲେ ଟ୍ୟାକ୍ସ ଦେବାକୁ ପଡ଼ିବ । 

ଏସବିଆଇ ଦ୍ୱାରା ସୂଚିତ ଏହି ନିର୍ଦ୍ଦେଶ  ମୁତାବିକ୍‌  ବ୍ୟାଙ୍କର ଏହି  ଆଲର୍ଟ  ଏହି ଖାତାଧାରୀଙ୍କ ପାଇଁ ଯିଏ ଗୋଟିଏ ବର୍ଷରେ  ନିଜର ଆକାଉଣ୍ଟରୁ ୨୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଉଠାଇ ଥାନ୍ତି ।  ବ୍ୟାଙ୍କ କହିଛି କି ,  ଯଦି ଖାତାଧାରୀ  ନିଜର ଆକାଉଣ୍ଟରୁ ଗୋଟିଏ ବର୍ଷରେ  ୨୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ବାହାର କରିଥାନ୍ତି , ତାଙ୍କୁ ଅଧିକ ଟ୍ୟାକ୍ସ ଦେବାକୁ ପଡ଼ିପାରେ। ଯେଉଁ ଗ୍ରାହକମାନେ ଗତ  ୩ ବର୍ଷରୁ  ନିଜର କୌଣସି ଇନକମ୍‌  ଟ୍ୟାକ୍ସ ରିଟର୍ଣ୍ଣ  ଦାଖଲ  କରିନାହାନ୍ତି  ବ୍ୟାଙ୍କ କହିଛି  ,ଆୟକର ନିୟମ  ସେକ୍ସନ  ୧୯୪ଏନ୍‌  ଅନୁସାରେ  ଏମିତି ଗ୍ରାହକଙ୍କ ଟିଡିଏସ୍‌  କଟି ଯାଏ ଏବଂ ୨୦ ଲକ୍ଷରୁ ଅଧିକ  କ୍ୟାସ୍‌  ଉଠାଣରେ ତାଙ୍କୁ ଟ୍ୟାକ୍ସ ଭରିବାକୁ ପଡ଼ିଥାଏ ।

{"id":140710,"width":608,"height":346,"sizeSlug":"large"}

କେମିତି ଟ୍ୟାକ୍ସ‌ ଦେବାକୁ ରକ୍ଷା ପାଇବେ ଜାଣନ୍ତୁ – ଆୟକର ଅଧିନିୟମ ଅନୁସାରେ ,   ଯେଉଁ  ଲୋକ ୩ ବର୍ଷ ହେଲା ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ  ଦାଖଲ କରିନାହାନ୍ତି , ଯଦି ସେ  ନିଜର ଆକାଉଣ୍ଟରୁ ବ୍ୟାଙ୍କିଂ କମ୍ପାନୀ ବା କୋ-ଅପରେଟିଭ୍ ବ୍ୟାଙ୍କ ବା ପୋଷ୍ଟ ଅଫିସ୍‌ରୁ  ଟଙ୍କା ଉଠାଇଥାନ୍ତି ତ ତାଙ୍କୁ ଟିଡିଏସ୍‌ ଦେବାକୁ ହେବ ।

ବର୍ତ୍ତମାନ ଏସବିଆଇ ଏଥିରୁ ରକ୍ଷା ପାଇବା ପାଇଁ ଏକ ଉପାୟ କହିଛନ୍ତି । ଏସବିଆଇ  ଅନୁସାରେ ,  ସବୁଠୁ ପ୍ରଥମେ  ଆପଣଙ୍କୁ ବ୍ୟାଙ୍କରେ ନିଜର ପ୍ୟାନ୍‌ କାର୍ଡର ଡିଟେଲ୍ସ ଜମା କରିବାକୁ ହେବ ।  ଯଦି ପ୍ୟାନ୍‌ କାର୍ଡ ଡିଟେଲ୍‌ ବ୍ୟାଙ୍କରେ ଜମା ଅଛି ତ ପୁଣି ଦେବା ଦରକାର ନାହିଁ । ଆପଣଙ୍କୁ କେବଳ ନିଜର ବ୍ୟାଙ୍କ ଇନକମ୍‌  ଟ୍ୟାକ୍ସ  ରିଟର୍ଣ୍ଣର ଡିଟେଲସ୍‌ ଦେବାକୁ ହେବ ।  ଟିଡିଏସ୍‌ର  ଡିଟେଲ୍‌ ବ୍ୟାଙ୍କ ସହ ସଂପର୍କ କରି ଆପଣ ଟ୍ୟାକ୍ସରୁ ରକ୍ଷା ପାଇପାରିବେ । ଯଦି ଆପଣଙ୍କ ପାଖରେ ପ୍ୟାନ୍‌ କାର୍ଡ ନାହିଁ ତ ଆପଣଙ୍କୁ ଅଧିକ ଟ୍ୟାକ୍ସ ଭରିବାକୁ ପଡ଼ିପାରେ ।

wp:html /wp:html

ଜୁଲାଇ ୧ରୁ  ପରିବର୍ତ୍ତିତ ନିୟମ  - ଆପଣଙ୍କୁ  କହି ରଖୁଛୁ କି  ଜୁଲାଇ ୧ରୁ ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶରେ ଆୟକର  ନିୟମରେ ପରିବର୍ତ୍ତନ କରାଯାଇଛି ।  ସରକାର ନିୟମ ଏଥିପାଇଁ କରିଛନ୍ତି , ଲୋକ କ୍ୟାସ୍‌ ବଦଳରେ ଡିଜିଟାଲ ଟ୍ରାଜାକ୍ସନର ଅଧିକ  ବ୍ୟବହାର କରିବେ। ଆୟକର ବିଭାଗ  ସେକ୍ସନ  ୧୯୪ଏନ୍‌ ଅନୁସାରେ ଗ୍ରାହକ ଟିଡିଏସ୍‌ କ୍ୟାଲକୁଲେଟ୍‌ କରିବା ପାଇଁ ନୂଆ ଟୁଲ୍‌ ନିଜର ୱେବସାଇଟ୍‌ରେ ଲଞ୍ଚ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.