SBI ଆରମ୍ଭ କଲା ନୂଆ ସୁବିଧା: ଏଣିକି ବିନା କାର୍ଡ ଓ ପିନ୍‌ରେ ମଧ୍ୟ ପୈଠ କରିପାରିବେ

ନୁଆଦିଲ୍ଲୀ ୧୭/୧୦: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦିପାବଳୀ ପୂର୍ବରୁ ନିଜ ଗ୍ରାହକଙ୍କୁ ବଡ ଉପହାର ଦେଇଛି । ଏଣିକି ଗ୍ରାହକ କଣ୍ଟାକ୍ଟଲେସ୍ ପେମେଣ୍ଟ କରିପାରିବେ । ଏସବିଆଇ ମୋବାଇଲରୁ ପେମେଣ୍ଟ କରୁଥିବା ନୂଆ ସୁବିଧା ‘SBI Card Pay’ ଆରମ୍ଭ କରିଦେଇଛି । ଏଥିରେ ବ୍ୟାଙ୍କ କଷ୍ଟମର ପଏଣ୍ଟ ଅଫ୍ ସେଲ୍ସ(ପିଓଏସ୍) ମେସିନରେ କାର୍ଡକୁ  ନଛୁଆଁଇ ମଧ୍ୟ ମୋବାଇଲ୍ ଫୋନ୍ ମାଧ୍ଯମରେ ପୈଠ କରିପାରିବେ । ଏଥିପାଇଁ ପିନର ମଧ୍ୟ ଆବଶ୍ୟକତା ନାହିଁ । ଆସନ୍ତୁ ଜାଣିବା ଏହି ସୁବିଧା ସମ୍ପର୍କରେ ।

ଏସବିଆଇ ଗ୍ରାହକ କାର୍ଡ ଓ ପିନର ବ୍ୟବହାର ନକରି ମଧ୍ଯ ପିଓଏସରେ ପୈଠ କରିପାରିବେ । ଏଥିପାଇଁ ଏସବିଆଇ ବୁଧବାର ଏସବିଆଇ କାର୍ଡ ପେ ସେବା ଲଞ୍ଚ କରିଛି । ବ୍ୟାଙ୍କ କହିଛି ଯେ ଦେଶରେ ପୂର୍ବରୁ ଏମିତି ସେବା ସୁବିଧା ବାହାରିନି ।

ଏସବିଆଇ  କାର୍ଡ ପେ ରୁ ନିୟର ଫିଲ୍ଡ କମ୍ୟୁନିକେସନ୍ ଉପରେ ଟାପ୍ କରିବା ମାତ୍ରେ ପୈଠ ହୋଇଯିବ । ଏଥିପାଇଁ ନିଜ ପାଖରେ କ୍ରେଡିଟ୍ କାର୍ଡ ରଖିବା କିମ୍ବା ପିନ୍ ଦେବା ଦରକାର ପଡିବନି । ଏହି ସୁବିଧା ମଧ୍ଯ ଏସବିଆଇ କାର୍ଡ ଆପର ଏକ ଅଂଶ । ଏହା ଫଳରେ ଗ୍ରାହକ ନିଜ କ୍ରେଡିଟ୍ କାର୍ଡ ଆକାଉଣ୍ଟ ମଧ୍ୟ ମ୍ୟାନେଜ୍ କରିପାରିବ ।

ଏସବିଆଇ କାର୍ଡର ଏମଡି ଓ ସିଇଓ ହରଦୟାଲ ପ୍ରସାଦ କହିଛନ୍ତି ଯେ ଏସବିଆଇ କାର୍ଡ ପେ ର ବ୍ୟବହାର କରିବା ପାଇଁ କାର୍ଡ ହୋଲ୍ଡର୍ସଙ୍କୁ ଏସବିଆଇ କାର୍ଡ ମୋବାଇଲ୍ ଆପରେ ନିଜ କାର୍ଡକୁ ଥରେ ରେଜିଷ୍ଟର କରିବାକୁ ପଡିବ । ଏହା ପରେ ଫୋନକୁ ଅନଲକ୍ କରି ମୋବାଇଲକୁ ପଏଣ୍ଟ ଅଫ୍ ସେଲ୍ ଟର୍ମିନଲ ନିକଟକୁ ଆଣିବା ମାତ୍ରେ ପେମେଣ୍ଟ ହୋଇଯିବ ।

   ସମ୍ବନ୍ଧିତ ଖବର


ପିଲାବେଳର ଏହି ଫଟୋ ଏବଂ କବିତା ସେୟାର କରି ଜେଜେ ମା’ ଇନ୍ଦିରା ଗାନ୍ଧିଙ୍କୁ ମନେପକାଇଲେ ପ୍ରିୟଙ୍କା, ଟ୍ବିଟ୍ କରି ରାହୁଲ ଦେଲେ ଶ୍ରଦ୍ଧାଞ୍ଜଳି

ଦୁଷ୍କର୍ମ ପାଇଁ ଉଦ୍ୟମ କରୁଥିବା ସମୟରେ କିଛି ଲୋକ ବଞ୍ଚାଇଲେ, ପରେ ସେମାନେ ହିଁ କଲେ ଗଣଦୁଷ୍କର୍ମ

ଦିଲ୍ଲୀ –ଉତ୍ତରାଖଣ୍ଡ ସହିତ ଉତ୍ତର ଭାରତର ବହୁ ସହରରେ ଭୂକମ୍ପ ଝଟକା ଅନୁଭୂତ

ପୁଣି ୟୁପି ରାଜନୀତିକୁ ଫେରିବ କି ଦାଦା-ପୁତୁରାଙ୍କ ଯୋଡି? ସମାଜବାଦୀ ପାର୍ଟି ସହ ମେଣ୍ଟ କରିବା ନେଇ ଏହା କହିଲେ ଶିବପାଲ