ଏସବିଆଇ ଗ୍ରାହକଙ୍କୁ ଯିବାକୁ ପଡିବନି ବ୍ରାଞ୍ଚ, ଗୋଟିଏ ଫୋନରେ ମିଳିବ ସବୁ ସୁବିଧା

https://knowledge.wharton.upenn.edu/
ନୂଆଦିଲ୍ଲୀ ୧୯/୧: କରୋନା ମହାମାରୀ ପରେ ଅନେକ କିଛି ବଦଳିଯାଇଛି । ୱର୍କ ଫ୍ରମ୍ ହୋମ୍ ଓ ଡୋର ଷ୍ଟେପ୍ ବ୍ୟାଙ୍କିଂ ଭଳି ସୁବିଧା ଏବେ ଆମ ଜୀବନର ଏକ ଅଂଶ ହୋଇଛି । ଯଦି ଆପଣ ଏସବିଆଇ ଗ୍ରାହକ ତେବେ ଚେକ୍, ଡିମାଣ୍ଡ ଡ୍ରାଫ୍ଟ, ପେ ଅର୍ଡରର ପିକ ଅପ୍, ଆକାଉଣ୍ଟ ଷ୍ଟେଟମେଣ୍ଟ ରିକ୍ୱେଷ୍ଟ, ଟର୍ମ ଡିପୋଜିଟ୍ ରସିଦ ପାଇଁ ଆପଣଙ୍କୁ ଏଣିକି ବ୍ୟାଙ୍କ ଯିବା ଦରକାର ନାହିଁ । ଏଭଳି ସୁବିଧା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ସେମାନଙ୍କ ଘରେ ହିଁ ଯୋଗାଇ ଦେଉଛି । ଏହି ସୁବିଧାର ଲାଭ ଉଠାଇବା ପାଇଁ ଆପଣଙ୍କୁ ବ୍ୟାଙ୍କର ଟୋଲ୍ ଫ୍ରି ନମ୍ବର ୧୮୦୦୧୦୩୭୧୮୮ ବା ୧୮୦୦୧୨୧୩୭୨୧ରେ କଲ କରନ୍ତୁ ।
ବ୍ୟାଙ୍କ ଅନୁସାରେ ଡୋରଷ୍ଟେପ୍ ବ୍ୟାଙ୍କିଂ ସର୍ଭିସ୍ ଅନୁସାରେ ଗ୍ରାହକଙ୍କୁ ସେମାନଙ୍କ ଘରେ କ୍ୟାଶ ପିକଅପ୍, କ୍ୟାଶ୍ ଡେଲିଭରୀ, ଚେକ୍ ରିସିଭ୍ କରିବା, ଡ୍ରାଫ୍ଟ ଡେଲିଭରୀ, ଚେକ୍ ମଗାଇବା ଏପରି ଅନେକ ସୁବିଧା ମିଳିବ । ବ୍ୟାଙ୍କିଂର ଆପ୍, ୱେବସାଇଟ୍ ବା କଲ୍ ସେଣ୍ଟର ଜରିଆରେ ଡୋରଷ୍ଟେପ ବ୍ୟାଙ୍କିଂ ସର୍ଭିସ୍ ପାଇଁ ରେଜିଷ୍ଟର କରିହେବ । ଏହି ସର୍ଭିସ୍ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଆପଣ https://bank.sbi/dsb ରେ ଭିଜିଟ୍ କରିପାରିବେ ।
ଡୋରଷ୍ଟେପ୍ ବ୍ୟାଙ୍କିଂ ସର୍ଭିସ୍ ଜରିଆରେ ଚେକ୍ ଜମା କରିବା , ପଇସା ବାହାର କରିବା ଏବଂ ଜମା କରିବାଠୁ ଆରମ୍ଭ କରି ଜୀବନ ପ୍ରମାଣ ପତ୍ର ନେବା ଭଳି ସୁବିଧାକୁ ଘରେ ହିଁ ଯୋଗାଇ ଦିଆଯିବ । ଡୋରଷ୍ଟେପ୍ ସର୍ଭିସରେ ବ୍ୟାଙ୍କର କୌଣସି କର୍ମଚାରୀ ଆପଣଙ୍କ ଘରକୁ ଆସିବେ ଏବଂ ଆପଣଙ୍କ କାଗଜ ନେଇ ବ୍ୟାଙ୍କରେ ଜମା କରିବେ । ଏହି ସର୍ଭିସରେ ୭୦ ବର୍ଷରୁ ଅଧିକ ବୟସ୍କ, ଦିବ୍ୟାଙ୍ଗଙ୍କୁ ସାହାଯ୍ୟ ମିଳିପାରିବ । ତେବେ ଜଏଣ୍ଟ ଖାତା ଖୋଲିଥିବା ଗ୍ରାହକଙ୍କୁ ଏହି ସୁବିଧା ମିଳିବନି ।