ଏସବିଆଇ ଖାତାଧାରୀଙ୍କ ପାଇଁ ବଡ଼ ଉପହାର, ଏବେ ନିଜେ ସ୍ଥିର କରିପାରିବେ ଏଟିଏମର ନିୟମ, ଜାଣନ୍ତୁ କେମିତି

ନୂଆଦିଳ୍ଳୀ ୨୮।୩: ଯଦି ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଦେଶର ସବୁଠୁ ବଡ଼ ବ୍ୟାଙ୍କ୍ ‘ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ରେ ଅଛି ତେବେ ସେମାନଙ୍କ ପାଇଁ ଏହି ଖାସ୍ ଖବର। ଏସବିଆଇ ତାର ଖାତାଧାରୀଙ୍କୁ ଦେଇଛି ଏକ ନୂଆ ସୁବିଧା। ଯାହା ଦ୍ବାରା ଆପଣ ନିଜେ ଡେବିଟ୍ କାର୍ଡର ନିୟମ ସ୍ଥିର କରିପାରିବେ ।

ଏହା ହେଉଛି ପ୍ରଥମ ମୈାକା ଯେବେ ଏସବିଆଇ ନିଜ ଗ୍ରାହକଙ୍କୁ ଏମିତି ଅଧିକାର ଦେଇଛି। ଯାହାଦ୍ବାରା ଆପଣ ନିଜେ ନିଜର ଡେବିଟ୍ କାର୍ଡ ପାଇଁ ନିୟମ କରିପାରିବେ। ଆସନ୍ତୁ ଜାଣିବା ଆପଣ କେମିତି ଏହାର ଲାଭ ଉଠାଇପାରିବେ।

ଏସବିଆଇ ତାର ଖାତାଧାରୀଙ୍କୁ ନୂଆ ଅଧିକାର ଦେଇଛି। ଯାହ ଦ୍ବାରା ସେ ନିଜ ଆବଶ୍ୟକ ହିସାବରେ ଡେବିଟ୍ ସୀମା ଏବଂ ଉପଯୋଗ ସ୍ଥିର କରିପାରିବେ। ବ୍ୟାଙ୍କ୍ ତାର ଗ୍ରାହକଙ୍କ ନୂଆ ସେବାକୁ ଧ୍ୟାନର ସହିତ ବ୍ୟବହାର କରିବାକୁ ମଧ୍ୟ ଉପଦେଶ ଦେଇଛି। କୈାଣସି ପ୍ରକାର ପ୍ରବଞ୍ଚନାରେ ଯେମିତି ନ ଫସିବେ ସେନେଇ ସତର୍କ କରାଇଛି।

ଯଦି ଆପଣ ଆପଣଙ୍କ ସୁବିଧା ଅନୁସାରେ ଏସବିଆଇ କାର୍ଡର ଲିମିଟ୍ ସ୍ଥିର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସର୍ବପ୍ରଥମେ ଓ୍ବାଇଓଏନଓ ଆପ୍ ଡାଉନଲୋଡ଼ କରିବାକୁ ପଡ଼ିବ। ଓ୍ବାଇଓଏନଓ ଆପ୍ ଏସବିଆଇର ଆଧିକାରିକ ଆପ ଅଟେ। ଡାଉନଲୋଡ କରିବା ପରେ ଓ୍ବାଇଓଏନଓ ରେ ଲଗଇନ୍ କରିବାକୁ ପଡ଼ିବ। ଲଗଇନ୍ ପରେ ମେନୁକୁ ଯାଇ ସର୍ଭିସ ରିକ୍ବେଷ୍ଟ ସିଲେକ୍ଟ କରିବାକୁ ପଡ଼ିବ। ପରେ ଏଟିଏମ୍/ଡେବିଟ୍ କାର୍ଡକୁ ସିଲେକ୍ଟ କରିବା ପରେ ମ୍ୟାନେଜ କାର୍ଡରେ ନିଜ ଲିମିଟ ସ୍ଥିର କରିପାଇବେ।

ଏସବିଆଇ ନିଜ ଖାତାଧାରୀଙ୍କୁ ବିନା କୈାଣସି ଡକ୍ୟୁମେଣ୍ଟରେ ସେଭିଂ ଆକାଉଣ୍ଟ ଖୋଲିବା ପାଇଁ ବି ମୈାକା ଦେଉଛି। ଆପଣ ଓ୍ବାଇଓଏନଓ ଦ୍ବାରା ବିନା କିଛି ଡକ୍ୟୁମେଣ୍ଟରେ ତୁରନ୍ତ ସେଭିଂ ଆକାଉଣ୍ଟ ଖୋଲି ପାରିବେ। ଏହି ସୁବିଧା ମାର୍ଚ୍ଚ ୩୧ରୁ ଉପଲବ୍ଧ ହେବ।

   ସମ୍ବନ୍ଧିତ ଖବର


ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ଅନ୍ତିମ ସଂସ୍କାରର ସପ୍ତାହେ ପରେ ଘରକୁ ଫେରିଲେ ‘ଶିବ’

ସମସ୍ତଙ୍କୁ ଜୀବନ ସାଥି ବାଛିବାର ଅଧିକାର ରହିଛି , ସରକାର ହସ୍ତକ୍ଷେପ କରିପାରିବେ ନାହିଁ – ଆହ୍ଲାବାଦ ହାଇକୋର୍ଟ

ଚାଲବାଜ ଚୀନ୍ ରଚୁଛି ଚକ୍ରବ୍ୟୁହ,ସାଟେଲାଇଟ୍ ଚିତ୍ରରୁ ଧରାପଡ଼ିଲା ଷଡଯନ୍ତ୍ର: ଡୋକଲାମରେ ଅସ୍ତ୍ର ଭଣ୍ଡାର ନିର୍ମାଣ କରୁଛି ଡ୍ରାଗନ୍

ଅବସର ନେଲେ ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌, କହିଲେ- ମୋର ସମୟ ଆସିସାରିଛି…

BMWରେ ଅଳିଆ ଉଠାଉଛନ୍ତି ଯୁବକ, କାରଣ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ…

କରୋନା : ସମସ୍ତଙ୍କ ଓଠରେ ଏବେ ହସ ଫୁଟିବା ସମୟ ଆସିଗଲା ! ଅକ୍ସଫୋର୍ଡ ବୈଜ୍ଞାନିକଙ୍କ ସୂଚନା