ନିର୍ଭୟା ମାମଲାର ଶୁଣାଣି କରୁଥିବା ବେଳେ ଜଷ୍ଟିସ୍ ଆର.ଭାନୁମତୀ ହେଲେ ବେହୋସ

ନୂଆଦିଲ୍ଲୀ,୧୪।୨: ନିର୍ଭୟା ମାମଲାର ଦୋଷୀଙ୍କ ସମ୍ପର୍କରେ ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟର ବିଚାରପତି ଆର.ଭାନୁମତୀ ହୋଇଗଲେ ବେହୋଶ। ଆଜି ନିର୍ଭୟା ମାମଲାର ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯିବା ଉପରେ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ଶୁଣାଣି ଚାଲିଥିବା ବେଳେ ଜଷ୍ଟିସ୍ ଆର.ଭାନୁମତୀ ବେହୋସ ହୋଇଯିବାରୁ ଶୁଣାଣିକୁ ସ୍ଥଗିତ କରାଯାଇଛି। ଏହାପରେ ତାଙ୍କୁ ତୁରନ୍ତ ନିଜର ଚାମ୍ବରକୁ ନିଆଯାଇଥିଲା। ଏହି ମାମଲାର ରାୟ ପରେ ଦିଆଯିବ ବୋଲି କୁହାଯାଇଛି।

ନିର୍ଭୟା ମାମଲାର ଶୁଣାଣି ଚାଲିଥିବା ବେଳେ ଜଷ୍ଟିସ୍ ଭାନୁମତୀ ଅଚାନକ ବେହୋସ ହୋଇଯାଇଥିଲେ। ଠିକ୍ ରାୟ ଲେଖିବା ବେଳେ ବେହୋସ ହୋଇଯାଇଥିଲେ। ଏହାପରେ କିଛି ମିନିଟ ପରେ ତାଙ୍କର ହୋସ୍ ଆସିବା ପରେ ତାଙ୍କୁ ଚାମ୍ବର ଭିତରକୁ ନିଆଯାଇଥିଲା। ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଙ୍କୁ ଡକାଯାଇଥିଲା। ଜଷ୍ଟିସ୍ ଭାନୁମତୀଙ୍କୁ ପୂର୍ବରୁ ଜ୍ବର ହୋଇଥିଲା, କିନ୍ତୁ ଔଷଧ ଖାଇ କୋର୍ଟକୁ ସେ ଆସିଥିଲେ। ତେବେ ଶରୀର ଦୁର୍ବଳ ଲାଗୁଥିବାରୁ ବେହୋସ ହୋଇଯାଇଥିଲେ ବୋଲି ଜଣାପଡିଛି।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା