ସୁଧ ହାର କମାଇଲା ଷ୍ଟେଟ୍‌ ବ୍ୟାଙ୍କ

ନୂଆଦିଲ୍ଲୀ ୧୦/୧୨: ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଏହାର ଋଣ ସୁଧ ହାର ବା ଏମ୍‌ସିଏଲ୍‌ଆର (ମାର୍ଜିନାଲ୍‌ କଷ୍ଟ ଅଫ୍‌ ଫଣ୍ଡ-ବେସ୍‌ଡ ଲେଣ୍ଡିଙ୍ଗ୍‌ ରେଟ୍‌)ରେ ୧୦ ବେସିସ୍‌ ପଏଣ୍ଟ ହ୍ରାସ ଘୋଷଣା କରିଛି। ବର୍ଷକର ଋଣ ପାଇଁ ଉଦ୍ଦିଷ୍ଟ ଏହି ସୁଧ ହାର ଏବେ ୭.୯%କୁ ହ୍ରାସ ପାଇଛି। ମଙ୍ଗଳବାର ଠାରୁ ଏହି ନୂଆ ଦର ଲାଗୁ ହେବ ।

ଅନ୍ୟପକ୍ଷରେ ଜମା ସୁଧ ହାରରେ ଏସ୍‌ବିଆଇ କୌଣସି ସଂଶୋଧନ ଆଣିନାହିଁ। ଏ ବାବଦରେ ଏସ୍‌ବିଆଇ ଏକ ବିବୃତିରେ କହିଛି, ଚଳିତ ୨୦୧୯-୨୦ ଆର୍ଥିକବର୍ଷରେ ଆମେ ଏହାକୁ ମିଶାଇ ଏମ୍‌ସିଏଲ୍‌ଆରରେ ୮ ଥର ହ୍ରାସ କରିସାରିଲୁଣି। ଗତମାସରେ ଆମେ ଏଥିରେ ୫ ବେସିସ୍‌ ପଏଣ୍ଟ ହ୍ରାସ ଘୋଷଣା କରିଥିଲୁ। ପାଣ୍ଠି ହାସଲ ମୂଲ୍ୟ କମିବାର ଫାଇଦା ଗ୍ରାହକଙ୍କୁ ଦେବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ବ୍ୟାଙ୍କ ଦର୍ଶାଇଛି।

ଅନ୍ୟପକ୍ଷରେ ବ୍ୟାଙ୍କ ଏହାର ମିଆଦୀ ଜମା ଉପରେ ସୁଧ ହାର ବର୍ତ୍ତମାନ ଅପରିବର୍ତ୍ତିତ ରଖିଛି। ଚଳିତବର୍ଷ ନଭେମ୍ବରରେ ବ୍ୟାଙ୍କ ବ୍ୟବସ୍ଥାରେ ପର୍ଯ୍ୟାପ୍ତ ଲିକ୍ୱିଡିଟି ରହିବା କାରଣରୁ ଏହା ଜମା ସୁଧ ହାର ୧୫ ଓ ୭୫ ବେସିସ୍‌ ପଏଣ୍ଟ କମାଇଥିଲା। ଚଳିତବର୍ଷ ଅକ୍ଟୋବର ଓ ନଭେମ୍ବରରେ ବ୍ୟବସ୍ଥାରେ ସାମଗ୍ରିକ ଲିକ୍ୱିଡିଟି ବଳକା ରହିଥିଲା।

   ସମ୍ବନ୍ଧିତ ଖବର


ଓଲା, ଉବର ପାଇଁ ନୂଆ ଗାଇଡ୍‌ଲାଇନ ଜାରି: କ୍ୟାବ୍‌ ଡ୍ରାଇଭର ପାଇବେ ୮୦% ଭଡ଼ା, ମୋଟ ଭଡ଼ାର ୨୦% ରଖିପାରିବେ ଆଗ୍ରିଗେଟର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ବାଣିଜ୍ୟିକ ବେପାରକୁ ନେଇ ଚୀନ୍‌ର ରାଜନୀତି – ଅଷ୍ଟ୍ରେଲିଆ ବିରୋଧରେ ନେଲା ଦୃଢ଼଼ ପଦକ୍ଷେପ !

ଦେଶରେ ପୁଣି ବଢ଼ିଲା ବେକାରି ହାର, କମୁଛି ଶ୍ରମ ଯୋଗଦାନ ରେଟ୍

ଭାରତରେ ମିନି ଜନ୍‌ କୁପର୍‌ ୱର୍କସ୍‌ ଜିପି ଇନ୍ସପାୟାର୍ଡ ଏଡିସନ, ୧୫ଟି ରଙ୍ଗରେ‌ ଉପଲବ୍ଧ