ଗ୍ରାହକଙ୍କୁ ଝଟକା ଦେଲା ଏସବିଆଇ, ସଞ୍ଚୟ ଖାତା ଓ ଏଫଡି ଉପରେ ହ୍ରାସ କଲା ସୁଧ ଦର

ନୁଆଦିଲ୍ଲୀ ୯/୧୦: ଦିୱାଲୀ ପୂର୍ବରୁ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଝଟକା ଦେଇଛି । ବ୍ୟାଙ୍କ ସେଭିଂ ବ୍ୟାଙ୍କ ଡିପୋଜିଟର ସୁଧ ଦର ହ୍ରାସ କରିଛି । ସଞ୍ଚୟ ଖାତାରେ ଏକ ଲକ୍ଷ ପର୍ଯ୍ଯନ୍ତ ଜମା ରଖୁଥିବା ଗ୍ରାହକଙ୍କ ପାଇଁ ବ୍ୟାଙ୍କ ସୁଧ ଦର ୩.୫୦ ପ୍ରତିଶତରୁ ହ୍ରାସ କରି ୩.୨୫ ପ୍ରତିଶତ କରିଦେଇଛି । ନୂଆ ଦର ୧ ନଭେମ୍ବରରୁ ଲାଗୁ ହେବ ।

କେବଳ ସେତିକି ନୁହେଁ, ବ୍ୟାଙ୍କ ଫିକ୍ସ୍ଡ ଡିପୋଜିଟରେ ମଧ୍ୟ ସୁଧ ଦର କମାଇଦେଇଛି । ୧ କିମ୍ବା ୨ ବର୍ଷର ଅବଧିର ଏଫଡି ଓ ବଲ୍କ ଟର୍ମ ଡିପୋଜିଟ୍ ଉପରେ ମିଳୁଥିବା ସୁଧ ଦର ମଧ୍ୟ କମିଯାଇଛି । ଏସବିଆଇ ଏଫଡି ଉପରେ ସୁଧ ଦରରେ ୧୦ ବେସିସ୍ ପଏଣ୍ଟ କମାଇଦେଇଛି । ଏହା ସହ ବଲ୍କ ଟର୍ମ ଡିପୋଜିଟ୍ ଉପରେ ସୁଧ ଦରରେ ୩୦ ବେସିସ୍ ପଏଣ୍ଟ ମଧ୍ୟ କମିଛି । ଏହି ଟର୍ମରେ ଡିପୋଜିଟର ଅବଧି ଏକ ବର୍ଷରୁ ୨ ବର୍ଷ ପର୍ଯ୍ଯନ୍ତ । ନୂଆ ସୁଧ ଦର ୧୦ ଅକ୍ଟୋବରରୁ ଲାଗୁ ହେବ ।

   ସମ୍ବନ୍ଧିତ ଖବର


ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ପଜିଟିଭ୍

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଇଏ ସେହି ମହିଳା, ଯିଏ ପୁରା ବିଶ୍ୱ ପାଇଁ ତିଆରି କରନ୍ତି Indian Flag

କରୋନା କାଳରେ ଚାଲିଛି ଅରବପତିଙ୍କ ବିଳାସପୂର୍ଣ୍ଣ ପାର୍ଟି, ଅତିଥିଙ୍କର ପ୍ରତି ୧୫ ମିନିଟରେ ହେଉଛି କୋଭିଡ୍ ଟେଷ୍ଟ

କୋଭିଡ୍‌ ପାଇଁ ରୁଷ୍‌ରେ ପ୍ରଥମ ବ୍ୟାଚ ଟିକା ଉତ୍ପାଦନ ଆରମ୍ଭ

ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ନଥିଲା ଡେଥ୍ ଟାଇମ୍, ପ୍ରଶ୍ନ ଉଠାଇଲେ ଓକିଲ