ବଦଳିଲା ନିୟମ: ଏଣିକି ସହରରେ ରହୁଥିବା ବ୍ୟକ୍ତି ଆକାଉଣ୍ଟରେ ଅତିକମରେ ରଖିବେ ଏତେ ଟଙ୍କା, ନଚେତ୍ ଦେବେ ଫାଇନ୍

ନୁଆଦିଲ୍ଲୀ ୧୧/୯:  ଯଦି ଆପଣଙ୍କ ଆକାଉଣ୍ଟ ମଧ୍ଯ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆରେ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ଯନ୍ତ ଜରୁରୀ । ଏସବିଆଇ ତରଫରୁ ୧ ଅକ୍ଟୋବରରୁ କିଛି ସର୍ଭିସ୍ ଚାର୍ଜରେ ପରିବର୍ତ୍ତନ କରାଯିବ । ଏହି ପରିବର୍ତ୍ତନର ପ୍ରଭାବ ୩୨ କୋଟି ଖାତାଧାରୀଙ୍କ ଉପରେ ପଡିବ । ଏହି ନିୟମ ଅନୁସାରେ ମନ୍ଥଲୀ ଆଭରେଜ୍ ବାଲାନ୍ସ ମେଣ୍ଟେନ୍ ନକଲେ ପେନାଲ୍ଟିର ରାଶିରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ଆକାଉଣ୍ଟଧାରୀଙ୍କୁ ଏଥର ନିଜର ବାଲାନ୍ସ ମେଣ୍ଟେନ୍ କରିବାକୁ ପଡିବ । ଯଦି ସହରରେ ରହୁଥିବା କୌଣସି ଆକାଉଣ୍ଟ ହୋଲ୍ଡର ୩୦୦୦ ଟଙ୍କାର ବାଲାନ୍ସ ମେଣ୍ଟେନ୍ କରିପାରୁନି ଏବଂ ତାର ବାଲାନ୍ସ ୭୫ ପ୍ରତିଶତରୁ କମି ଯାଉଛି ତେବେ ତାକୁ ୧୫ ପ୍ରତିଶତ ପେନାଲ୍ଟି ଦେବାକୁ ପଡିବ । ଏବେ ଏହା ୮୦ ଟଙ୍କା ଓ ଜିଏସଟି ରହିଛି । ସେହିଭଳି ୫୦ ରୁ ୭୫ ପ୍ରତିଶତ କମ୍ ବାଲାନ୍ସ ରଖୁଥିବା ବ୍ୟକ୍ତିମାନଙ୍କୁ ୧୨ ଟଙ୍କା ଓ ଜିଏସଟି ପୈଠ କରିବାକୁ ପଡିବ । ଯାହାକି ଏବେ ୬୦ ଟଙ୍କା ଏବଂ ଜିଏସଟି ରହିବ । ୫୦ ପ୍ରତିଶତରୁ କମ୍ ବାଲାନ୍ସ ରଖୁଥିବା ଖାତାଧାରୀଙ୍କୁ ୧୦ ଟଙ୍କା ଓ ଜିଏସଟି ଦେବାକୁ ପଡିବ । ତେବେ ସହରରେ ଏହା ସର୍ବନିମ୍ନ ୩ ହଜାର ଥିବାବେଳେ ମେଟ୍ରୋ ସିଟିରେ ୫୦୦୦ ରହିଛି । ଏହି ନିୟମ ୧ ଅକ୍ଟୋବରରୁ ଲାଗୁହେବ ।

   ସମ୍ବନ୍ଧିତ ଖବର


ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା