PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଭୁଲରେ ବି ଏହି ସ୍ଥାନରେ କରନ୍ତୁ ନାହିଁ ମୋବାଇଲ ଚାର୍ଜ, ଖାଲି ହୋଇଯିବ ବ୍ୟାଙ୍କ୍ ଖାତା, ଆଲର୍ଟ ଜାରି କଲା ଏସବିଆଇ

ଯଦି ଆପଣଙ୍କୁ ବି କୌଣସି ସ୍ଥାନରେ ମୋବାଇଲ ଚାର୍ଜ କରିବାର ଅଭ୍ୟାସ ରହିଛି ତାହେଲେ ଏହି ଅଭ୍ୟାସକୁ ଆଜି ହିଁ ତ୍ୟାଗ କରିଦିଅନ୍ତୁ। ନେହେଲେ ଏହି ଛୋଟ ଭୁଲ ପାଇଁ ଆପଣଙ୍କର ସାରା ଜୀବନର ରୋଜଗାର ଗୋଟିଏ ସେକେଣ୍ଡରେ ଗାଏବ ହୋଇଯାଇପାରେ। ହୋଇପାରେ ଏହି କଥାଟି ଶୁଣିବା ପରେ ଆପଣଙ୍କୁ ମିଛ ଲାଗିପାରେ କିନ୍ତୁ ଏହି ଚେତାବନୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଜାରି କରିଛି।

ଭାରତରେ ଲଗାତାର ଭାବେ ବଢ଼ିଚାଲିଛି ବ୍ୟାଙ୍କ୍ ଠକେଇ। ଏହି ଠକେଇ କେବଳ ଏଟିଏମରେ ନୁହେଁ ବରଂ ଆପଣଙ୍କ ଫୋନ୍କୁ ହ୍ୟାକ୍ କରି ମଧ୍ୟ କରାଯାଇପାରିବ। ଆମେ ସବୁବେଳେ ଏୟାରପୋର୍ଟ, ରେଲଓ୍ବେ ଷ୍ଟେସନ, ଟ୍ରେନ୍ କିମ୍ବା ହୋଟେଲରେ ନିଜ ଫୋନ୍ ଚାର୍ଜ କରିଥାଉ। କିନ୍ତୁ ଆଉ ଥରେ କରିବା ପୂର୍ବରୁ ଥରେ ଭାବନ୍ତୁ କାରଣ ଏଥିରେ ଆପଣଙ୍କ ବ୍ୟାଙ୍କ୍ ଖାତା ଖାଲି ହୋଇପାରେ। ଏହି ସୂଚନା ଏସବିଆଇ ଟ୍ବିଟ୍ କରି ଜଣାଇଛି। ଏହି ଟ୍ବିଟରରେ ଏସବିଆଇ କହିଛି କି, କୌଣସି ଚାର୍ଜିଂ ଷ୍ଟେସନରେ (ସାର୍ବଜନୀକ ସ୍ଥାନ)ରେ ନିଜ ଫୋନକୁ ଚାର୍ଜରେ ଲଗାଇବା ପୂର୍ବରୁ ଦୁଇ ଥର ଭାବନ୍ତୁ।

ମାଲଓୟର (ଭାଇରସ୍) ଯୋଗୁଁ ଆପଣଙ୍କ ଫୋନର ଡାଟା ଚୋରି ହୋଇପାରେ। ଏହାଦ୍ବାରା ହ୍ୟାକର୍ସକୁ ଆପଣଙ୍କ ପାସଓ୍ବାର୍ଡ  ଏବଂ ଡାଟା ଏକ୍ସପୋର୍ଟ କରିବାରେ ସୁଯୋଗ ମିଳିଯାଏ। ଏଥିପାଇଁ ନିଜ ଫୋନକୁ କୌଣସି ବି ଚାର୍ଜିଂ ଷ୍ଟେସନରେ ଚାର୍ଜିଂ ନ କରିବା ପାଇଁ ଏସବିଆଇ ସୂଚନା ଦେଇଛି। ବ୍ୟାଙ୍କ୍ କହିବାନୁସାରେ, ଆପଣଙ୍କ ମୋବାଇଲ ଜୁସ୍ ହ୍ୟାକିଂର ଶିକାର ହୋଇପାରେ।

ଏମିତିରେ ଆପଣଙ୍କ ଚାର୍ଜିଂ କେବଲ ଜରିଆରେ ଫୋନରେ ଉପଲବ୍ଧ ଥିବା ବ୍ୟାଙ୍କ୍ ସମ୍ବନ୍ଧିତ ବ୍ୟକ୍ତିଗତ ତଥ୍ୟ ହ୍ୟାକର୍ସ ପାଖରେ ପହଞ୍ଚିପାରେ ଏବଂ ଆପଣଙ୍କ ସାରା ଜୀବନର ରୋଜଗାର ଗୋଟିଏ ସେକେଣ୍ଡରେ ଗାଏବ ହୋଇପାରେ। ଏହା ବ୍ୟତୀତ ଡାଟା କନେକ୍ସନ ଏବଂ ୟୁଏସବି ସାହାଯ୍ୟରେ ହ୍ୟାକର୍ସ ଆପଣଙ୍କ ଫୋନରେ ମାଲଓୟର ଇନଷ୍ଟଲ୍ କରିପାରିବ। ଯାହାଦ୍ବାରା ହ୍ୟାକର୍ସ ଆପଣଙ୍କ ଫୋନା ଡାଟା କପି କରିପାରିବ। ଏମିତିରେ ଆପଣଙ୍କ ବ୍ୟାଙ୍କ୍ ଖାତା ଖାଲି ହୋଇପାରେ। ଯଦି ଆପଣ ଆପଣଙ୍କ ଫୋନରେ ବ୍ୟାଙ୍କ୍ ଖାତା ନମ୍ବର, ପାସଓ୍ବାର୍ଡ, ଏଟିଏମ୍ କାର୍ଡ କିମ୍ବା କୌଣସି ଅନ୍ୟ ତଥ୍ୟର ଫଟୋ ରଖୁଛନ୍ତି ତାହେଲେ ଆପଣଙ୍କ ତଥ୍ୟ ଅତି ସହଜରେ ଲିକ୍ ହୋଇପାରିବ।

ଏହାର ଅତିରିକ୍ତ ପବ୍ଲିକ ଡିଭାଇସ୍, ଓପନ୍ ନେଟଓ୍ବାର୍କ ଏବଂ ମାଗଣା ଓ୍ବାଇଫାଇର ବ୍ୟବହାର କରିବା ଦ୍ବାରା ଆପଣ ବି ଠକେଇର ଶିକାର ହୋଇପାରନ୍ତି। ଏହାର ବ୍ୟବହାର କରିବା ଦ୍ବାରା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହେବାର ସମ୍ଭାବନା ରହିଛି ଏହା ସହିତ ଆପଣଙ୍କ ବ୍ୟାଙ୍କ୍ ଖାତା ବି ଖାଲି ହୋଇଯାଇପାରେ।