ଛୋଟ ବ୍ୟବସାୟୀଙ୍କୁ ଆତ୍ମନିର୍ଭର କରିବାରେ ସାହାଯ୍ୟ କରିବ SBI, ଆଉ ରହିବନି ଆର୍ଥିକ ସମସ୍ୟା

ନୂଆଦିଲ୍ଲୀ ୧୦/୮: କରୋନା ସଙ୍କଟ ମଧ୍ୟରେ ଏହି ସମୟରେ ଦେଶର ଛୋଟରୁ ବଡ ଇଣ୍ଡଷ୍ଟ୍ରୀ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ବଡ ବଡ କମ୍ପାନୀମାନେ ଅନେକ କ୍ଷତି ସହୁଛନ୍ତି । ଏବେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କରୋନା ସଙ୍କଟ ସହୁଥିବା ଛୋଟ ବ୍ୟବସାୟୀଙ୍କୁ ସାହାଯ୍ୟ କରିବାକୁ ଯାଉଛି । ଏସବିଆଇ ଏବେ ଏହି ଛୋଟ ଓ ମଧ୍ୟ ବର୍ଗର ବ୍ୟବସାୟୀଙ୍କ ପାଇଁ ନୂଆ ଲୋନ୍ ଯୋଜନା ନେଇ ଆସିଛି ।

୧୦,୦୦୦ କୋଟି ଟଙ୍କା ବଣ୍ଟନ ହେବ
ଦେଶର ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଛୋଟ କାରବାରୀଙ୍କ ପାଇଁ ୧୦ ହଜାର କୋଟି ଟଙ୍କା ଖୁବ୍ ଶୀଘ୍ର ଜାରି କରିବା ପାଇଁ ଘୋଷଣା କରିଛି । ଏହି ରାଶିରେ ଛୋଟ ଓ ମଧ୍ୟମ ବର୍ଗର ବ୍ୟବସାୟୀଙ୍କ ଆର୍ଥିକ ସମସ୍ୟା ଦୂର ହେବ ଏବଂ ଆୟ ବଢାଇବାର ସୁଯୋଗ ମିଳିବ । ଛୋଟ ବ୍ୟବସାୟୀଙ୍କ ସାହାଯ୍ୟ ପାଇଁ ଏସବିଆଇ ଚେୟାରମ୍ୟାନ୍ ରଜନୀଶ କୁମାର କହିଛନ୍ତି କି ‘ଆମେ କିଛି ଦିନ ପୂର୍ବେ ଛୋଟ ବ୍ୟବସାୟୀଙ୍କ ପାଇଁ ଗୋଲ୍ଡ ଲୋନ୍ ସ୍କିମ୍ ଲଞ୍ଚ୍ କରିଥିଲୁ । ଯାହା ଜରିଆରେ ଏକ ମାସ ଭିତରେ ୮୮ କୋଟି ଟଙ୍କାର ବ୍ୟବସାୟୀଙ୍କୁ ଜାରି କରାଯାଇଥିଲା । ଏହି ସ୍କିମକୁ ଭଲ ରେସପନ୍ସ ମିଳିଥିଲା । ଏହାକୁ ଆମେ ଆଗକୁ ଜାରି ରଖିବା ପାଇଁ ବିଚାର କରୁଛୁ ।’

ଛୋଟ ବ୍ୟବସାୟୀଙ୍କୁ ଆତ୍ମନିର୍ଭର କରିବା ପାଇଁ ପ୍ରସ୍ତୁତି
ପ୍ରକୃତରେ କେନ୍ଦ୍ର ସରକାରଙ୍କ ତରଫରୁ ଆତ୍ମନିର୍ଭର ଭାରତ ପ୍ୟାକେଜରେ ୨୦ ଲକ୍ଷ ୯୭ ହଜାର କୋଟି ଟଙ୍କାର ଘୋଷଣା କରାଯାଇଥିଲା । ମେ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଫଣ୍ଡ୍ସରେ ୫୦,୦୦୦ କୋଟି ଟଙ୍କା ଛୋଟ ଓ ମଧ୍ୟମ ବର୍ଗର ବ୍ୟବସାୟୀଙ୍କୁ ଦେବାପାଇଁ ପ୍ରତିଶୃତି ଦେଇଥିଲେ । ସରକାରଙ୍କ ତରଫରୁ ଦିଆଯିବାକୁ ଥିବା ଏହି ରାଶିର ଫାଇଦା ସେହି ବ୍ୟବସାୟୀଙ୍କୁ ହେବ ଯେଉଁମାନେ ନୂଆ ଅଛନ୍ତି । ଯେଉଁମାନଙ୍କ ବ୍ୟବସାୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଯେଉଁମାନଙ୍କ ଭିତରେ ଆଗକୁ ବଢିବାର କ୍ଷମତା ଅଛି । କିନ୍ତୁ ପଇସା ଯୋଗାଡ କରିବାରେ ସେମାନଙ୍କର କ୍ଷମତା ନାହିଁ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଛୋଟ ବ୍ୟବସାୟୀଙ୍କ ପାଇଁ ଏହି ସ୍କିମର ଘୋଷଣା କରି କହିଛନ୍ତି କି ଏଥିରେ ଛୋଟ କମ୍ପାନୀର ଆକାର ଓ କ୍ଷମତା ବଢିବ । ସେମାନଙ୍କୁ ଷ୍ଟାଫ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବା ପାଇଁ ପ୍ରୋତ୍ସାହିତ କରାଯିବ । କରୋନା ସଙ୍କଟରେ ଆତ୍ମନିର୍ଭର ପ୍ୟାକେଜର ପ୍ରଥମ କିସ୍ତି ଛୋଟ ବ୍ୟବସାୟୀଙ୍କୁ ମିଳିଲେ ଅର୍ଥବ୍ୟବସ୍ଥା ସୁଧୁରିବା ଆଶା ବଢିଯିବ ।