ବ୍ୟାଙ୍କ ନଯାଇ ଘରେ କରିପାରିବେ ଟଙ୍କା ଡିପୋଜିଟ୍, ଏସବିଆଇ ଆରମ୍ଭ କଲା ଏହି ସର୍ଭିସ…

ନୂଆଦିଲ୍ଲୀ,୨୨।୪: ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ନିଜର ଗ୍ରାହକଙ୍କ ପାଇଁ ବିଶେଷ ସୁବିଧା ଆଣିଛି। ବ୍ୟାଙ୍କ ପକ୍ଷରୁ ନିକଟରେ ସ୍ପେଶାଲ କଷ୍ଟମରଙ୍କ ପାଇଁ ଡୋର-ଷ୍ଟେପ୍ ବ୍ୟାଙ୍କିଙ୍ଗ ସୁବିଧା ଆରମ୍ଭ କରିଛି। ଏହି ବିଶେଷ ସେବା ୭୦ ବର୍ଷ ବୟସରୁ ଅଧିକ ବୟସ୍କ ଲୋକ, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ଇନଫର୍ମ କଷ୍ଟକରଙ୍କ ପାଇଁ ଆରମ୍ଭ କରିଛି। ଏହା ଅନୁସାରେ କ୍ୟାସ ପିକଅପ୍ ଓ ଡେଲିଭରୀ ସହିତ ବହୁ ସୁବିଧା ମିଳିବ। ଉଲ୍ଲେଖନୀୟ ଯେ ଆରବିଆଇ ପକ୍ଷରୁ ଜାରି ନିର୍ଦେଶ ପରେ ବ୍ୟାଙ୍କ ସ୍ବତନ୍ତ୍ର ଗ୍ରାହକଙ୍କ ପାଇଁ ଏହି ଡୋର-ଷ୍ଟେପ୍ ସର୍ଭିସ ଆରମ୍ଭ କରିଛି।

ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗ ସର୍ଭିସ ଅନୁସାରେ ଗ୍ରାହକଙ୍କୁ ୬ଟି ସୁବିଧା ମିଳିବ। ଏଥିରେ ପିକଅପ୍ ଓ ଡେଲିଭରି, ଚେକ୍ ପିକଅପ୍, ଚେକବୁକ୍ ରିସିପ୍ଟ ପିକଅପ୍, ଡ୍ରାଫ୍ଟ ଡେଲିଭରି ଓ ଟର୍ମ ଡିପୋଜିଟର ପରାମର୍ଶ, ଲାଇଫ୍ ସାର୍ଟିଫିକେଟ୍ ପିକଅପ୍, ଇନକମ୍ ଟ୍ୟାକ୍ସ ଉଦେଶ୍ୟ ପାଇଁ ଫର୍ମ ୧୫ଏଚ୍ ପିକଅପ୍ ସାମିଲ ରହିଛି।

ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ ସର୍ଭିସର ଫାଇଦା କେଓ୍ବାଇସି ଅନୁରୂପ ଖାତାଧାରୀଙ୍କୁ ମିଳିବ। ଯାହା ପାଖରେ ବ୍ୟାଙ୍କ ସହିତ ରେଜିଷ୍ଟର୍ଡ ଏକ ବୈଧ ମୋବାଇଲ ନମ୍ବର ରହିଛି ଓ ଯିଏ ଏସବିଆଇର ହୋମ ବ୍ରାଞ୍ଚ୫ କିଲୋମିଟର ପରିସରରେ ରହୁଛନ୍ତି। ସେଭଳି ଜଏଣ୍ଟ ଆକାଉଣ୍ଟ, ଛୋଟ ପିଲାଙ୍କ ଆକାଉଣ୍ଟ ଓ ନନ୍ ପର୍ସନାଲ ଆକାଉଣ୍ଟକୁ ଏହି ସୁବିଧା ମିଳିବ ନାହିଁ।

ଯୋଗ୍ୟ ଗ୍ରାହକଙ୍କୁ  ଏହି ସର୍ଭିସ ଅନୁସାରେ ଫି’ ଦେବାକୁ ପଡିବ। ଯଦି ଫାଇନାନ୍ସିଆଲ ଟ୍ରାଞ୍ଜାକସନ୍ ରହିଛି ତେବେ ୧୦୦ ଟଙ୍କା ପ୍ରତି ଟ୍ରାଞ୍ଜାକସନ୍ ଦେବାକୁ ପଡିବ। ସେଭଳି ନନ୍ ଫାଇନାନ୍ସିଆଲ ଟ୍ରାଞ୍ଜାକସନ୍ ପାଇଁ ୬୦ ଟଙ୍କା ଦେବାକୁ ପଡିବ। ଏଥିପାଇଁ ଆପଣଙ୍କୁ ନିଜର ହୋମ ବ୍ରାଞ୍ଚରେ ଯାଇ ରେଜିଷ୍ଟର କରିବାକୁ ହେବ। ଦିବ୍ୟାଙ୍କ ଗ୍ରାହକଙ୍କୁ ଏଥିପାଇଁ ମେଡିକାଲ ସାର୍ଟିଫିକେଟ୍ ଦେବାକୁ ହେବ।

   ସମ୍ବନ୍ଧିତ ଖବର


ଡିସେମ୍ବର ମାସରେ ପ୍ରାୟ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

ଭାରତରେ ଲଞ୍ଚ ହେଲା ଶସ୍ତା 5G ସ୍ମାର୍ଟଫୋନ୍‌, ଜାଣନ୍ତୁ ଏହାର ଫିଚର୍ସ ଓ ଦାମ୍‌ କେତେ?

ରୁଚି ସୋୟାର ମ୍ୟାନେଜିଂ ଡାଇରେକ୍ଟର ହେଲେ ରାମଦେବଙ୍କ ଭାଇ ରାମଭରତ, ବାର୍ଷିକ ନେବେ ଏତେ ଟଙ୍କା…

୧ ଡିସେମ୍ବରରୁ ହେଉଛି ଏହି ୫ ବଡ ପରିବର୍ତ୍ତନ, ଜାଣନ୍ତୁ ଲାଭରେ ରହିବେ ନା ସହିବେ କ୍ଷତି

ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା

ବିଶ୍ୱର ସବୁଠୁ ଦାମୀ ହ୍ୟାଣ୍ଡବ୍ୟାଗ୍‌ ପ୍ରଦର୍ଶନ କଲା ‘ବୋରିନି ମିଲାନେସି’,ଏହା ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…