ଗ୍ରାହକଙ୍କ ପାଇଁ SBI ଆରମ୍ଭ କଲା ନୂଆ ସୁବିଧା – ଏବେ ବିନା କାର୍ଡରେ ଏଟିଏମ୍‌ରୁ ଟଙ୍କା ବାହାର କରିପାରିବେ

ନୂଆଦିଲ୍ଲୀ – ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌  ନିଜର ବ୍ୟାଙ୍କିଂ  ସିଷ୍ଟମରେ ଏକ ବହୁତ ବଡ଼ ପରିବର୍ତ୍ତନ  କରିଛି ।  ଯେଉଁଥିରେ  ଏହି ବ୍ୟାଙ୍କ ସହ ଜଡ଼ିତ ଗ୍ରାହକଙ୍କୁ ବଡ଼ ସୁବିଧା  ମିଳିବାକୁ ଯାଉଛି ।  ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଏବେ ନିଜର ଗ୍ରାହକଙ୍କ ପାଇଁ କାର୍ଡ ଲେସ୍‌ କ୍ୟାସ୍‌   ୱିଡ୍ରାଲ୍‌ର ସୁବିଧା ଆରମ୍ଭ କରିଦେଇଛି ।  ଏବେ ଗ୍ରାହକଙ୍କୁ ଟଙ୍କା ଉଠାଇବା ପାଇଁ ଆଉ ଏଟିଏମ୍‌  କାର୍ଡର ଆବଶ୍ୟକତା ପଡ଼ିବ ନାହିଁ ।

ଏହି ସମୟ କରୋନା ଭାଇରସ୍‌ର ସଂକ୍ରମଣ  ପୁରା ଦେଶରେ ବ୍ୟାପି ଚାଲିଛି ।  ଏହି ଭିତରେ ଲୋକେ ସୋସିଆଲ୍‌ ଡିଷ୍ଟାନ୍ସିଂର ନିୟମର ପାଳନ ମଧ୍ୟ କରୁଛନ୍ତି ଏବଂ  ବାହାରର  ଜିନିଷକୁ  ସ୍ପର୍ଶ କରିବାକୁ ମଧ୍ୟ ଲୋକେ ଭୟ କରୁଛନ୍ତି । କରୋନା  ସଙ୍କଟରେ ଲୋକଙ୍କୁ ସବୁଠୁ ବେଶୀ  ସମସ୍ୟା ଏଟିଏମ୍‌ରେ ନିଜର କାର୍ଡ ସ୍ୱାପ୍ କରିବାକୁ ନେଇ ହୋଇଥାଏ । ଆଉ ଏଥିରେ ଲୋକଙ୍କ ମନରେ ସଂକ୍ରମଣ ବ୍ୟାପିବାର  ଡ଼ର  ରହିଥାଏ ।

ବର୍ତ୍ତମାନ ଯେତେବେଳେ  ଏସ୍‌ବିଆଇ  କାର୍ଡ  ଲେସ୍‌ କ୍ୟାସ୍‌ର ସୁବିଧା  ଦେଉଛି , ଏଥିରେ ଆପଣ  ବିନା ଡେବିଟ୍‌ ବା କ୍ରେଡିଟ୍‌ କାର୍ଡରେ ଏଟିଏମ୍‌ରୁ  ଟଙ୍କା ବାହାର କରିପାରିବେ ।

୧- ଏଥିପାଇଁ ପ୍ରଥମେ  ଆପଣଙ୍କୁ  ଏସବିଆଇ ୟୋନୋ ଆପ୍‌ ଓପେନ୍‌ କରିବାକୁ ହେବ ।

୨- ଏହା ପରେ ଆପଣଙ୍କୁ  YONO CASH OPTION ରେ କ୍ଲିକ୍‌ କରିବାକୁ ହେବ ।

୩-ଏହାପରେ ଡିସ୍‌ପ୍ଲେରେ ଶୋ କରୁଥିବା  ଏଟିଏମ୍‌ର ଅପସନ୍‌ ଉପରେ  କ୍ଲିକ୍ କରିବାକୁ ହେବ । ୪- ଏବେ ଆପଣଙ୍କ ବ୍ୟାଙ୍କରେ ରେଜିଷ୍ଟର  ନମ୍ୱରରେ ୟୋନୋ କ୍ୟାସ୍‌ ଟ୍ରାଜାକ୍ସନ ନମ୍ୱର ପଠାଯିବ । ଏହା ସାହାଯ୍ୟରେ ଓ ନିଜର ଏଟିଏମ୍‌ ପିନ୍‌ ସାହାଯ୍ୟରେ କ୍ୟାସ୍‌ ନେଇ ପାରିବେ ।

୫-ଏହାପରେ ଆପଣ ଏଟିଏମ୍‌ ଯାଇ ୟୋନୋ କ୍ୟାସ୍‌କୁ ସିଲେକ୍ଟ କରିବାକୁ ହେବ ।

 ଏହି ପ୍ରକାରରେ ଆପଣ ମୋବାଇଲ୍‌ ମାଧ୍ୟମରେ  ବିନା କାର୍ଡ ମାଧ୍ୟମରେ  ଏଟିଏମ୍‌ ରୁ ଟଙ୍କା ବାହାର କରିପାରିବେ ।

ଆପଣଙ୍କୁ କହି ରଖୁଛି କି ., ଏହି ସୁବିଧାରେ ଆପଣ ଗୋଟିଏ ଥରରେ  ଅତି କମ୍‌ରେ  ୫ଶହ ଟଙ୍କା ରୁ ନେଇ ୧୦ ହଜାର ଟଙ୍କା ଯାଏ  ବାହାର କରିପାରିବେ ।

   ସମ୍ବନ୍ଧିତ ଖବର


ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ