PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ୍‌ ବିବାଦ। ୩୦ରେ ଦୁଇ ପକ୍ଷଙ୍କୁ ମିଳିପାରେ ସର୍ଭେ ଭିଡିଓ। ଜ୍ଞାନବ୍ୟାପୀ ସର୍ଭେ ଭିଡିଓକୁ ନେଇ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ। ଆସନ୍ତା ୩୦ରୋ ଦୁଇ ପକ୍ଷଙ୍କୁ ମିଳିପାରେ ଭିଡିଓ।
  • ||
  • କଟକ : ଅନୁଭବ ଓ ବର୍ଷାଙ୍କୁ ହାଇକୋର୍ଟଙ୍କ କଡ଼ା ତାଗିଦ୍, ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ ନ କରିବାକୁ ନିର୍ଦ୍ଦେଶ
  • ||
  • ସୋର: ରାସ୍ତାରେ ହଟହଟା ହେଲେ ଖଇରା ବିଦ୍ୟୁତ୍ ବିଭାଗ ଏସଡିଓ, ଅସ୍ଥାୟୀ ମିଟର ରିଡର କର୍ମଚାରୀଙ୍କ ବହିଷ୍କାର ଆଶଙ୍କାରେ ଆକ୍ରୋଶର ଶିକାର…
  • ||
  • ଭୁବନେଶ୍ବର: ଟିଚିଂ ହସ୍ପିଟାଲ ଭାବେ ଘୋଷଣା ହେଲା କ୍ୟାପିଟାଲ ହସ୍ପିଟାଲ, ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍, ୨୮୫ କୋଟି ଅନୁମୋଦନ…
  • ||
  • ଭୁବନେଶ୍ୱର: ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ପକ୍ଷରୁ ଦୁଇ ଦିନିଆ ଧର୍ମଘଟ, ସନ୍ଧ୍ୟା ୬ରୁ ସକାଳ ୬ ବନ୍ଦ ରହିବ ସମସ୍ତ ପେଟ୍ରୋଲ ଟାଙ୍କି
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୦୯ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର: ‘କୋକୋ’ ଆପ୍‌ରେ ଋଣ ଠକେଇ ମାମଲା : ଦିଲ୍ଲୀରୁ ଧରାପଡି଼ଲା ମୁଖ୍ୟ କାର୍ପଟଦାର ରାମ, ୧୦୫୮ ଭର୍ଚୁଆଲ୍‌ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
  • ||
  • ଚିଲିକା : ଯାତ୍ରୀବାହୀ ଡଙ୍ଗାର ଭାଙ୍ଗିଲା ମେସିନ୍ ସ୍ଲାବ, ଚିଲିକା ମଝିରେ ଅଟକିଲେ ୪୦ରୁ ଅଧିକ ଯାତ୍ରୀ
  • ||
  • କଟକ: ଅନୁଭବ-ବର୍ଷା ବିବାହ ବିବାଦ: “ବର୍ଷା ନିଜେ ଚଲାଉଛନ୍ତି ଫ୍ୟାନ୍‌ କ୍ଲବ୍‌ ପେଜ୍‌’
  • ||
  • ଭୁବନେଶ୍ୱର: ଆସିବ ସ୍ୱଚ୍ଛତା, ଲୋକଙ୍କୁ ମିଳିବ ସୁବିଧା: ଆଜିଠୁ ଅନ୍‌ଲାଇନ୍‌ରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବ ବିଏମ୍‌ସି
  • ||
  • ସୁନ୍ଦରଗଡ : ଓସିଏଲ୍‌ ଆଇରନ କାରଖାନାରୁ ଲୁହା ଚୋରି କରୁଥିଲା ଚୋର, ଛାତରୁ ପଡି ଚାଲିଗଲା ଜୀବନ
  • ||
  • ଭୁବନେଶ୍ୱର: ଟ୍ରାଫିକ୍‌ ଯନ୍ତ୍ରଣାରୁ ମିିଳିବ ମୁକ୍ତି: ଜୟଦେବ ବିହାରରୁ ନନ୍ଦନକାନନ ମଧ୍ୟରେ ନିର୍ମାଣ ହେବ ସବୁଠାରୁ ଦୀର୍ଘତମ ଫ୍ଲାଏଓଭର
  • ||

ଏସବିଆଇ ଗ୍ରାହକ ଧ୍ୟାନ ଦିଅନ୍ତୁ, ୧ ମଇରୁ ବଦଳିଯିବ ସେଭିଂ ଆକାଉଣ୍ଟର ନିୟମ

ନୂଆଦିଲ୍ଲୀ,୧୩।୪:ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ନିଜର ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଯାହାଫଳରେ ଆସନ୍ତା ମଇ ମାସରୁ ଏସବିଆଇରେ ସେଭିଂ ଖାତାରେ ମିଳୁଥିବା ସୁଦ୍ଧର ନିମୟ ବଦଳିଯିବ। ବ୍ୟାଙ୍କ ନିଜର ଡିପୋଜିଟ୍ ଓ ଲୋନର ସୁଦ୍ଧ ଦର ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ବେଞ୍ଚମାର୍କ ଦର ସହିତ ଯୋଡି ଦିଆଯିବ। ଏହି ନୂଆ ନିଷ୍ପତ୍ତିରେ ୧ ଲକ୍ଷ ଟଙ୍କାରୁ ଅଧିକ ଡିପୋଜିଟ୍ ଓ ଲୋନର ସୁଦ୍ଧ ଦରକୁ ରେପୋ ରେଟ୍ ସହିତ ଯୋଡି ଦିଆଯାଇଛି। ଏହାର ଅର୍ଥ ସ୍ପଷ୍ଟ ଯେ ଆରବିଆଇର ରେପୋ ରେଟରେ ପରିବର୍ତ୍ତନ ହେବା ଦ୍ବାରା ବ୍ୟାଙ୍କରେ ଜମା ଦର ଉପରେ ପ୍ରଭାବ ପଡିବ। ତେଣୁ ଆସନ୍ତା​‌ ମାସରୁ ଏସବିଆଇ ସେଭିଂ ରେଟରେ ପରିବର୍ତ୍ତନ କରିବାକୁ ଯାଉଛି।

  କ’ଣ ବଦଳିବ?

  • ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସରେ ଏବେ ୩.୫ ପ୍ରତିଶତ ଦରରେ ସୁଦ୍ଧ ମିଳିବ। ସେଭଳି ୧ ଲକ୍ଷ ଉପରୁ ଅଧିକ ବାଲାନ୍ସ ଥିଲେ ସୁଦ୍ଧ ଦର ୩.୨୫ ପ୍ରତିଶତ ହେବ। ଏହି ନୂଆ ଦର ୧ ମଇ ୨୦୧୯ରୁ ଲାଗୁ ହେବ।
  • ୧ ଲକ୍ଷରୁ ଅଧିକ ସମସ୍ତ କ୍ୟାସ୍ କ୍ରେଡିଟ୍ ଓ ଓଭରଡ୍ରାଫ୍ଟ ଆକାଉଣ୍ଟକୁ ଏସବିଆଇ ରେପୋ ରେଟ ସହିତ ଳିଙ୍କ କରିଦେଇଛି। ନିକଟରେ ରିଜର୍ଭ ବ୍ୟାଙ୍କ ସୁଦ୍ଧ ଦରରେ ୦.୨୫ ପ୍ରତିଶତ ହ୍ରାସ କରିଥିଲା, ଏହାକୁ ଦେଖି ବ୍ୟାଙ୍କ ଏହି କାଟ୍ କରିଛି।

      ନୂଆ ବ୍ୟବସ୍ଥା ୧ ମଇରୁ ଲାଗୁ ହେବ:

  • ଦୀର୍ଘ ଦିନ ହେବ ଲୋକଙ୍କର ଅଭିଯୋଗ ଥିଲା ଯେ, ଆରବିଆଇର ସୁଦ୍ଧ ଦରର ହ୍ରାସ ପରେ ବ୍ୟାଙ୍କର ସୁଦ୍ଧ ଦର ଉପରେ ଏହାର ପ୍ରଭାବ  ଦେଖିବାକୁ ମିଳୁନାହିଁ। ତେଣୁ ଆରବିଆଇ ଗ୍ରାହକଙ୍କ ଏହି ଅଭିଯୋଗକୁ ଦୂର କରିବ।
  •  ବ୍ୟାଙ୍କର ଚେୟାରମ୍ୟାନ୍ ରଜନୀଶ କୁମାର କହିଛନ୍ତି ୧ ଲକ୍ଷ ଟଙ୍କାରୁ କମ୍ ଲୋନ୍ ଏବଂ ଡିପୋଜିଟ୍ ଏମସିଏଲଆର ଅର୍ଥାତ ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡସ୍ ବେସଡ୍ ଲ୍ୟାଣ୍ଡିଂ ରେଟ୍ ସମ୍ପର୍କିତ ରହିବ। ଛୋଟ ଗ୍ରାହକଙ୍କୁ ବଜାର ଅସ୍ଥିରତାରୁ ବଞ୍ଚାଇବା ପାଇଁ ଏଭଳି କରାଯାଇଛି

    କିଭଳି ମୂଲ୍ୟ ଧାର୍ଯ୍ୟ ହେବ:

  • ଦେଶର ସବୁଠାରୁ ବଡ ବ୍ୟାଙ୍କ କହିଛି ୧ ମଇରୁ ଏକ ଲକ୍ଷରୁ ଅଧିକ  ସମସ୍ତ ସେଭିଂ ବ୍ୟାଙ୍କ ଡିପୋଜିଟ୍ ଓ ସର୍ଟ-ଟର୍ମ ଲୋନ ଆରବିଆଇର ବେଞ୍ଚମାର୍କ ରେପୋ ରେଟ୍ ସହିତ ଯୋଡାଯିବ।
  • ରୋପୋ ରେଟ୍ ଏବେ ୬ ପ୍ରତିଶତ ରହିଛି। ବ୍ୟାଙ୍କର ରେପୋ ରେଟ୍ ଉପରେ ଆରବିଆଇ ଋଣ ଦେଇଥାଏ, ସେଭଳି ସେଭିଂ ବ୍ୟାଙ୍କର ଦର ରେପୋ ରେଟ୍ ଠାରୁ ୨..୭୫ ପ୍ରତିଶତ କମ୍ ହେବ। ସେଭଳି ୧ ଲକ୍ଷ ଟଙ୍କାରୁ ଅଧିକ ଲୋନରେ ରେପୋ ରେଟ୍ ୨.୨୫ ପ୍ରତିଶତ ଅଧିକ ସୁଦ୍ଧ ରଖାଯିବ।
  • ଏହା ପ୍ରଥମ ସୁଯୋଗ ଯେବେ କୌଣସି ବ୍ୟାଙ୍କ ସେଭିଂ, ଛୋଟ ଲୋନ୍ ଓ ଡିପୋଜିଟ୍ ରେଟ୍କୁ ସିଧାସଳଖ ରେପୋ ରେଟ୍ ସହିତ ଲିଙ୍କ କରୁଛି।