ଆଲର୍ଟ : ଡିସେମ୍ବର ୩୧ରୁ ଏସବିଆଇର ଏହି ଡେବିଟ୍ କାର୍ଡ ହୋଇଯିବ ବନ୍ଦ, ବଦଳାଇବା ପାଇଁ ଏଭଳି କରନ୍ତୁ ଆବେଦନ

ଦେଶର ସବୁଠୁ ବ୍ୟାଙ୍କ୍ ନିଜର ଖାତାଧାରୀଙ୍କ ପାଇଁ ଆଲର୍ଟ ଜାରି କରିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଘୋଷଣା କରିଛି କି, ଏସବିଆଇ ଏଟିଏମ୍ କମ୍ ଡେବିଟ୍ କାର୍ଡକୁ ଡିସେମ୍ବର ୩୧ ପରେ ବନ୍ଦ କରିଦେବ। କାର୍ଡକୁ ବଦଳାଇବା ପାଇଁ ଗ୍ରାହକ ତୁରନ୍ତ ବ୍ୟାଙ୍କ ସହିତ ସମ୍ପର୍କ କରନ୍ତୁ। ଏଭଳି ନ ହେଲେ ଏବେ ଚାଲୁଥିବା କାର୍ଡରୁ ନେଣଦେଣ ପୁରାପରି ବନ୍ଦ ହୋଇଯିବ।

ଏସବିଆଇ କହିବାନୁସାରେ, ବର୍ତ୍ତମାନ ମ୍ୟାଗନେଟିକ୍ ଷ୍ଟ୍ରିପ୍ଡ ଡେବିଟ୍ କାର୍ଡର ବ୍ୟବହାର କରିବାକୁ ଯାଉଛି। ୨୦୨୦ ଜାନୁଆରୀ ୧ରୁ କେବଳ ଇଏମଭି ଚିପ୍ ଏବଂ ପିନ୍ ନମ୍ବର ଥିବା କାର୍ଡ ବ୍ୟବହାର କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁସାରେ ଏଭଳି କରିବା ଜରୁରୀ ଅଟେ।

ନିର୍ଦ୍ଦେଶ ଅନୁସାରେ, ଭାରତରେ ଚାଲୁଥିବା ସମସ୍ତ ବ୍ୟାଙ୍କକୁ ମ୍ୟାଗନେଟିକ୍ ଷ୍ଟ୍ରିପ୍ଡ ଡେବିଟ୍ କାର୍ଡ ଥିବା ଡେବିଟ୍ କାର୍ଡର ବ୍ୟବହାର ଚଳିତ ବର୍ଷର ଶେଷ ସୁଦ୍ଧା ପୁରାପୁରି ଭାବେ ବନ୍ଦ କରିଦିଆଯିବ।

ଠକେଇରୁ ବଞ୍ଚିବା ପାଇଁ ବ୍ୟାଙ୍କକୁ ଆରବିଆଇରୁ ଏଭଳି କରିବା ପାଇଁ ନିର୍ଦ୍ଦେଶ ପ୍ରଥମରୁ ହିଁ ମିଳିସାରିଛି। ଅଧିକତଃ ନୂଆ ଗ୍ରାହକଙ୍କୁ ଇଏମବି ଚିପ୍ ଥିବା ଡେବିଟ୍ କାର୍ଡ ଦିଆଯାଉଛି। ଯେଉଁ ଗ୍ରାହକଙ୍କ ପାଖରେ ମ୍ୟାଗନେଟିକ୍ ଷ୍ଟ୍ରିପ୍ଡ ଥିବା ଡେବିଟ୍ କାର୍ଡ ଅଛି ସେହି ଗ୍ରାହକ ଡିସେମ୍ବର ୩୧ ପରେ ଟଙ୍କା ଉଠାଇ ପାରିବେ ନାହିଁ।

ଏସବିଆଇ ନିଜ ଗ୍ରାହକଙ୍କୁ ସୂଚନା ଦେଇଛି କି, ପୁରୁଣା କାର୍ଡ ବଦଳାଇବା ଦ୍ବାରା କୌଣସି ପ୍ରକାର ମୂଲ୍ୟ ଲାଗିବ ନାହିଁ। ଗ୍ରାହକ କାର୍ଡକୁ ବଦଳାଇବା ପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଂ, ଓ୍ବାଓଏନଓ ଆପ୍ କିମ୍ବା ନିଜ ଶାଖାକୁ ଯାଇ ଏଭଳି କରିପାରିବେ। ଯଦି ଗ୍ରାହକଙ୍କଠାରୁ କୌଣସି ପ୍ରକାର କିଛି ମୂଲ୍ୟ ଲାଗୁଛି ତାହେଲେ ସେମାନେ ରିଫଣ୍ଡ ପାଇବା ପାଇଁ ବି ଆବେଦନ କରିପାରିବେ।

ଇଏମବି କାର୍ଡକୁ ଆବେଦନ କରିବା ପୂର୍ବରୁ ଗ୍ରାହକଙ୍କର ବର୍ତ୍ତମାନ ଠିକଣା ଅପଡେଟ୍ ରହିବା ଦରକାର। ଏହା ଏଥିପାଇଁ କାରଣ ନୂଆ କାର୍ଡ ଗ୍ରାହକଙ୍କ ରେଜିଷ୍ଟଡ୍ ଠିକଣାରେ ହିଁ ପଠାଯିବ। ଯଦି ଠିକଣା ଭୁଲ୍ ଥିବା ତାହେଲେ ଗ୍ରାହକଙ୍କୁ କାର୍ଡ ମିଳିବ ନାହିଁ ଏବଂ ତାହା ପୁଣି ବ୍ୟାଙ୍କ୍ ପାଖକୁ ଫେରିଯିବ।

   ସମ୍ବନ୍ଧିତ ଖବର


ଗଲୱାନର ବୀର ସହିଦଙ୍କ କାହାଣୀ – ଏକାକୀ ୧୨ ଚୀନ୍‌ ସୈନିକଙ୍କୁ ମାରିଥିଲେ

ଚୀନ୍‌କୁ ଜବାବ ଦେବାପାଇଁ ପ୍ରସ୍ତୁତି- ଲଦାଖରେ ମୁତୟନ ହେଲେ ସର୍ଜିକାଲ୍‌ ଷ୍ଟ୍ରାଇକିଂ ଫୋର୍ସ

ଏହି ସ୍ଥାନମାନଙ୍କରେ ଖୋଲିଲା ରେଡ୍‌ଲାଇଟ୍‌ ଏରିଆ- କିସ୍‌ କରିବା ଓ ଜୋରରେ ଶ୍ୱାସକ୍ରିୟା ମନା

ଭାରତରେ ଆଇଆଇଟି ଛାତ୍ର ଓ ପ୍ରଫେସର ତିଆରି କଲେ କରୋନା ବିନାଶକ ଡିଓଡ୍ରେଣ୍ଟ – ବାସ୍ନା ସହ ଭୁତାଣୁ ମାରିବ

୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ ଗୁଗଲ ଅଫିସ୍

ଦେଶରେ ୬ ଜୁଲାଇରୁ ଖୋଲିବ ସମସ୍ତ ସ୍ମାରକୀ, ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା