ଗ୍ରାହକଙ୍କୁ ଝଟକା ଦେଲା SBI, ଏଣିକି ଏଫଡିରେ ମିଳିବ କମ୍ ସୁଧ

ନୁଆଦିଲ୍ଲୀ ୨୩/୮: ଦେଶର ସବୁଠାରୁ ବଡ ବ୍ୟାଙ୍କ ନିଜ ଏଫଡି ଖାତା ରଖିଥିବା ଗ୍ରାହକଙ୍କୁ ବଡ ଝଟକା ଦେଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ଶୁକ୍ରବାର ଘୋଷଣା କରିଛି ଯେ ସେ ଏଫଡିରେ ସୁଧ ଦର କମାଇବାକୁ ଯାଉଛି । ନୂଆ ଦର ୨୬ ଅଗଷ୍ଟରୁ ଲାଗୁ ହେବ ।

ବ୍ୟାଙ୍କ ଘୋଷଣା କରିଛି ଯେ ଆଗାମୀ ୨୬ ଅଗଷ୍ଟରୁ ସ୍ଥୁଳ ଓ ରିଟେଲ୍ ଟର୍ମ ଡିପୋଜିଟର ସୁଧ ଦର ହ୍ରାସ ପାଇବ । ସ୍ଥୁଳ(ବଡ) ଡିପୋଜିଟର ସୁଧ ଦରରେ ୦.୩୦ ପ୍ରତିଶତଠୁ ନେଇ ୦.୭୦ ପ୍ରତିଶତ ହ୍ରାସ ପାଇବ । ଅନ୍ଯପଟେ ରିଟେଲ୍ ଡିପୋଜିଟରେ ୦.୧୦ ପ୍ରତିଶତଠୁ ଆରମ୍ଭ କରି ୦.୫୦ ପ୍ରତିଶତ ହ୍ରାସ ପାଇବ ।

ସେଭିଂ ଖାତାରେ ଏତିକି ମିଳିବ ସୁଧ
ସେଭିଂ ଖାତାରେ ପୂର୍ବରୁ ଯେତିକି ଥିଲା ଏବେ ବି ସେତିକି ସୁଧ ମିଳିବ । ଏକ ଲକ୍ଷରୁ ଅଧିକ ଜମାରେ ୩ ପ୍ରତିଶତ ଓ ୧ ଲକ୍ଷରୁ ନିମ୍ନ ଜମା ରାଶିରେ ଲୋକଙ୍କୁ ୩.୫୦ ପ୍ରତିଶତ ସୁଧ ମିଳିବ । ୧ ମେରେ ବ୍ୟାଙ୍କ ଘୋଷଣା କରିଥିଲା ଯେ ଏକ ଲକ୍ଷରୁ ଅଧିକ ବାଲାନ୍ସ ଥିବା ସେଭିଂ ଆକାଉଣ୍ଟର ସୁଧ ଦରକୁ ସେ ରେପୋ ରେଟରେ ଯୋଡିବ । ଆରବିଆଇର ରେଟ୍ କଟ୍ ପରେ ଏସବିଆଇର ସଞ୍ଚୟ ଖାତାଧାରୀଙ୍କୁ ୨.୬୫ ପ୍ରତିଶତ ସୁଧ ମିଳିବା ଉଚିତ୍ କିନ୍ତୁ ବ୍ୟାଙ୍କ ଏବେ ତାଙ୍କୁ ଅଧିକ ସୁଧ ଦେଉଛି ।

   ସମ୍ବନ୍ଧିତ ଖବର


ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….