PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଟକ୍କର: ଭାରତକୁ ପ୍ରଥମ ଭାରତକୁ ସ୍ବର୍ଣ୍ଣ ପଦକ, ୭୩ କେଜି ବର୍ଗରେ ସ୍ବର୍ଣ୍ଣ ଜିତିଲେ ଭାରତର ସୁନା ଝିଅ ପ୍ରିୟା ମଲ୍ଲିକ
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଖାତାଧାରୀଙ୍କୁ ଉପହାର ଦେଲା SBI: ଏଣିକି ଗ୍ରାହକଙ୍କୁ ମିଳିବ ମାଗଣା ସେବା, ଲାଗିବନି SMS କିମ୍ବା ମିନିମମ୍ ବାଲାନ୍ସ ଚାର୍ଜ

ନୂଆଦିଲ୍ଲୀ ୧୭/୮: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ଖାତାଧାରୀଙ୍କ ପାଇଁ ଏକ ଭଲ ଖବର ନେଇଆସିଛି । ବ୍ୟାଙ୍କ ଏବେ ଗ୍ରାହକଙ୍କଠୁ ଆଦାୟ ହେଉଥିବା ଚାର୍ଜେସକୁ ସମାପ୍ତ କରିବା ପାଇଁ ନିଷ୍ପତ୍ତି ନେଇଛି । ଏବେ ବ୍ୟାଙ୍କ କୌଣସି ବି ସେବାପାଇଁ ଖାତାଧାରୀଙ୍କଠୁ ପଇସା ଆଦାୟ କରିବନି ।

SMS ଆଲର୍ଟ ଓ ସର୍ବନିମ୍ନ ବାଲାନ୍ସ ଚାର୍ଜେସ ସମ୍ପୂର୍ଣ୍ଣ ଭାବେ ଶେଷ
ଏସବିଆଇ ନିକଟରେ ଟ୍ୱିଟ୍ ଜରିଆରେ ଘୋଷଣା କରିଥିଲା କି ଏବେ ଆକାଉଣ୍ଟଧାରୀଙ୍କଠୁ ଏସଏମଏସ ଆଲର୍ଟ ଓ ସର୍ବନିମ୍ନ ବାଲାନ୍ସ ଚାର୍ଜେସ୍ ଆଦାୟ କରିବନି । ବ୍ୟାଙ୍କ କହିଥିଲା କି ଅନାବଶ୍ୟକ ଆପ୍ସରୁ ମୁକ୍ତି ପାଇବା ପାଇଁ ଆଜି ହିଁ #YONOSBI ଡାଉନଲୋଡ କରନ୍ତୁ ।

ଦେବାକୁ ପଡିବନି ଚାର୍ଜ
ଟ୍ୱିଟ୍ ଅନୁସାରେ ଏବେ କଷ୍ଟମର୍ସଙ୍କୁ ଏସଏମଏସ ଆଲର୍ଟ ଓ ମିନିମମ୍ ବାଲାନ୍ସ ନରଖିବା ଉପରେ ଶୁଳ୍କ ଦେବାକୁ ପଡିବନି । ଗ୍ରାହକଙ୍କ ଖାତାରେ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ବ୍ୟାଙ୍କିଂ ସର୍ଭିସ୍ ମେସେଜ ପାଇଁ ଲାଗୁଥିବା ଚାର୍ଜକୁ ବ୍ୟାଙ୍କ ଏବେ ସମାପ୍ତ କରିଦେଇଛି । ଏବେ ଗ୍ରାହକଙ୍କୁ ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡିବନି ।  

ପୂର୍ବରୁ SBIରେ ଆକାଉଣ୍ଟ ଥିବା ଗ୍ରାହକଙ୍କୁ ୩ ହଜାର ଟଙ୍କା ମିନିମମ୍ ବାଲାନ୍ସ ରଖିବାକୁ ପଡୁଥିଲା । ପୂର୍ବରୁ ଯେଉଁ ଗ୍ରାହକମାନେ ୩ ହଜାର ଟଙ୍କା ରଖୁନଥିଲେ ସେମାନଙ୍କ ଉପରେ ଚାର୍ଜ ଲାଗୁଥିଲା । ଯଦି ଏହା ୫୦ ପ୍ରତିଶତରୁ କମ୍ ହେଉଥିଲା ତେବେ ସେହି ଶୁଳ୍କ ରୂପେ ୧୦ ଟଙ୍କା ଓ ଜିଏସଟି ଦେବାକୁ ପଡୁଥିଲା । ଯଦି ଆପଣଙ୍କ ଖାତାରେ ବାଲାନ୍ସ ୭୫ ପ୍ରତିଶତରୁ କମ୍ ହେଉଥିଲା ତେବେ ଆପଣଙ୍କୁ ଶୁଳ୍କ ରୂପେ ୧୫ ଟଙ୍କା ଓ ଜିଏସଟି ଦେବାକୁ ପଡୁଥିଲା ।

କେତେ ଲାଗୁଥିଲା ଟ୍ରାଞ୍ଜାକ୍ସନ ଆଲର୍ଟ ଚାର୍ଜ
ବ୍ୟାଙ୍କ ଦ୍ୱାରା ପ୍ରତି ଆକାଉଣ୍ଟଧାରୀଙ୍କୁ ସୂଚନା ଦେବାର ଅର୍ଥ ଗ୍ରାହକ ସେମାନଙ୍କ ଖାତା ସମ୍ବନ୍ଧୀୟ ସମସ୍ତ ତଥ୍ୟ ତଥା ଟ୍ରାଞ୍ଜାକ୍ସନ ସମ୍ପର୍କରେ ଜାଣିପାରିବେ । ବ୍ୟାଙ୍କ ଏସଏମଏସ ଜରିଆରେ ସୂଚନା ଗ୍ରାହକଙ୍କ ପର୍ଯ୍ୟନ୍ତ ପହଞ୍ଚାଇଥାଏ । ଏଥିପାଇଁ ଏସବିଆଇ ଗ୍ରାହକଙ୍କୁ ପ୍ରତି ୩ ମାସରେ ୧୨ ଟଙ୍କା ପ୍ଲସ୍ ଜିଏସଟି ଚାର୍ଜ କରୁଥିଲା  । ନୂଆ ନିଷ୍ପତ୍ତି ପରେ ଗ୍ରାହକଙ୍କୁ ଏହି ସେବା ମାଗଣାରେ ଦିଆଯିବ ।