PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଫିକ୍ସ୍ଡ ଡିପୋଜିଟରେ ନୂଆ ସୁଧ ଦର ଆଜିଠାରୁ ଲାଗୁ, ଏବେ ମିଳିବ କମ୍ ଫାଇଦା

source:inc42.com

ନୁଆଦିଲ୍ଲୀ ୧୦/୯: ଦେଶର ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଫିକ୍ସ୍ଡ ଡିପୋଜିଟର ସୁଧ ଦରରେ ପରିବର୍ତ୍ତନ କରିଛି । SBI ସେପ୍ଟେମ୍ବର ମାସରେ ନିଜ ଫିକ୍ସଡ ଡିପୋଜିଟ୍(FD)ରେ ସୁଧ ଦରରେ ଦ୍ୱିତୀୟ ଥର ପାଇଁ ହ୍ରାସ କରିଛି । ଯଦି ଆପଣ ମଧ୍ଯ ଏସବିଆଇରେ ଏଫଡି କରିଛନ୍ତି ତେବେ ଆପଣଙ୍କୁ ମଧ୍ଯ କ୍ଷତି ଉଠାଇବାକୁ ପଡିପାରେ । ବ୍ୟାଙ୍କ ତରଫରୁ ଜାରି ବୟାନରେ କୁହାଯାଇଛି ଯେ ୧୦ ସେପ୍ଟେମ୍ବରରୁ ସମସ୍ତ ଅବଧିର ଟର୍ମ ଡିପୋଜିଟ୍ ସୁଧ ଦର ୦.୨୦ ପ୍ରତିଶତରୁ ୦.୨୫ ପ୍ରତିଶତ ହ୍ରାସ ପାଇଛି । ଅନ୍ଯପଟେ ବଲ୍କ ଟର୍ମ ଡିପୋଜିଟ୍ ଦର ୦.୧୦ ପ୍ରତିଶତରୁ ୦.୨୦ ପ୍ରତିଶତ ହ୍ରାସ ପାଇଛି ।

ଏବେ କେତେ ଏଫଡିରେ କେତେ ସୁଧ ମିଳିବ

୭ରୁ ୪୫ ଦିନର ଏଫଡି- ଏବେ ୭ରୁ ୪୫ ଦିନର ଏଫଡିରେ ୪.୫ ପ୍ରତିଶତ ସୁଧ ମିଳିବ ।

୪୬ ଦିନରୁ ୧୭୯ ଦିନର ଏଫଡି- ଏବେ ୪୬ରୁ ୧୭୯ ଦିନର ଏଫଡିରେ ୫.୫୦ ପ୍ରତିଶତ ସୁଧ ମିଳିବ ।

୧୮୦ ଦିନରୁ ୨୧୦ ଦିନର ଏଫଡି- ଏବେ ୧୮୦ ଦିନରୁ ୨୧୦ ଦିନର ଏଫଡିରେ ସୁଧ ୬ ପ୍ରତିଶତରୁ ହ୍ରାସ ପାଇ ୦.୫୮ ପ୍ରତିଶତ କରାଯାଇଛି ।

୨୧୧ ଦିନରୁ ୧ ବର୍ଷ ପର୍ଯ୍ଯନ୍ତ ଏଫଡି- ୨୧୧ ଦିନରୁ ୧ ବର୍ଷ ପର୍ଯ୍ୟନ୍ତର ଏଫଡିରେ ୬ ପ୍ରତିଶତ ସୁଧ ବଦଳରେ ଏବେ ୫.୮୦ ପ୍ରତିଶତ ସୁଧ ମିଳିବ ।

୧ ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତର ଏଫଡି- ଏବେ ୧-୨ ବର୍ଷର ଏଫଡିରେ ୬.୫୦ ପ୍ରତିଶତ ସୁଧ ମିଳିବ ।

୨ ବର୍ଷରୁ ୩ ବର୍ଷ ପର୍ଯ୍ଯନ୍ତ ଏଫଡି-ଏବେ ୨-୩ ବର୍ଷର ଏଫଡିରେ ୬.୨୫ ପ୍ରତିଶତ ସୁଧ ମିଳିବ ।

୩ ବର୍ଷରୁ ୫ ବର୍ଷର ଏଫଡି-ଏହି ଏଫଡିରେ ୬.୨୫ ପ୍ରତିଶତ ସୁଧ ମିଳିବ ।

୫ରୁ ୧୦ ବର୍ଷ ପର୍ୟ୍ୟନ୍ତ ଏଫଡି-ଏହି ଏଫଡିରେ ୬.୨୫ ପ୍ରତିଶତ ସୁଧ ମିଳିବ ।

୯ ସେପ୍ଟେମ୍ବରରେ ବ୍ୟାଙ୍କ ଏହି ଘୋଷଣା କରିଥିଲା ଯେ ରିଟେଲ୍ ଟର୍ମ ଡିପୋଜିଟ୍ ଓ ବଲ୍କ ଡିପୋଜିଟରେ ସୁଧ ଦର ହ୍ରାସ କରାଯାଇଛି । ନୂଆ ଦରକୁ ଆଜି ଅର୍ଥାତ୍ ୧୦ ସେପ୍ଟେମ୍ବରରୁ ଲାଗୁ କରାଯାଇଛି ।

୧୦ ସେପ୍ଟେମ୍ବର ପରେ ଏଫଡି କରାଉଥିବା ଗ୍ରାହକଙ୍କୁ କମ୍ ସୁଧ ମିଳିବ । ଏଫଡିରେ ସୁଧ ଦର କମ୍ କରିବା ସହିତ ବ୍ୟାଙ୍କ ଲେଣ୍ଡିଂ ରେଟ୍ ମଧ୍ଯ କମାଇ ଦେଇଛି । ଅର୍ଥାତ୍ ବ୍ୟାଙ୍କ ହୋମ୍ ଲୋନ୍ ସମେତ ସମସ୍ତ ଲୋନ୍ ଶସ୍ତା କରିଦେଇଛି ।

ସମ୍ବନ୍ଧିତ ଖବର