SBIର କୋଟି କୋଟି ଗ୍ରାହକଙ୍କୁ ଉପହାର, ଆପ୍‌ରେ ଲଞ୍ଚ୍ ହେଲା ନୂଆ ସେବା

ନୂଆଦିଲ୍ଲୀ ୨୫/୧୧: ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ କଣ୍ଟାକ୍ଟ ଲେସ୍ ପେମେଣ୍ଟ ଆରମ୍ଭ କରିବା ନେଇ ଘୋଷଣା କରିଛି । ବ୍ୟାଙ୍କ କହିଛି କି ମାଷ୍ଟରକାର୍ଡ କଷ୍ଟମରଙ୍କୁ ଏବେ ପଇସା ବାହାର କରିବା ପାଇଁ କାର୍ଡ ନେବା ଆବଶ୍ୟକ ନାହିଁ । ଗ୍ରାହକ ସମ୍ପର୍କ ରହିତ ଉପାୟରେ ଟ୍ୟାପ୍-ଆଣ୍ଡ-ଗୋ ବ୍ୟବହାର କରି ପେମେଣ୍ଟ କରିପାରିବେ । ଏସବିଆଇ କାର୍ଡ ନିଜ ଆପରେ ମାଷ୍ଟରକାର୍ଡ ଟୋକନ ସେବା ଯୋଗାଉଥିବା ଭାରତର ପ୍ରଥମ କାର୍ଡ ଜାରିକର୍ତ୍ତା ପାଲଟିଯାଇଛି । ମାଷ୍ଟରକାର୍ଡ ଓ ଏସବିଆଇ କାର୍ଡ୍ସ ଏଣ୍ଡ୍ ପେମେଣ୍ଟ ସର୍ଭିସେଜ୍ ଲିମିଟେଡ୍(ଏସବିଆଇ କାର୍ଡ) ଆଜି ଏସବିଆଇ କାର୍ଡ ଆପରେ କଣ୍ଟାକ୍ଟ ଲେସ୍ ପେମେଣ୍ଟ ଆରମ୍ଭ କରିବା ନେଇ ଘୋଷଣା କରିଛି । ଏଥିପାଇଁ ଗ୍ରାହକଙ୍କୁ କ୍ରେଡିଟ୍ କାର୍ଡ ସ୍ୱାଇପ୍, ଛୁଇଁବା କିମ୍ବା ପିନ୍ ନମ୍ବର ଦେବା ଆବଶ୍ୟକ ନାହିଁ ।

ଏଭଳି କରିପାରିବେ ବ୍ୟବହାର
ଗ୍ରାହକ ଏହି ସୁବିଧା ବ୍ୟବହାର କରି ଏକଥରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ  । ଦୁଇ ହଜାର ଟଙ୍କାରୁ ଅଧିକ ପେମେଣ୍ଟରେ କାର୍ଡ ପିନ୍ ଦେବାକୁ ପଡିବ । ଏସବିଆଇ କାର୍ଡ ଆପର ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ଏସବିଆଇ କାର୍ଡ ମୋବାଇଲ୍ ଆପରେ ନିଜ କାର୍ଡର ରେଜିଷ୍ଟ୍ରେସନ କରାଇବାକୁ ପଡିବ । ଏଥିପାଇଁ ଆପର ନୂଆ ଭର୍ସନ ଜରୁରୀ । ରେଜିଷ୍ଟ୍ରେସନ ପରେ ପଏଣ୍ଟ ଅଫ୍ ସେଲ୍ ମେସିନରେ କାର୍ଡକୁ ସ୍ପର୍ଶ ନକରି ମୋବାଇଲ୍ ଫୋନ୍ ମାଧ୍ୟମରେ ପୈଠ କରିହେବ ।

ଷ୍ଟେପ୍ ୧- ମାଷ୍ଟରକାର୍ଡର ଏହି ସେବା ବ୍ୟବହାର କରିବା ପାଇଁ ଆପଣଙ୍କୁ ଏସବିଆଇ କାର୍ଡ ମୋବାଇଲ୍ ଆପର ନୂଆ ଅପଡେଟେଡ୍ ଭର୍ସନରେ ରେଜିଷ୍ଟ୍ରେସନ କରିବାକୁ ହେବ ।

ଷ୍ଟେପ୍ ୨- SBI କାର୍ଡ ଆପରେ ରେଜିଷ୍ଟ୍ରେସନ ହେବା ପରେ ଆପଣ ନିଜ ମୋବାଇଲ ପିଓଏସ୍ ମେସିନ ପାଖକୁ ନେଇ ସହଜରେ ପୈଠ କରିପାରିବେ ।

ଷ୍ଟେପ୍ ୩- ଏସବିଆଇ କାର୍ଡ ପେ ବହୁତ ସୁରକ୍ଷିତ । ଏହା ଟୋକନ ସିଷ୍ଟମର ବ୍ୟବହାର କରିଥାଏ । ଏଥିରେ କାର୍ଡଧାରକଙ୍କ ସୂଚନା ଯଥା କାର୍ଡ ନମ୍ବର, ସିଭିଭି, ଏକ୍ସପାୟରୀ ଡେଟ୍ ଆଦି ଡିଭାଇସ୍ ଆଧାରିତ ଡିଜିଟାଲ ଟୋକନରେ ପରିବର୍ତ୍ତନ ହୋଇଥାଏ ।

ଷ୍ଟେପ୍ ୪- SBI କାର୍ଡର ସୂଚନା ନିୟର ଫିଲ୍ଡ କମ୍ୟୁନିକେସନ (NFC) ୱେୟାରଲେସ୍ ମୋଡ ମାଧ୍ୟମରେ ପଠାଯାଇଥାଏ ।

ଷ୍ଟେପ୍ ୫- ଏହି ସୁବିଧାରେ କାର୍ଡ ଦରକାର ପଡେନି ଏବଂ ଏଥିରେ କାର୍ଡର ଡାଟା ମଧ୍ୟ ଦେଖାଯାଏନି । ଫଳରେ ଏଥିରେ ହେଉଥିବା ନେଣଦେଣ ଅତି ସୁରକ୍ଷିତ ହୋଇଥାଏ ।

ଷ୍ଟେପ୍ ୬- ଏଥିରେ ଯେତେବେଳେ ଆପଣ ସ୍ମାର୍ଟଫୋନ୍ ସ୍କ୍ରିନ୍ ଅନଲକ୍ କରିବେ, ସେତେବେଳେ ପୈଠ କରିହେବ । ଅନ୍ୟ କୌଣସି ବ୍ୟକ୍ତି ଦ୍ୱାରା ଏହା ଆକ୍ସେସ କରିହେବନି ।

ଷ୍ଟେପ୍ ୭- ଏଥିରେ ଆପଣ ୨ ହଜାର ଟଙ୍କାରୁ ଅଧିକ ପୈଠ କରିବାକୁ ଚାହିଁଲେ ଆପଣଙ୍କୁ ନିଜ SBI କ୍ରେଡିଟ୍ କାର୍ଡର ବ୍ୟବହାର କରିବାକୁ ହେବ ଏବଂ ୨ ହଜାର ଟଙ୍କାରୁ ଅଧିକ ପୈଠ ପାଇଁ ପାସୱର୍ଡ ରେଜିଷ୍ଟର କରିବାକୁ ହେବ ।