ଗ୍ରାହକଙ୍କୁ ସତର୍କ କଲା SBI, ସତର୍କ ନରହିଲେ ଫେଷ୍ଟିଭ୍ ସିଜନରେ ଆକାଉଣ୍ଟ ହେବ ଖାଲି

ନୂଆଦିଲ୍ଲୀ ୧୫/୧୦: ଫେଷ୍ଟିଭ୍ ସିଜନରେ ଲୋକମାନେ ଇ-କମର୍ସ ସାଇଟରୁ ବହୁତ ସପିଂ କରନ୍ତି । ଏହା ସହ ଅନଲାଇନ୍ ଠକେଇ ବିପଦ ମଧ୍ୟ ବଢିଯାଏ । ଅନଲାଇନ୍ ଅଫର୍ସ ନାଁରେ ହ୍ୟାକର୍ସ ଆପଣଙ୍କଠୁ ବହୁତ ପଇସା ଠକି ନିଅନ୍ତି । ଏହାକୁ ନେଇ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲୋକଙ୍କୁ ସତର୍କ କରିଛି । ଏସବିଆଇ ଲୋକଙ୍କୁ ନିଜ ଖାତାର ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଏବଂ କ୍ରେଡିଟ୍ କାର୍ଡ ବା ଡେବିଟ୍ କାର୍ଡ ବ୍ୟବହାରକୁ ନେଇ ଚେତେଇ ଦେଇଛି । ଏସବିଆଇ ଲୋକଙ୍କୁ ଏହି ୪ ଭୁଲ ନକରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ।

ଅଧିକାଂଶ ଫ୍ରଡ୍ OTP, CVV ନମ୍ବର ଓ ପିନ୍ ନମ୍ବର ଜରିଆରେ ହୋଇଥାଏ । ଷ୍ଟେଟ୍ ବ୍ୟାଙ୍କ କହିବାନୁସାରେ ଏଭଳି ତଥ୍ୟ କାହାକୁ ବି ସେୟାର କରିବା ଅନୁଚିତ । ଅନେକ ଥର ବ୍ୟାଙ୍କ ନାଁ ନେଇ ଫ୍ରଡ୍ କଲ୍ସ କରାଯାଇଥାଏ । ଏବଂ କଷ୍ଟମର୍ସଙ୍କୁ ତାଙ୍କ ବ୍ୟାଙ୍କ ଡିଟେଲ୍ସ ମଗାଯାଏ । ଏଥିରୁ ଆପଣଙ୍କୁ ବଞ୍ଚିବାକୁ ପଡିବ ।

ନିଜ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଅନଲାଇନ୍ ବ୍ୟାଙ୍କଂର ଡିଟେଲ୍ସକୁ ଫୋନରେ ସେଭ୍ କରନ୍ତୁ ନାହିଁ । ଅନେକ ଲୋକ ନିଜ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ପାସୱର୍ଡ ଡିଟେଲ୍ ଫୋଟ ଉଠାଇ ସେଭ୍ କରନ୍ତି । କିଛି ଲୋକ ଏଟିଏମ କାର୍ଡରେ ମଧ୍ୟ ତା ପିନ୍ ଲେଖି ରଖିଦିଅନ୍ତି । ଏଭଳି ଭୁଲ୍ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମାତ୍ର କିଛି ମିନିଟରେ ଖାଲି କରିପାରିବ । ଯଦି ହୋଇପାରୁଛି ତେବେ ନିଜ ଏଟିଏମ କାର୍ଡର ବ୍ୟବହାର ନିଜେ ହିଁ କରନ୍ତୁ ଏବଂ ବ୍ୟାଙ୍କିଂ କାର୍ଡ ସେୟାର କରିବାରୁ ବିରତ ରୁହନ୍ତୁ । ଏଥିରେ ଆପଣଙ୍କ ଡିଟେଲ୍ସ ଲିକ୍ ହୋଇପାରେ ।

କଷ୍ଟମର୍ସଙ୍କୁ ପବ୍ଲିକ୍ ନେଟୱର୍କ, ଡିଭାଇସ ଓ ଫ୍ରି ୱାଇ-ଫାଇ ଜୋନର ବ୍ୟବହାର କରି ଅନଲାଇନ୍ ଟ୍ରାଞ୍ଜାକ୍ସନରୁ ବଞ୍ଚିବା ଉଚିତ୍ । ଯଦି କାହା ମୋବାଇଲ କିମ୍ବା ଲାପଟପରେ ସପିଂ କରୁଛନ୍ତି ତେବେ ଅନଲାଇନ୍ ପେମେଣ୍ଟ ପରେ କାର୍ଡ ଡିଟେଲ୍ସ ସେଭ୍ କରନ୍ତୁ ନାହିଁ । ଭବିଷ୍ୟତରେ କେହି ଏହାକୁ ବ୍ୟବହାର କରି ଆପଣଙ୍କୁ ଠକି ପାରିବ । ଏହି ସବୁ ଉପାୟ ଆପଣାଇ ଆପଣ ନିଜ ଝାଳ ବୁହା ଧନକୁ ସୁରକ୍ଷିତ ରଖିପାରିବେ ।

   ସମ୍ବନ୍ଧିତ ଖବର


ଭାରତରେ ପ୍ରଥମ ଥର ଏହି ରାଜ୍ୟରେ ହେଲା ହେଙ୍ଗୁ ଚାଷ, ଖାଦ୍ୟରେ ଏହାକୁ ବ୍ୟବହାର କଲେ ବୃଦ୍ଧିପାଏ ହଜମଶକ୍ତି

ପୁଣି ଖସିଲା ସୁନା-ରୂପା ଦାମ୍

5G ରଣକ୍ଷେତ୍ରରେ ଏୟାର୍‌ଟେଲ୍‌- ଜିଓ ମଧ୍ୟରେ ହେବ ଟକ୍କର; ଆମେରିକାରେ ଜିଓର ୫ଜି ପରୀକ୍ଷଣ ସଫଳ

ଗବେଷକ ତିଆରି କଲେ ମାଂସ ସ୍ୱାଦଯୁକ୍ତ ଆଇସ୍‌କ୍ରିମ୍‌ ‘ଆଇସ୍‌ ମିଟ୍‌’, ଦେଖନ୍ତୁ ଭିଡିଓ…

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ଓଡ଼ିଶାରେ ବେକାରି ହାର ୨.୧%-ସିଏମ୍‌ଆଇଇ